ଧନତେରସରେ ରାଶି ଅନୁସାରେ କିଣାକିଣି କଲେ ହେବେ ଲାଭବାନ୍

Published By : Prameya-News7 Bureau | November 03, 2018 IST

କାର୍ତ୍ତିକ ମାସ କୃଷ୍ଣପକ୍ଷର ତ୍ରୟୋଦଶୀକୁ ସମସ୍ତେ ଧନତେରାସ୍ ଭାବରେ ଜାଣନ୍ତି ଯାହା ଏବର୍ଷ ନଭେମ୍ବର ୫ତାରିଖରେ ପଡ଼ୁଛି। ଏହି ଦିନ ହସ୍ତ ନକ୍ଷତ୍ର ରାତି ୮ଟାରୁ ୮:୩୭ଯାଏଁ ରହିବ।  ଏଥିପାଇଁ ଚିତ୍ରା ନକ୍ଷତ୍ର ଏବଂ ବିଷକୁମ୍ଭ ଯୋଗ ଲାଗିଯିବ। ସୋମବାର ହସ୍ତ ନକ୍ଷତ୍ର,ଚିତ୍ରା ନକ୍ଷତ୍ର ଏବଂ ବିଷକୁମ୍ଭର ଯୋଗ ବହୁତ କମ୍ ଦେଖିବାକୁ ମିଳେ। ଏହା ବିଷୟରେ ବିଷ୍ଣୁ ପୁରାଣରେ କୁହାଯାଇଛି ଯେ ଏହି ଯୋଗ ଲାଗିଲେ ଲକ୍ଷ୍ମୀ ମାତା ଧନତେରାସରେ ମୁକ୍ତ ହସ୍ତରେ ନିଜ ଭକ୍ତମାନଙ୍କ ଉପରେ ସୁଖ ସମୃଦ୍ଧି ବର୍ଷା କରିଥାନ୍ତି। ଏହି ଯୋଗରେ ବହୁମୂଲ୍ୟ ବସ୍ତୁ,ବାସନ,ଗହଣା,ଗାଡ଼ି ଆଦି କିଣିବା ଅତ୍ୟନ୍ତ ଶୁଭପ୍ରଦ ହୋଇଥାଏ। ଯଦି ଆପଣ ନିଜ ରାଶି ଅନୁସାରେ କିଣାକିଣି କରିବେ ତାହେଲେ ଏହା ଆହୁରି ଶୁଭ ହୋଇଥାଏ। ମେଷ ରାଶିର ବ୍ୟକ୍ତିମାନେ ସୁନା ,ପୂଜା ସାମଗ୍ରୀ ଏବଂ ପିତ୍ତଳ ଜିନିଷ କିଣନ୍ତୁ। ସେହିଭଳି ବୃଷ ରାଶିର ବ୍ୟକ୍ତିମାନେ ପିତ୍ତଳ,ଇଲୋକଟ୍ରୋନିକ୍ ସାମଗ୍ରୀ ଏବଂ ଲୁଗା କିଣିବା ଦ୍ବାରା ଶୁଭ ହୋଇଥାଏ। ମିଥୁନ ରାଶିର ବ୍ୟକ୍ତିମାନେ କେସର,ସ୍ବର୍ଣ୍ଣ,ଗାଡ଼ି,ଭୂମି ଏବଂ ଚାନ୍ଦିର ଯେକୈାଣସି ପାତ୍ର କିଣନ୍ତୁ। କର୍କଟ ରାଶିର ବ୍ୟକ୍ତିମାନେ ଫଳ,ମିଷ୍ଠାନ୍ନ,ପିତ୍ତଳର ବାସନ କିଣିବା ଦରକାର। ସିଂହ ରାଶିର ବ୍ୟକ୍ତିମାନେ ଚାନ୍ଦିର ଯେକୈାଣସି ବସ୍ତୁ,ବାସନ କିମ୍ବା ରୋଷେଇର ଅନ୍ୟାନ୍ୟ ସାମଗ୍ରୀ କିଣିଲେ ଭଲ ହେବ। କନ୍ୟା ରାଶିର ବ୍ୟକ୍ତିମାନେ ଚାନ୍ଦିର ବାସନ,ଗହଣା ଏବଂ ଇଲେକଟ୍ରୋନିକ୍ ଜିନିଷ କିଣିବେ। ତୁଳା ରାଶିର ବ୍ୟକ୍ତିମାନେ ଚାନ୍ଦିର ବାସନ, ପାଣି ପିଇବା ପାଇଁ ବ୍ୟବହୃତ ବାସନ ଏବଂ ଇଲେକଟ୍ରୋନିକ୍ ଉପକରଣ କିଣିବେ। ବିଛା ରାଶିର ବ୍ୟକ୍ତିମାନେ ଗହଣା ସହ ଉପରୋକ୍ତ ପ୍ରକାରର ଜିନିଷ କିଣିଲେ ଭଲ। ଧନୁ ରାଶିର ବ୍ୟକ୍ତି ଯେକୈାଣସି ସୁଗନ୍ଧିତ ଜିନିଷ ,ଚାନ୍ଦିର ପାତ୍ର ଏବଂ ରତ୍ନ କିଣନ୍ତୁ। ମକର ରାଶିର ବ୍ୟକ୍ତିମାନେ ସ୍ବର୍ଣ୍ଣ,ଚାନ୍ଦି,ରତ୍ନ ଏବଂ ଶିକ୍ଷା ସମ୍ବନ୍ଧୀୟ ବସ୍ତୁ କିଣନ୍ତୁ। କୁମ୍ଭ ରାଶିର ବ୍ୟକ୍ତିମାନେ ଗାଡ଼ି,ଭୂମି ଏବଂ ତମ୍ବାପାତ୍ର କିଣନ୍ତୁ। ମୀନ ରାଶିର ବ୍ୟକ୍ତିମାନେ ରୋଷେଇ ସାମଗ୍ରୀ,ଚାନ୍ଦି ଗହଣା,ତମ୍ବାପାତ୍ର ଏବଂ ରତ୍ନ ଆଭୂଷଣ କିଣିବା ଦରକାର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.