ଡିସେମ୍ବରରେ ହେବ ମେକ୍ ଇନ୍ ଓଡିଶାର ତୃତୀୟ ସଂସ୍କରଣ : ପ୍ରସ୍ତୁତି ଆରମ୍ଭ, ବିଶ୍ୱର ବଡ ବଡ ଶିଳ୍ପପତିଙ୍କୁ ଯୋଡିବାକୁ ପ୍ରୟାସ

Published By : Prameya-News7 Bureau | August 16, 2020 IST

ଭୁବନେଶ୍ୱର, ୧୬|୦୮:  ମେକ୍ ଇନ ଓଡିଶାର ତୃତୀୟ ସଂସ୍କରଣ ୨୦୨୦ ଡିସେମ୍ବରରେ ହେବ । ଏନେଇ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ।  ତେବେ କରୋନା  ସ୍ଥିତି ନସୁଧୁରିଲେ ଭର୍ଚୁଆଲ କାର୍ଯ୍ୟକ୍ରମ କରିବାକୁ ଲକ୍ଷ୍ୟ ରଖା ଯାଇଛି । ଏଥିରେ କିପରି ବିଶ୍ବର ବଡ଼ ବଡ଼ ଶିଳ୍ପପତି ମାନଙ୍କୁ ଯୋଡ଼ାଯିବ ସେନେଇ ଉଦ୍ୟମ ହେବ । ମେକ୍ ଇନ ଓଡିଶାର ତୃତୀୟ ସଂସ୍କରଣରେ ସରକାର ୧ ଲକ୍ଷ କୋଟିର ପୁଞ୍ଜି ଆଗମନ ଲକ୍ଷ୍ୟ ରଖିଥିବା ଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି ।

{"id":315630,"width":623,"height":395,"sizeSlug":"large"}

ଡିସେମ୍ବର ହେବ ମେକ ଇନ ଓଡିଶାର ତୃତୀୟ ସଂସ୍କରଣ ।  କରୋନା ସ୍ଥିତି ସୁଧୁରି ନଥିଲେ ଡିଜିଟାଲ ପ୍ଲାଟଫର୍ମରେ ମେକଇନ ଓଡିଶା ଆୟୋଜନ କରିବେ ରାଜ୍ୟ ସରକାର । ରାଜ୍ୟରେ ପୁଞ୍ଜି ନିବେଶ ବଢାଇବା ଲାଗି ଡିଜିଟାଲ ପ୍ଲାଟଫର୍ମ ଜରିଆରେ ବିଶ୍ବର ବଡ ବଡ ଶିଳ୍ପପତି ମାନଙ୍କୁ ଏଥିରେ ଯୋଡାଯିବ । ଏନେଇ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଛି । ଡିଜିଟାଲ ଫ୍ଲାଟଫର୍ମରେ କିପରି ଏତେବଡ କାଯ୍ୟକ୍ରମ ସଫଳ ହେବ ସେନେଇ  ଆନ୍ତର୍ଜାତୀୟ ଏଜେନ୍ସି ମାନଙ୍କ ସହ  ଆଲୋଚନା ଚାଲିଛି । ୨୦୧୬ ମେକ୍ ଇନ ଓଡିଶାର ଓ ୨୦୧୮ ମେକଇନ ଓଡିଶା ପରେ ରାଜ୍ୟରେ  ୧୨ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି । ଜାୟୀୟ ସ୍ଥରରେ ମହାରାଷ୍ଟ୍ରକୁ  ଟପି ଓଡିଶା ୧୮ ପ୍ରତିଶତ ପୁଞ୍ଜି ନିବେଶ କରାଇବାରେ ସଫଳ ହୋଇଛି ବୋଲି ଯୁକ୍ତି ବାଢିଛନ୍ତି ସରକାର । ରାଜ୍ୟରେ ଶିଳ୍ପ ବାତାବରଣ ସୃଷ୍ଟି କରିବା ଇକୋ ସିଷ୍ଟମ, ଇଣ୍ଡଷ୍ଟ୍ରିଆଲ ଡେଭଲ୍ପମେଣ୍ଟ ଓ ଇନଫ୍ରାଷ୍ଟକଚରକୁ ବଢାଇବାରେ ସରକାର ଗୁରୁତ୍ବ ଦେଇଛନ୍ତି । ଖାସକରି ପେଟ୍ରୋକେମିକାଲ ଓ କେମିକାଲ, ମାଇନ୍‌ସ ଓ ମିନେରାଲ ଆଇରନ ଷ୍ଟିଲ ଓ ଆଲୁମିନିୟମ , ଫୁଡ଼ ପ୍ରୋସେସିଂ ଏବଂ ଆଇଟି ଓ ଇଲେକ୍ଟ୍ରୋନିକ୍ସ ଭଳି ୬ଟି ସେକ୍ଟରକୁ ଫୋକସ କରାଯାଉଛି । ଏଥର ମେକଇନ ଓଡିଶା ପରେ ସରକାର ୧ ଲକ୍ଷ କୋଟି ପୁଞ୍ଜି  ଆଗମନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ଶିଳ୍ପମନ୍ତ୍ରୀ କହିଛନ୍ତି ।

{"id":315632,"sizeSlug":"large"}

ସରକାରଙ୍କ ପୁଞ୍ଜି ନିବେଶ ଯୁକ୍ତିକୁ କିନ୍ତୁ ବିରୋଧୀ ଗ୍ରହଣ କରି ନାହାନ୍ତି । ବିଜେପି କହିଛି ସରକାର ନୂଆ ଘୋଷଣା ଛାଡନ୍ତୁ ଯାହା ଘୋଷଣା ହୋଇଛି ତାହା ପ୍ରଥମେ କରନ୍ତୁ । ବନ୍ଦ ହୋଇଥିବା ଶିଳ୍ପ ଖୋଲାଯାଉ । ରାଜ୍ୟକୁ ଫେରିଥିବା ପ୍ରବାସୀଙ୍କୁ ନିଯୁକ୍ତି ମିଳୁ । ଅନ୍ୟପଟେ ବିଶେଷଜ୍ଞଙ୍କ କହିବା କଥା ଓଡିଶାରେ ଯଥେଷ୍ଟ ସୁଯୋଗ ରହିଛି । କରୋନା ସ୍ଥିତି ଯୋଗୁ ଚାଇନା ଛାଡୁଥିବା ଶିଳ୍ପ ସଂସ୍ଥାଙ୍କ ସହ ସରକାର ଯୋଗାଯୋଗ କରି ନିଜ ରାଜ୍ୟକ ଆମନ୍ତ୍ରଣ କରିପାରିବେ । ଆନସିଲାରି ଶିଳ୍ପ ଉପରେ ଗୁରୁତ୍ବ ଦିଆଯାଉ । ଡିଜିଟାଲ ପ୍ଲାଟଫର୍ମରେ ମେକଇନ ଓଡିଶା କରିବା ଭଲ ପଦକ୍ଷେପ ହେବ । ଆଲୋଚନା ଅନୁସାରେ  ସରକାର ଶିଳ୍ପ ପତିମାନଙ୍କ ସହ ଯୋଗା ଯୋଗ କରି କାମ ଆଗକୁ ବଢାଇବା ଦରକର । ସରକାର ନୂଆ ଶିଳ୍ପନୀତି ଯୋଗୁ ମେକଇନ ଓଡିଶା ୩ ସଫଳ ହେବ ବୋଲି ଆଶା ରଖିଛନ୍ତି ବିଶେଷଜ୍ଞ ।ମେକଇନ ଓଡିଶାରୁ ପୁଞ୍ଜି ନିବେଶକଙ୍କୁ ରାଜ୍ୟକୁ ଆକୃଷ୍ଠ କରିବାକୁ ସରକାର ଆଶା ରଖିଛନ୍ତି । ହେଲେ କୋଭିଡ ପରିସ୍ଥିତି ଓ ଷ୍ଟେକ ହୋଲଡ଼ର ମାନଙ୍କର ସ୍ଥିତି ଉପରେ ଏସବୁ ନିର୍ଭର କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.