Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ମେକ୍ ଇନ୍ ଓଡିଶା କନକ୍ଲେଭ : ଓଡିଶା ପାଇଁ ଟ୍ରେଜେରି ଖୋଲିଦେଲେ ଶିଳ୍ପପତି, ୧୪ ହଜାର ୪ଶହ କୋଟିର ପୁଞ୍ଜିନିବେଶ କରିବ ଆଦିତ୍ୟ ବିର୍ଲା ଗ୍ରୁପ

12/11/2018 at 5:19 PM

ଭୁବନେଶ୍ବର ୧୨|୧୧:  ରାଜ୍ୟରେ ଅନୁଷ୍ଠିତ ହୋଇଛି ଶିଳ୍ପ ମହାକୁମ୍ଭ ମେକ୍ ଇନ୍ ଓଡ଼ିଶା କନକ୍ଲେଭ । ଗତକାଲିଠାରୁ ଭୁବନେଶ୍ବର ଜନତା ମଇଦାନରେ ଆରମ୍ଭ ଏହି ଶିଳ୍ପ ମହାକୁମ୍ଭର ଦ୍ବିତୀୟ ଦିନରେ ଦେଶର ନାମିଦାମୀ ଶିଳ୍ପପତି ଦେଇଛନ୍ତି ବିପୁଳ ନିବେଶର ପ୍ରତିଶ୍ରୁତି । ଆଜି ଥିଲା ପ୍ଲେନାରୀ ଅଧିବେଶନ ଓ ବିଜନେସ୍ ଲିଡରସିପ ସମ୍ମିଳନୀ । ଏହି ସମ୍ମିଳନୀରେ ଯୋଗଦେଇ ଶିଳ୍ପପତିମାନେ ରାଜ୍ୟର ଶିଳ୍ପ ଅନୁକୂଳ ବାତାବରଣକୁ ଅନୁଧ୍ୟାନ କରିବା ପରେ ଆଗାମୀ ଦିନରେ ରାଜ୍ୟରେ ବିପୁଳ ପରିମାଣର ପୁଞ୍ଜିନିବେଶ କରିବେ ବୋଲି ଘୋଷଣା କରିଛନ୍ତି।

ମେକ ଇନ ଓଡିଶା କନକ୍ଲେଭରେ ପ୍ରଥମ ପୁଞ୍ଜିନିବେଶ ପାଇଁ ଘୋଷଣା କରିଛି ଆଦିତ୍ୟ ବିର୍ଲା ଗ୍ରୁପ । ଆଦିତ୍ୟ ବିର୍ଲା ଗ୍ରୁପର ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା ଓଡିଶା ପାଇଁ ୧୪ ହଜାର ୪ଶହ କୋଟିର ପୁଞ୍ଜିନିବେଶ ପାଇଁ ଘୋଷଣା କରିଛନ୍ତି ।

ଟାଟା ସନସ୍‌ ଗ୍ରୁପ୍‌ର ଅଧ୍ୟକ୍ଷ ନଟରାଜନ୍‌ ଚନ୍ଦ୍ରଶେଖରନ୍‌ ତାଙ୍କ କମ୍ପାନି ଓଡ଼ିଶାରେ ୨୫ ହଜାର କୋଟିର ପୁଞ୍ଜି ନିବେଶ କରିବ ବୋଲି ଘୋଷଣା କରିଛନ୍ତି। ଏହା ପୂର୍ବରୁ ଟାଟା କମ୍ପାନି ଓଡ଼ିଶାରେ ୭୫ ହଜାର କୋଟିର ପୁଞ୍ଜି ନିବେଶ କରି ସାରିଥିବା ବେଳେ ଏବେ ୨୫ ହଜାର କୋଟିର ନୂତନ ନିବେଶ କରିବ ।

ରିଲାଏନ୍ସ ଗ୍ରୁପ୍‌ ଅଫ୍‌ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଓଡ଼ିଶାରେ ତାଙ୍କ କମ୍ପାନୀ ୩ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବ ବୋଲି ଘୋଷଣା କରିଛନ୍ତି। ପୂର୍ବରୁ ରାଜ୍ୟରେ ୬ହଜାର କୋଟିର ପୁଞ୍ଜିନିବେଶ କରିଥିବା ରିଲାଏନ୍ସ କମ୍ପାନି ଏଥର ପୁଣି ୩ ହଜାର କୋଟି ଟଙ୍କାର ପୁଞ୍ଜିନେବେଶ କରିବା ନେଇ ଘୋଷଣା କରିଛି ।

ମେକ୍ ଇନ ଓଡ଼ିଶା କନକ୍ଲେଭରେ ସାମିଲ ହୋଇଛନ୍ତି ଜେଏସପିଏଲ ମୁଖ୍ୟ ନବୀନ ଜିନ୍ଦଲ ରାଜ୍ୟରେ ୧ଲକ୍ଷ କୋଟି ଟଙ୍କା ବିନିଯୋଗ କରିବେ ବୋଲି କହିଛନ୍ତି । ସେହିପରି ୨୦୩୦ ସୁଦ୍ଧା ୬ ମିଲିୟନ ଟନର ଷ୍ଟିଲ ପ୍ଲାଂଟକୁ ବୃଦ୍ଧି କରାଯାଇ ୨୦ ମିଲିୟନ ଷ୍ଟିଲ ପ୍ଲାଂଟ ପ୍ରତିଷ୍ଠା କରାଯିବାର ଲକ୍ଷ୍ୟ ରହିଛି । ସେହିପରି ୪୫ ହଜାର କୋଟିର ନିବେଶକୁ ବୃଦ୍ଧି କରାଯାଇ ୧ ଲକ୍ଷ କୋଟିର ପୁଂଜିନିବେଶ କରାଯିବ ।

ସେହିପରି ଏହି ଦୁଇ ଦିନଆ ସମିଟ୍‌ ଓ କନ୍‌କ୍ଲେଭ୍‌ରେ ଯୋଗ ଦେଇଥିବା ଉଭୟ ଭାରତୀୟ ଓ ବିଦେଶୀ ଶିଳ୍ପପତି ଓ କମ୍ପାନିମାନେ ମଧ୍ୟ ଆଗାମୀ ଦିନରେ ରାଜ୍ୟରେ ବିପୁଳ ପରିମାଣର ପୁଞ୍ଜିନିବେଶ କରିବା ପାଇଁ ଘୋଷଣା କରିଛନ୍ତି।

   Related Posts