Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲୁଣ ଏବଂ ସୋରିଷ ତେଲ ଦ୍ବାରା ଏହି ୪ଟି ଉପାୟରେ କରନ୍ତୁ ତ୍ବଚାକୁ ପରିଷ୍କାର : ତ୍ବଚା ଚମକିବା ସହ ବଢ଼ିବ ସୈାନ୍ଦର୍ଯ୍ୟ

25/07/2019 at 11:52 AM

ଯଦି ଆପଣ ତ୍ବଚାରେ ଚମକ ଆଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ତ୍ବଚାର ଲୋମକୂପରେ ଜମିଥିବା ମଇଳାକୁ ବାହାର କରିବାକୁ ପଡ଼ିବ ଏବଂ ମୃତ କୋଷକୁ ସଫା କରିବାକୁ ପଡ଼ିବ। ଏଥିପାଇଁ ବଜାରରେ ଅନେକ ମହଙ୍ଗା ସ୍କ୍ରବ୍ ଏବଂ ଫେସଓ୍ବାଶ୍ ମିଳୁଛି କିନ୍ତୁ ଏହି ଫେସଓ୍ବାଶରେ ହାନିକାରକ କେମିକାଲ ରହିଛଇ ଯାହା ଆପଣଙ୍କ ତ୍ବଚାକୁ କ୍ଷତି ପହଞ୍ଚାଇଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କୁ କହିବା ତ୍ବଚାରୁ ମୃତ କୋଷ ବାହାର କରିବା ପାଇଁ ତ୍ବଚାର ଗଭୀରରେ ଥିବା ମଇଳା ବାହାର କରିବା ଏବଂ ତ୍ବଚାକୁ ମଇଶ୍ଚରାଇଜ କରିବାର ଏକ ସହଜ ଉପାୟ ଯେଉଁଥିପାଇଁ ଆପଣଙ୍କୁ କେବଳ ସୋରିଷ ତେଲ ଏବଂ ଲୁଣ ଆବଶ୍ୟକ।

ଲୁଣରେ ପ୍ରଚୁର ମାତ୍ରାରେ ଖଣିଜ ତତ୍ତ୍ବ ଥାଏ ଯାହା ତ୍ବଚା ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଲୁଣରେ କ୍ୟାଲସିୟମ୍,ମ୍ୟାଗ୍ନେସିୟମ୍,ପୋଟାସିୟମ ଏବଂ ସୋଡ଼ିୟମ ରହିଥାଏ। ଏହି ସମସ୍ତ ତତ୍ତ୍ବ ତ୍ବଚାରେ ଶୋଷିତ ହୋଇ ତ୍ବଚାକୁ ପୋଷଣ ଦେଇଥାଏ ଯାହା ଦ୍ବାରା କୋଶିକା ସୁସ୍ଥ ରହିଥାଏ ଏବଂ ତ୍ବଚାରେ ହେଉଥିବା ଚର୍ମ କୁଞ୍ଚନ,ରୁକ୍ଷପଣ ଏବଂ ଆଖି ତଳେ କଳା ଦାଗକୁ ମଧ୍ୟ ଲୁଣର ବାରମ୍ବାର ପ୍ରୟୋଗ ଦ୍ବାରା କମ୍ କରାଯାଇପାରିବ। ଲୁଣରେ ଆଣ୍ଟିମାଇକ୍ରୋବିୟଲ ଗୁଣ ରହିଥିବା ଯୋଗୁଁ ତ୍ବଚାରେ ହାନିକାରକ ବ୍ୟାକ୍ଟେରିଆରୁ ମୁକ୍ତି ମିଳିଥାଏ।

ଯଦି ଆପଣଙ୍କୁ କୈାଣସି ପାର୍ଟିରେ ଯିବାର ଥିବ କିମ୍ବା କାହାକୁ ଦେଖା କରିବାକୁ ଯିବାର ଥିବ କିନ୍ତୁ ଆପଣଙ୍କ ତ୍ବଚା ବାସି ଲାଗୁଥିବ ତେବେ ଲୁଣ ଆପଣଙ୍କ ତ୍ବଚାରେ ତୁରନ୍ତ ଚମକ ଆଣିବାରେ ସହାୟକ ହେବ। ଏଥିପାଇଁ ଏକ ଚାମଚ ଲୁଣରେ ଅଧା ଚାମଚ ମହୁ ମିଶାନ୍ତୁ ଏବଂ ୫/୧୦ମିନିଟ୍ ପାଇଁ ପେଷ୍ଟ ଲଗାନ୍ତୁ । ଏହା ପରେ ତ୍ବଚାକୁ ଘଷିବା ପରେ ପାଣିରେ ଧୋଇ ଦିଅନ୍ତୁ ଏହା ଦ୍ବାରା ଆପଣଙ୍କ ତ୍ବଚାରେ ଚମକ ଆସିବ।

ସପ୍ତାହରେ ୨ଦିନ ଆପଣଙ୍କ ବାଥରୁମର ଟବରେ ୩ଚାମଚ ଲୁଣ ମିଶାଇ ଗାଧାନ୍ତୁ। ଯଦି ଆପଣ ବାଲଟିରେ ଗାଧୋଉଛନ୍ତି ତେବେ ୨୦-୨୨ଲିଟର ପାଣିରେ ୩ଚାମଚ ଲୁଣ ମିଶାଇ ଗାଧାନ୍ତୁ। ଲୁଣରେ ଆଣ୍ଟିମାଇକ୍ରୋବିୟଲ ଗୁଣ ରହିଥାଏ ଯାହା ଦ୍ବାରା ତ୍ବଚାର ଗଭୀରତାରେ ଯାଇ ତ୍ବଚାକୁ ପରିଷ୍କାର କରିଥାଏ। ଲୁଣ ପାଣିରେ ଗାଧୋଇବା ଦ୍ବାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରିଯାଇଥାଏ। ଏହା ବ୍ୟତୀତ ପୂରା ଶରୀରରେ ଲୁଣରେ ଥିବା ମିନେରାଲ୍ସ ପହଞ୍ଚିଥାଏ ଯାହା ତ୍ବଚାର ରଙ୍ଗ ସଫା କରିଥାଏ।

ସୋରିଷ ତେଲ ପ୍ରାକୃତିକ କ୍ଲିନଜରର କାମ କରିଥାଏ । ବାସ୍ତବରେ ସୋରିଷ ତେଲରେ ଭିଟାମିନ୍ ଇ ପ୍ରଚୁର ମାତ୍ରାରେ ଥାଏ ଯାହା ଆଣ୍ଟି ଏଜିଙ୍ଗ ଗୁଣ ପାଇଁ ତ୍ବଚାକୁ ବୃଦ୍ଧାବସ୍ଥାରୁ ରୋକିଥାଏ ଏବଂ ଚର୍ମକୁଞ୍ଚନକୁ ଦୂର କରିଥାଏ । ଏହା ବ୍ୟତୀତ ତ୍ବଚାକୁ ମଏଶ୍ଚରାଇଜ କରିଥାଏ ଯାହା ଦ୍ବାରା ତ୍ବଚାର ରୁକ୍ଷପଣ ଦୂର ହୋଇଥାଏ। ଏହା ବ୍ୟତୀତ ସୋରିଷ ତେଲ କଳା ଦାଗ ଏବଂ ବ୍ରଣକୁ ମଧ୍ୟ ଠିକ୍ କରିଥାଏ।

   Related Posts