ସୁରକ୍ଷା କର୍ମୀଙ୍କ ଲାଗି ପ୍ରସ୍ତୁତ ହେଉଛି ହାଇକ୍ୱାଲିଟି ସ୍ୱଦେଶୀ ବୁଲେଟ୍ ପ୍ରୁଫ ଜ୍ୟାକେଟ୍, ଏକେ-୪୭ ଗୁଳିରେ ବି ଆହତ ହେବେନି ସୈନିକ

Published By : Prameya-News7 Bureau | October 04, 2019 IST

ନୂଆଦିଲ୍ଲୀ: ଦେଶର ସୁରକ୍ଷା ବଳଙ୍କ ହିତ କୁ ଦୃଷ୍ଟିରେ ରଖି ସ୍ୱଦେଶୀ ଜ୍ଞାନ କୌଶଳରେ ଅତ୍ୟାଧୁନିକ ହାଲୁକା ବୁଲେଟ୍ ପ୍ରୁ ଜ୍ୟାକେଟ୍ ନିର୍ମାଣ କରାଯାଉଛି। ଏହି ଜ୍ୟାକେଟ୍ ସୀମା ସୁରକ୍ଷାରୁ ଆରମ୍ଭ କରି ପୋଲିସ କର୍ମଚାରୀଙ୍କୁ ମଧ୍ୟ ପ୍ରଦାନ କରାଯିବ। ଭାରତୀୟ ମାନକ ବ୍ୟୁରୋଙ୍କ ଷ୍ଟାଣ୍ଡାର୍ଡ ଅନୁସାରେ ପ୍ରସ୍ତୁତ ହେଉଥିବା ବୁଲେଟ୍ ପ୍ରୁଫ ଜ୍ୟାକେଟ୍ ଏକେ-୪୭ ଆସଲ୍ଟ ଗୁଳିକୁ ବି ସହନ କରିବାର କ୍ଷମତା ରଖୁଥବା କୁହାଯାଉଛି। ଫଳରେ ଆତଙ୍କବାଦୀଙ୍କ ମୁକାବିଲା ଏବେ ଆହୁରି ସହଜ ହେବ।

{"id":166383}

'ମେକ୍ ଇନ୍ ଇଣ୍ଡିଆ' ଉପକ୍ରମରେ ଦେଶର ସରକାରୀ ଓ ଘରୋଇ କମ୍ପାନୀ ମିଳିତ ଭାବେ ବିଆଇଏସ୍ ମାନର ବୁଲେଟ୍ ପ୍ରୁଫ ଜ୍ୟାକେଟ୍ ପ୍ରସ୍ତୁତ କରୁଛନ୍ତି। ଅଧିକାରୀକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଉତ୍ତରପ୍ରଦେଶର କାନପୁର ଓ ତାମିଲନାଡୁର ଆବାଡିସ୍ଥିତ ଫ୍ୟାକ୍ଟ୍ରିମାନଙ୍କରେ ଏହି ସବୁ ଜ୍ୟାକେଟ୍ ପ୍ରସ୍ତୁତ କରାଯାଉଛି। ପୂର୍ବରୁ ବୁଲେଟ୍ ପ୍ରୁଫ ଜ୍ୟାକେଟରେ ଲୁହା ବ୍ୟବହାର ହେଉଥିଲା। ଏଣୁ ଏଗୁଡିକ ଅଧିକ ଓଜନିଆ ହେବା ଯୋଗୁ ସୈନିକ ଓ ସୁରକ୍ଷା କର୍ମୀ ଜ୍ୟାକେଟ୍ ପିନ୍ଧି ଠିକ୍ ଭାବେ କାର୍ଯ୍ୟ କରିପାରୁନଥିଲେ।

{"id":166384}

ତେବେ ବର୍ତ୍ତମାନ ବିଆଇଏସ ମାନକ ଅନୁସାରେ ଏଭଳି ଜ୍ୟାକେଟ୍ ରେ ଉଚ୍ଚ ମାନ ଯୁକ୍ତ ମିଶ୍ରିତ ଧାତୁର ଉପଯୋଗ କରାଯିବ। ଏଣୁ ଏବେ ଜ୍ୟାକେଟ୍ ଗୁଟିକ ପୂର୍ବାପେକ୍ଷା ଅନେକ ହାଲୁକା ହେବା ସହ ସୁରକ୍ଷା କର୍ମୀ ଜ୍ୟାକେଟ୍ ପିନ୍ଧି ସହଜରେ ଅଭିଯାନରେ ସାମିଲ ହୋଇପାରିବେ। ଏଥିରେ ଲିଡ ଡିଷ୍ଟ୍ରିବ୍ୟୁସନ ସିଷ୍ଟମ ବି ରହିବ। ଯାହା ଦ୍ୱାରା ଜ୍ୟାକେଟ୍ ରେ ସୁରକ୍ଷା କର୍ମୀ ସେମାନଙ୍କ ରସଦ ମଧ୍ୟ ସଂଗ୍ରହ କରିରଖିପାରିବେ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.