ମେକ୍ ଇନ ଇଣ୍ଡିଆ! ଦେଶରେ ପ୍ରଥମ ଥର ତିଆର ହେଲା ସ୍ବଦେଶୀ ସ୍ନାଇପର ରାଫଲ

Published By : Prameya-News7 Bureau | October 14, 2019 IST

ନୂଆଦିଲ୍ଲୀ୧୪|୧୦: କର୍ଣ୍ଣାଟକର ଏକ ଆର୍ମସ୍‌ ମ୍ୟାନୁଫ୍ୟାକ୍‌ଚରିଙ୍ଗ୍‌ କମ୍ପାନୀ ଦେଶରେ ପ୍ରଥମ ଥର ପାଇଁ ସ୍ବଦେଶୀ ରାଇଫଲର ପ୍ରୋଟୋଟାଇପ୍ ପ୍ରସ୍ତୁତି କରି ସାରିଛନ୍ତି। ଏହି ଅସ୍ତ୍ରଗୁଡିକୁ ବେଙ୍ଗାଲୁରୁର ଏସଏସଏସ ଡିଫେନସ୍‌ ତିଆରି କରିଛି। ଏହାସହ କମ୍ପାନୀ ଦୁଇଟି ସ୍ନାଇପର ରାଇଫଲ୍ସ ପ୍ରସ୍ତୁତି କରିଛି।

ଦେଶର ପ୍ରଥମ ସ୍ବଦେଶୀ ରାଇଫଲ୍‌ସ୍‌ ତିଆରି କରିଥିବା କମ୍ପାନୀ ଏସଏସଏସ ଡିଫେନସ୍‌ର ମ୍ୟାନେଜିଙ୍ଗ ଡାଇରେକ୍ଟର ସତୀଶ୍ ଆର୍‌ ମଚାନୀଙ୍କ କହିବା ଅନୁସାରେ ମେକ୍‌ ଇନ୍‌ ଇଣ୍ଡିଆ ଆନୁକୁଲ୍ୟରେ ରାଇଫଲ୍ସର ଡିଜାଇନ୍‌ ଓ ଡେଭଲପ କରିବା ଆରମ୍ଭ ହୋଇଛି। ସତୀଶ ଆହୁରି ମଧ୍ୟ କହିଛନ୍ତି ବଛା ବଛା ମ୍ୟାନୁଫ୍ୟାକ୍‌ଚରିଙ୍ଗ୍‌ କମ୍ପାନୀ ମଧ୍ୟ ବେଙ୍ଗାଲୁରୁର ଏସଏସଏସ ଡିଫେନ୍ସ କମ୍ପାନୀ ଅନ୍ୟତମ। ଏହି କମ୍ପାନୀକୁ ନିଜ ଦେଶରେ ହତିଆର ତିଆରି କରିବା ପାଇଁ ଅନୁମତି ମିଳିଛି।

୬୧ ବର୍ଷ ଏହି ପୁରୁଣା କମ୍ପାନୀ ପୂର୍ବରୁ ଅଟୋମୋଟିଭ୍‌ ଇଣ୍ଡଷ୍ଟ୍ରି ପାଇଁ କମ୍ପୋନେଣ୍ଟସ୍‌ ପ୍ରସ୍ତୁତ କରୁଥିଲା। ଏବେ ଏହି କମ୍ପାନୀ ଡିଫେନ୍ସ୍ ସେକ୍ଟର ପାଇଁ କମ୍ପୋନେଣ୍ଟସ ସପ୍ଲାଏ କରିବା ଆରମ୍ଭ କରି ଦେଇଥିବା କଥା ସତୀଶ କହିଛନ୍ତି। ଦେଶର ସୁରକ୍ଷା ବଳୟକୁ ମଜବୁତ୍‌ କରିବା ପାଇଁ ପୂରା ଆର୍ମସ୍ ସିଷ୍ଟମ ଡେଭଲପ୍‌ ହେବା ଉଚିତ୍‌। ଏଥିସହ ଆର୍ମସ୍‌ ଏକ୍ସପୋର୍ଟର ଦିଗରେ ମଧ୍ୟ ଏହି ଏସଏସଏସ କମ୍ପାନୀ ଆଗକୁ ଚିନ୍ତା କରିବ ବୋଲି ସତୀଶ କହିଛନ୍ତି। ଏଥିସହ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ହତିଆର ତିଆର କରିବା ପାଇଁ ଏସଏସଏସ ଡିଫେନ୍ସ କମ୍ପାନୀ ଲକ୍ଷ୍ୟ ରଖିଛି।

ସ୍ବଦେଶୀ କୌଶଳରେ ତିଆର ହୋଇଥିବା ଏହି ରାଫଲ୍‌ ସଂପର୍କରେ କମ୍ପାନୀର ସିଇଓ ବିବେକ୍ କୃଷ୍ଣ ସୂଚନା ଦେଇଛନ୍ତି।  7.62x51mm ଓ  .338 ଲପୁଆ ମ୍ୟାଗନମ୍‌ ପ୍ଲାଟଫର୍ମରେ ହାଇ-ଏଣ୍ଡ ସ୍ନାଇପର ରାଫଲ୍ସ ତିଆରି ହୋଇଛି। ମ୍ୟାନୁଫ୍ୟାକ୍‌ଚରିଙ୍ଗ୍‌ ୟୁନିଟ ପାଇଁ ଜିଗାନୀରେ ୮୦ ହଜାର ସ୍କ୍ବାୟର ଫୁଟ୍‌ର ଫ୍ୟାକ୍ଟ୍ରି ତିଆରି ଚାଲିଥିବା କଥା ବିବେକ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.