'ମେକ୍ ଇନ୍ ଓଡିଶା' କନକ୍ଲେଭର ଷ୍ଟାର୍ଟଅପ୍ ଟକ୍ ; ସ୍ବାସ୍ଥ୍ୟ କ୍ଷେତ୍ରରେ ୨୭ଶହ ୫୦କୋଟିର ପୁଞ୍ଜି ନିବେଶ ପ୍ରସ୍ତାବ

Published By : Prameya-News7 Bureau | November 13, 2018 IST

ଭୁବନେଶ୍ବର ୧୩|୧୧:  ମେକ୍ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ଦିନ । ଆଜି ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଷ୍ଟାର୍ଟ୍ ଅପ୍ ଟକ୍ । ଓଡ଼ିଶାର ଟପ୍ ଷ୍ଟାର୍ଟ ଅପ୍ ପ୍ଲେନାରୀ ସେସନରେ ନିଜର ବକ୍ତବ୍ୟ ରଖିଲେ । ସ୍ବାସ୍ଥ୍ୟସେବା, ବୟନ ଓ ଷୋଷାକ ଶିଳ୍ପ କ୍ଷେତ୍ର ଏମଏସଏମଇ କ୍ଷେତ୍ରରେ ସୁଯୋଗ ଓ ପୁଞ୍ଜି ବିନିଯୋଗ ନେଇ ଅଧିବେଶନରେ ଆଲୋଚନା ହୋଇଛି । ସ୍ବାସ୍ଥ୍ୟ କ୍ଷେତ୍ରରେ ୨୭ଶହ ୫୦ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ଦିଆଯାଇଛି । ସବୁ ମେଡିକାଲ କଲେଜ, କ୍ୟାପିଟାଲ ହସ୍ପିଟାଲ, ଶିଶୁଭବନ, କଟକ କ୍ୟାନସର ହସ୍ପିଟାଲରେ ଡାଏଲିସିସ ସେଣ୍ଟର କରାଯିବ । ଏଥିପାଇଁ ୭ଶହ କୋଟି ଟଙ୍କାର ବିନିଯୋଗ ହେବ । ପିପିପି ମୋଡରେ ୨୫ଟି ଜିଲ୍ଲାରେ ଆର୍ଫୋଡେବଲ ହେଲଥ କେୟାର ସେଣ୍ଟର କରାଯିବ । ଏଥିପାଇଁ ୧୩ଶହ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ । କେୟାର ହସ୍ପିଟାଲ ସହ ବୁଝାମଣାରେ ଝାରସୁଗୁଡାରେ କାର୍ଡିଆକ୍ କେୟାର ହସ୍ପିଟାଲ କରାଯିବ । ଏଥିପାଇଁ ୭୦କୋଟି ଟଙ୍କା ପୁଞ୍ଜି ନିବେଶ କରାଯିବ । ସେହିପରି କମ୍ପ୍ରେହେନସିଭ କ୍ୟାନସର କେୟାର ପ୍ରୋଗ୍ରାମରେ ଟାଟା ସନ୍ସ ସହ ଏମଓୟୁ ସ୍ବାକ୍ଷରିତ ହୋଇଛି । ୧୫ଟି ଜିଲ୍ଲାରେ ରେଡିଓ ଥେରାପି ପାଇଁ ୬ଶହ କୋଟିକ ପୁଞ୍ଜି ନିବେଶ କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ସେହିପରି ଏମଏସଏମଇ କ୍ଷେତ୍ରରେ ୧୧ଶହ ୭୭କୋଟି ଟଙ୍କାର ପୁଞ୍ଜି ନିବେଶର ପ୍ରସ୍ତାବ ଦିଆଯାଇଛି । ଗୁଜୁରାଟର ଓଡିଆ ବ୍ୟବସାୟୀ ଉଦୟ ଶଙ୍କର ପତି ୮ଶହ ୨୦କୋଟି ଟଙ୍କା ନିବେଶ କରିବେ । ଚିଙ୍ଗୁଡି ଚାଷ ଏବଂ ଗୋପାଳନ କ୍ଷେତ୍ରରେ ଉଦୟ ଶଙ୍କର ନିବେଶ କରିବେ ବୋଲି ବିଭାଗୀୟ ସଚିବ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.