ଇନଷ୍ଟାଗ୍ରାମରେ ରିଲ୍ ବନେଇବା ହେବ ଆହୁରି ସହଜ: ଆସିଲା ୩ଟି ନୂଆ ମ୍ୟୁଜିକ ଇଫେକ୍ଟ

Published By : Prameya-News7 Bureau | October 24, 2021 IST

ନୂଆଦିଲ୍ଲୀ ୨୪/୧୦ : ଫେସବୁକର ଲୋକପ୍ରିୟ ସୋସିଆଲ ମିଡିଆ କମ୍ପାନୀ ଇନଷ୍ଟାଗ୍ରାମ ତାର ବ୍ୟବହାରକାରୀ ମାନଙ୍କୁ ମ୍ୟୁଜିକ ବେସ୍ଡ ଭଲ ଏକ୍ସପେରିଏନ୍ସ ଓ ସ୍କ୍ରିମ ଲିରିକ୍ସ ଉପଲବ୍ଧ କରାଇବା ପାଇଁ ଅଟୋମେଟିକ ଭାବେ ସାହାଜ୍ୟ କରୁଥିବା ୩ଟି ନୂଆ ଇଫେକ୍ଟ ଲଞ୍ଚ କରିଛି। ସୁପର ବିଟ, ଡାଏନେମିକ୍ସ ଲିରିକ୍ସ ଓ 3d ଲିରିକ୍ସର ନୂଆ ଇଫେକ୍ଟ ୟୁଜର୍ସମାନଙ୍କୁ ରିଲ୍ରେ ମ୍ୟୁଜିକ ଓ ଏଆର ଇଫେକ୍ଟ ପକାଇବାରେ ସାହାଯ୍ୟ କରିବ।

ସୁପରବିଟ ୟୁଜରମାନଙ୍କ ଦ୍ୱାରା ବଛାଯାଇଥିବା ମ୍ୟୁଜିକ୍ରେ ଆକର୍ଷକ ଭିଜୁଆଲ ଏଡିଟକୁ ଅଟୋମେଟିକ ଲାଗୁ କରିଥାଏ । ଡାଏନେମିକ୍ସ ଲିରିକ୍ସ ଓ 3d ଲିରିକ୍ସ ମ୍ୟୁଜିକରେ ଲିରିକ୍ସକୁ ଆଣିଥାଏ ଯାହାଦ୍ୱାରା ୟୁଜର୍ସମାନେ ମ୍ୟୁଜିକ ସହିତ ପରଫର୍ମ କରିପାରିବେ।

{"id":532453,"sizeSlug":"full","linkDestination":"none"}

ଆସନ୍ତୁ ଜାଣିବା କିପରି ବ୍ୟବହାର କରିବା ନୂଆ ଫିଚର


-ପ୍ରଥମେ ରିଲ୍ସ କ୍ୟାମେରା ଅନ କରନ୍ତୁ
-ପୁଣି ଇଫେକ୍ଟ /ଟ୍ରି ଗ୍ୟାଲେରିକୁ ଓପନ କରନ୍ତୁ
-ଏହାପରେ ଆପଣଙ୍କୁ ବୁଷ୍ଟେଡ ସୁପରବିଟ ଓ ଡାଏନେମିକ୍ସ ଲିରିକ୍ସ ଇଫେକ୍ଟ ଦେଖାଯିବ
-ସୁପର ବିଟ/ଡାଏନେମିକ୍ସ ଲିରିକ୍ସ/3d ଲିରିକ୍ସ ମଧ୍ୟରୁ ଗୋଟିଏ ବାଛନ୍ତୁ।
-ଗୋଟିଏ ଗୀତ ବାଛିବା ପାଇଁ ମ୍ୟୁଜିକ ପିକର ବ୍ୟବହାର କରନ୍ତୁ।
-ଏହାପରେ ରିଲ୍ସ ରେକର୍ଡିଂ ଆରମ୍ଭ କରନ୍ତୁ
-ଆପରେ ଏକାସହିତ ୨ଟି ଇଫେକ୍ଟର ବ୍ୟବହାର କରିହେବ। ଇନଷ୍ଟାଗ୍ରାମ ଆସନ୍ତା ଦ୍ୱିତୀୟ ସପ୍ତାହରେ ଡାଏନେମିକ ପାଇଁ 3d ଲିରିକ୍ସ ବୁଷ୍ଟ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.