‘ମେକ୍ ଇନ୍ ଓଡ଼ିଶା’ କନକ୍ଲେଭ ୨୦୧୮ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ : ଜନତା ମଇଦାନରେ ସୁରକ୍ଷା ବ୍ୟବସ୍ଥା କଡାକଡି

Published By : Prameya-News7 Bureau | November 08, 2018 IST

ଭୁବନେଶ୍ବର ୮|୧୧: ମେକ୍ ଇନ୍ ଓଡ଼ିଶା’ କନକ୍ଲେଭ ୨୦୧୮ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତ ବର୍ଷ ଏହି ମେଗା ଇଭେଣ୍ଟରେ ଯୋଗ ଦେଉଛନ୍ତି ମୁକେଶ ଅମ୍ବାନୀ, କୁମାର ମଙ୍ଗଳମ ବିରଲା, ଟାଟା ଗ୍ରୁପର ଚେୟାରମ୍ୟାନ ଏନ୍ ଚନ୍ଦ୍ରଶେଖରନ ଓ ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ଅନୀଲ ଅଗ୍ରଓ୍ବାଲଙ୍କ ସହ ୮୦୦ ଶହ ବିଜନେସ ଡେଲିଗେଟ୍‌ସ । ଏଥର ମେକ୍ ଇନ୍ ଓଡ଼ିଶା’ କନକ୍ଲେଭରେ ପୁଞ୍ଜି ବିନଯୋଗ କମ୍ ଓଡି଼ଶା ଓ ରାଜ୍ୟରେ ଥିବା ସୁଯୋଗକୁ ବିଶ୍ବ ସମୁଦାୟ ଆଗରେ ପ୍ରଦର୍ଶୀତ କରିବାର ଆଭିମୁଖ୍ୟ ଅଧିକ ରହିଛି  l ତେବେ ବିରୋଧୀ ବିଜେପି ଓ କଂଗ୍ରେସ ମେକ୍ ଇନ୍ ଓଡ଼ିଶା’କୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ଫୋକସ ପୁଞ୍ଜି ଆକର୍ଷଣ ନୁହେଁ ଫୋକସ ଓଡ଼ିଶାରେ ଥିବା ପର୍ଯ୍ୟାପ୍ତ ସୁଯୋଗ ବାବଦରେ ଜଣାଇବା। ଏଥର ମେକ୍ ଇନ୍ ଓଡ଼ିଶା’ କନକ୍ଲେଭରେ ଏମିତି କିଛି ଲକ୍ଷ୍ୟ ରଖିଛନ୍ତି ସରକାର। କନକ୍ଲେଭ ପାଇଁ ସମସ୍ତ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତ ବର୍ଷ ଏହି ମେଗା ଇଭେଣ୍ଟରେ ଯୋଗ ଦେଉଛନ୍ତି ମୁକେଶ ଅମ୍ବାନୀ, କୁମାର ମଙ୍ଗଲମ ବିରଲା, ଟାଟା ଗ୍ରୁପର ଚେୟାରମ୍ୟାନ ଏନ୍ ଚନ୍ଦ୍ରଶେଖରନ ଓ ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ଅନୀଲ ଅଗ୍ରଓ୍ବାଲଙ୍କ ଭଳି ଦେଶର ୮୦୦ ଶହ ଟପ୍‌  ବିଜନେସ ଆଇକନ । ପ୍ରାୟ ୧୫୦ରୁ ଅଧିକ ଇଣ୍ଡଷ୍ଟ୍ରି ଏକ୍ସପର୍ଟ ୧୫ଟି ବିଭାଗ ଉପରେ ଟେକ୍‌ନିକାଲ ସେସନରେ ଆଲୋଚନା କରିବେ।  ଜାପାନ ଏଥର ମେକ୍‌ ଇନ ଓଡ଼ିଶାରେ  କଣ୍ଟ୍ରି ପାର୍ଟନର ଅଛି। ତେଣୁ ଜାପାନୀ କମ୍ପାନି ମିତସୁବିସି, ମାରୁବେନି, ଜେଏଫ୍ଇ ଷ୍ଟିଲ, ମିତସୁଇ, ତାକାହାକା ପ୍ରେସିସନ ଭଳି କମ୍ପାନି ଏଥିରେ ଅଂଶଗ୍ରହଣ କରିବେ ।  ଏହାସହ ଇଟଲୀ, ଫ୍ରାନ୍ସ , ଜର୍ମାନୀ, ରୁଷିଆ, ସାଉଦି ଆରବ, ଚୀନ ଓ ସାଉଥ କୋରିଆରୁ ବିଜନେସ ଡେଲିଗେଟ୍ସ ଯୋଗଦେବାର ସମ୍ଭାବନା ରହିଛି । ଯେଉଁମାନଙ୍କୁ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠାର ସୁଯୋଗ ବାବଦରେ ସୂଚନା ଦେବେ ରାଜ୍ୟ ସରକାର। ହାଇପ୍ରୋଫାଇଲ ବିଜନେସ ଡେଲିଗଟ୍‌ଙ୍କୁ ଦେଖି ଇଭେଣ୍ଟ ଗ୍ରାଉଣ୍ଡ ଜନତା ମଇଦାନରେ ଅତ୍ୟାଧୁନିକ ସୁବିଧାସୁଯୋଗ କରାଯାଇଛି। କମିଶନରେଟ ପୋଲିସ ପକ୍ଷରୁ ଜନତା ମଇଦାନକୁ ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧରେ ରଖାଯାଇଛି । ଦେଶର ଟପ୍‌ ବିଜନେସ ଆଇକନ ଆସୁଥିବାରୁ ସୁରକ୍ଷା ଉପରେ କମିଶନରେଟ ପୋଲିସ ଉପରେ ବଡ଼ ବୋଝ। ତେବେ ମେକ୍ ଇନ୍ ଓଡ଼ିଶା’ କନକ୍ଲେଭକୁ ନେଇ ଉଭୟ ବିରୋଧୀ ଖୁବ ସନ୍ଦୀହାନ।  ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।  ବିଜେପି କହିଛି ଓଡିଶାରେ କେନ୍ଦ୍ର ସରକାର ଜାତୀୟ ରାଜପଥ ଭିତ୍ତିଭୂମୀ ଉନ୍ନତି ପାଇଁ ୧୦ ହଜାର କୋଟିରୁ ଅଧିକ ଯୋଜନା ପ୍ରସ୍ତୁତ କରିଥିଲେ ମଧ୍ୟ  ରାଜ୍ୟ ସରକାର କେବଳ ବାଦରେ ଏସବୁକୁ କାର୍ଯ୍ୟକାରୀ କରୁନାହାନ୍ତି। କଂଗ୍ରେସ କହିଛି ଅନୁକୂଳ ବାତାବରଣ ସୃଷ୍ଟି ନକରି ରାଜ୍ୟ ସରକାର ଧୂଆଁବାଣ ଛାଡୁଛନ୍ତି। ୨୦୧୬ ମେକ୍ ଇନ୍ ଓଡ଼ିଶା’ରେ ରାଜ୍ୟକୁ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜିବିନିଯୋଗ ପ୍ରସ୍ତାବ ମିଳଥିଲା । ୨ ବର୍ଷ ମଧ୍ୟରେ ପ୍ରାୟ ୬୫ ପ୍ରତିଶତ ପ୍ରକଳ୍ପ ବିଭିନ୍ନ ପର୍ଯ୍ୟାରେ ରହିଛି। ଚଳିତ ବର୍ଷ ସରକାର ଓଡ଼ିଶାରେ ପୁଞ୍ଜି ବିନିଯୋଗ କରିବାକୁ ଆଗ୍ରହୀଥିବା କମ୍ପାନି ମାନଙ୍କ ସହ ଏମ୍‌ଓୟୁ ନକରି ପ୍ରକଳ୍ପକୁ ତ୍ବରାନ୍ବିତ କରିବା ପାଇଁ ସରକାରୀ ସିଙ୍ଗଲ ୱିଣ୍ଡୋ ପୋର୍ଟାଲ ମାଧ୍ୟମରେ ଆବେଦନ କରିବାକୁ ପ୍ରବର୍ତ୍ତାଇବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.