Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ବିନା ଇଣ୍ଟରନେଟ୍‌ରେ କେମିତି କରିବେ ୟୁପିଆଇ ପେମେଣ୍ଟ ? ଜାଣନ୍ତୁ ସରଳ ଉପାୟ

22/09/2021 at 5:25 PM

ନୂଆଦିଲ୍ଲୀ ୨୨/୦୯: ସ୍ମାର୍ଟଫୋନ୍‌ ୟୁଜର୍ସଙ୍କ ପାଇଁ ୟୁପିଆଇ ପେମେଣ୍ଟ ଏବେ ସୁବିଧାଜନକ ମାଧ୍ୟମ। ଏହା ଜରିଆରେ ୟୁଜର୍ସ ଯେକୌଣସି ସ୍ଥାନରେ ପାଖରେ ଟଙ୍କା ନଥିଲେ ବି ଟଙ୍କା ପୈଠ କରିପାରୁଛନ୍ତି । ୟୁପିଆଇ ପେମେଣ୍ଟ କରିବାକୁ ହେଲେ ଫୋନ୍‌ରେ ଇଣ୍ଟରନେଟ୍‌ ସଂଯୋଗ ଥିବା ଜରୁରୀ। ଅନେକ ଥର ଇଣ୍ଟରନେଟ କନେକ୍ସନ ନଥିଲେ କିମ୍ବା ସ୍ଲୋ ଥିଲେ ଅନଲାଇନ୍‌ ପେମେଣ୍ଟ କରିବା ମୁସ୍କିଲ ହୋଇଯାଏ। ଯଦି ଆପଣ ଏମିତି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ ଆପଣଙ୍କୁ କିଛି ଖାସ ଟ୍ରିକ୍‌ ଜଣାଇବୁ। ଏହି ଟ୍ରିକ୍‌ ଜରିଆରେ ଫୋନ୍‌ରେ ଇଣ୍ଟରନେଟ୍‌ କନେକ୍ସନ ନଥିଲେ ମଧ୍ୟ ଆପଣ ୟୁପିଆଇ ପେମେଣ୍ଟ କରିପାରିବେ।

*99# ସର୍ଭିସ୍ ମାଧ୍ୟମରେ ୟୁପିଆଇ ପେମେଣ୍ଟ

ୟୁପିଆଇ ପେମେଣ୍ଟ କରିବାକୁ ହେଲେ ସବୁଠୁ ଜରୁରୀ ଆପଣଙ୍କ ବ୍ୟାଙ୍କରେ ପଞ୍ଜିକୃତ ଏବଂ ୟୁପିଆଇ ସହ ଲିଙ୍କ ହୋଇଥିବା ଫୋନ୍‌ ନମ୍ବର ଗାଟିଏ ହୋଇଥିବା ଦରକାର । ଏହା ପରେ ଆପଣଙ୍କ ଫୋନ୍‌ରେ  *99# ସର୍ଭିସ୍‌ ଆକ୍ଟିଭ୍‌ ଅଛି କି ନାହିଁ ଯାଞ୍ଚ କରିନିଅନ୍ତୁ। *99# ଡାଏଲର କୋଡ୍‌ ଭାରତରେ ସମସ୍ତ ମୋବଇଲ୍‌ ୟୁଜର୍ସଙ୍କ ପାଇଁ ଆରମ୍ଭ କରାଯାଇଥିଲା। ଏହାର ଅର୍ଥ ଆପଣ ୟୁପିଆଇ ଇକୋସିଷ୍ଟମର ଏକ ଅଂଶ।

ବିନା ଇଣ୍ଟରନେଟ୍‌ରେ ଏମିତି କରନ୍ତୁ ପେମେଣ୍ଟ

– ସର୍ବପ୍ରଥମେ ଫୋନ୍‌ରେ *99# ଡାଏଲ କରନ୍ତୁ।

୨- ଏହାପରେ ଆପଣଙ୍କୁ ଅନେକ ମେନ୍ୟୁ ଦେଖାଇବ । ଏଥିରେ ଆପଣ ପ୍ରଥମ ମେନ୍ୟୁ (ସେଣ୍ଡ ମନି) ଉପରେ କ୍ଲିକ୍‌ କରନ୍ତୁ।

୩- ଯାହାଙ୍କୁ ଟଙ୍କା ପଠାଇବେ ତାଙ୍କର ଡିଟେଲ୍‌ ଦିଅନ୍ତୁ।

୪- ୟୁପିଆଇ ଆକାଉଣ୍ଟ ସହ ଲିଙ୍କ ନମ୍ବର ଦିଅନ୍ତୁ।

୫- କେତେ ଟଙ୍କା ପଠାଇବେ ଟାଇପ୍‌ କରନ୍ତୁ। ପରେ ସେଣ୍ଡ ଉପରେ କ୍ଲିକ୍‌ କରନ୍ତୁ।

୬- ଟ୍ରାଞ୍ଜାକ୍ସନ ପୂରା କରିବାକୁ ୟୁପିଆଇ ପିନ୍‌ ଦେବାକୁ ହେବ ।

   Related Posts