ଦାମ୍ପତ୍ୟ ଜୀବନକୁ ସୁଖଦାୟକ କରିବାକୁ ଚାହୁଁଛନ୍ତି କି : ଘରର ମୁଖ୍ୟ ଦ୍ବାରକୁ କରନ୍ତୁ ଏମିତି

Published By : Prameya-News7 Bureau | February 15, 2019 IST

ବାସ୍ତୁରେ ମୁଖ୍ୟ ଦ୍ବାରକୁ ନେଇ ଅନେକ ନିୟମ ରହିଛି। ଯଦି ଆପଣଙ୍କ ଘରର ମୁଖ୍ୟ ଦ୍ବାର ଅପରିଷ୍କାର କିମ୍ବା ଭଙ୍ଗାଭଙ୍ଗି ହୋଇଥିବ ତେବେ ଆପଣଙ୍କ ଘରେ ଆର୍ଥିକ ଅନଟନ ଦେଖାଯିବ। ଘରର ଦ୍ବାରର ସହ ଜଡ଼ିତ ଥିବା ଏହି ସବୁ ନିୟମ ପ୍ରତି ଧ୍ୟାନ ଦେଲେ ଆପଣ ଅନେକ ସମସ୍ୟାକୁ ଅତି ସହଜରେ ସମାଧାନ କରିପାରିବେ। ଦାମ୍ପତ୍ୟ ଜୀବନ ମଧ୍ୟ ସୁଖ ଦାୟକ ହେବ ।

-ଯଦି ଘରର ଦ୍ବାର ବାସ୍ତୁ ହିସାବରେ ହୋଇନାହିଁ ତେବେ ପେଙ୍ଗସୁଇ ସାହାଯ୍ୟରେ ଏହାର ପ୍ରତିକାର କରାଯାଇପାରିବ।

-ଯଦି ଦ୍ବାର ଖୋଲିବାବେଳେ ଏବଂ ବନ୍ଦ କରିବାବେଳେ ଶବ୍ଦ ଆସୁଥାଏ ତେବେ ଏହା ଉତ୍ତମ ସଙ୍କେତ ନୁହେଁ। ଏହାଦ୍ବାରା ନକରାତ୍ମକ ଶକ୍ତି ଉତ୍ପନ୍ନ ହେବା ସହ ଗୃହ କର୍ତ୍ତାଙ୍କ ଚିନ୍ତା ବଢ଼ିଥାଏ।

-ମୁଖ୍ୟ ଦ୍ବାରରେ ଗଣେଶଙ୍କ ମୂର୍ତ୍ତି କିମ୍ବା ଫଟୋ ଲଗାଇବା ଶୁଭ ହୋଇଥାଏ।

-ଘରକୁ ପ୍ରବେଶ ପାଇଁ କେବଳ ଗୋଟିଏ ଦ୍ବାର ହେବା ଉଚିତ୍।

-ମୁଖ୍ୟ ଦ୍ବାର ସବୁବେଳେ ଭିତରପଟକୁ ଖୋଲିବା ଉଚିତ୍। ଯେଉଁମାନଙ୍କ ଘରେ ମୁଖ୍ୟ ଦ୍ବାର ବାହାରପଟୁ ଖୋଲିଥାଏ ସେଠାରେ ଆର୍ଥିକ ସମସ୍ୟା ଦେଖାଯାଇଥାଏ।

-ବେଡରୁମ୍ ଘରର ଏକ ଏପରି ଅଂଶ ହୋଇଥାଏ ଯାହା ଦାମ୍ପତ୍ୟ ଜୀବନ ପାଇଁ ସବୁଠୁ ଗୁରୁତ୍ବପୂର୍ଣ୍ଣ ହୋଇଥାଏ। ଅନେକ କ୍ଷେତ୍ରରେ ଏପରି ହୋଇଥାଏ ଯେ ବାସ୍ତୁ ଦୋଷ ପାଇଁ ସ୍ବାମୀ ସ୍ତ୍ରୀ ସୁଖରେ ରହି ପାରନ୍ତି ନାହିଁ। ଏହି ସମସ୍ୟାଗୁଡ଼ିକ ଅତ୍ୟନ୍ତ ସାମାନ୍ୟ ହୋଇଥାଏ କିନ୍ତୁ ଧୀରେ ଧୀରେ ଗୁରୁତର ରୂପ ଧାରଣ କରିଥାଏ। ଏପରି କ୍ଷେତ୍ରରେ ଛୋଟଛୋଟ କଥା ପ୍ରତି ଧ୍ୟାନ ରଖିଲେ ଆପଣ ବୈବାହିକ ଜୀବନର ବିଭିନ୍ନ ପ୍ରକାର ସମସ୍ୟାରୁ ମୁକ୍ତି ପାଇ ପାରିବେ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.