ମେକ ଇନ ଓଡିଶା: ଓଡ଼ିଶାରେ ଖୁବ ଶୀଘ୍ର ଆସିବ କଣ୍ଟ୍ରାକ୍ଟ ଫାର୍ମିଙ୍ଗ ଆଇନ, ଏଗ୍ରି ମାର୍କେଟିଂ କ୍ଷେତ୍ରରେ ୧୪୧୨ କୋଟି ଟଙ୍କାର ଆସିଲା ନିବେଶ

Published By : Prameya-News7 Bureau | November 14, 2018 IST

ଭୁବନେଶ୍ବର୧୪|୧୧: ମେକ୍‌ ଇନ୍‌ ଓଡିଶା କନକ୍ଲେଭରୁ ଏଗ୍ରି ମାର୍କେଟିଂ କ୍ଷେତ୍ରରେ ୧୪୧୨ କୋଟି ଟଙ୍କାର ଆସିଲା ନିବେଶ । ରିଲାଏନ୍ସ ୩ଶହ କୋଟି, ଆଇଟିସି ୫୨୦ କୋଟି, ଓ୍ବାଏର ହାଉସିଂ ୩ ଶହ କୋଟି, କଣ୍ଟ୍ରାକ୍ଟ ଫାର୍ମିଙ୍ଗ ରେ ୧୧୨ କୋଟି ଆସିଛି । ଓଡ଼ିଶାରେ ଖୁବ ଶୀଘ୍ର  କଣ୍ଟ୍ରାକ୍ଟ ଫାର୍ମିଙ୍ଗ ଆଇନ ଆସିବ ବୋଲି କନକ୍ଲେଭରେ ସରକାର ସୂଚନା ଦେଇଛନ୍ତି । ହରିୟାଣା ପରେ ଓଡ଼ିଶାରେ ଏହି ଆଇନ ଆସିବ । ଏହି ଆଇନ ଅନୁସାରେ ଚାହିଦାକୁ ନେଇ ଚାଷୀ ଉତ୍ପାଦନ କରିବ ଆଉ ଦର ବି ଆଗୁଆ ଧାର୍ଯ୍ୟ ହେବ । ଏ ପରିପ୍ରେକ୍ଷୀରେ ନାଫେଡ ସହ ଏମ ଓ ୟୁ ହୋଇଛି । ନାପେଡ ରାଜ୍ୟରୁ ମୁଗ,ବିରି,ସୂର୍ଯ୍ୟମୁଖୀ ଫୁଲ କିଣିବ ।ଏଥିପାଇଁ ୫ ଶହ କୋଟି ଟଙ୍କାର ଅର୍ଡର ମଧ୍ୟ ମିଳିଛି ।ରବିରେ ଏମ ଏସ ପି ଦରରେ ଚାଷୀଙ୍କ ଠୁ କିଣି ତୁରନ୍ତ ନାଫେଡକୁ ପ୍ରଦାନ କରାଯିବ ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି । ଓ୍ବାଏର ହାଉସିଂ ଡେଭେଲପମେଣ୍ଟ ରେଗୁଲୋଟରି ଅଥୋରିଟି ସହ ମଧ୍ୟ ଏମ ଓ ୟୁ ହୋଇଛି । ଚାଷୀଙ୍କ ଉତ୍ପାଦିତ ସାମଗ୍ରୀ କୁ ତାହାର ଷ୍ଟୋରେଜ କାପାସିଟି ଅନୁସାରେ ବୈଜ୍ଞାନିକ ପଦ୍ଧତିରେ ରଖିବେ କଳିଙ୍ଗ ପ୍ୟୋର ହେବ ବ୍ରାଣ୍ଡ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.