ଶୁଷ୍କ ତ୍ବଚାକୁ କରନ୍ତୁ ସୁନ୍ଦର ଓ କୋମଳ ; ଏହି ଜିନିଷକୁ ଖାଦ୍ୟରେ କରନ୍ତୁ ସାମିଲ…..

Published By : Prameya-News7 Bureau | July 05, 2021 IST

ନୂଆଦିଲ୍ଲୀ ୦୫/୦୭ : ଶରୀରକୁ ହାଇଡ୍ରେଟ୍ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଯଦି ଶରୀର ହାଇଡ୍ରେଟ୍ ନରୁହେ, ତେବେ ଚର୍ମ ଖରାପ ହୋଇଯାଇଥାଏ । ଯେଉଁଥିପାଇଁ ରୁଖା ଓ ଶୁଖିଲା ଚର୍ମରେ ଅନେକ ଯନ୍ତ୍ରଣା ଅନୁଭବ ହୋଇଥାଏ । କିନ୍ତୁ, ଅତ୍ୟଧିକ ଶୁଷ୍କ ଚର୍ମ ମଧ୍ୟ ସଂକ୍ରମଣ କରାଇଥାଏ । ଏହିପରି ପରିସ୍ଥିତିରେ ତୁରନ୍ତ ଚର୍ମ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବା ଉଚିତ୍ । ଚର୍ମର ଶୁଷ୍କତାକୁ ଦୂର କରିବା ପାଇଁ ସେହି ଜିନିଷ ଖାଆନ୍ତୁ, ଯାହା ଶରୀରକୁ ହାଇଡ୍ରେଟ୍ କରିଥାଏ । ତେବେ ଆସନ୍ତୁ ଜାଣିବା

ଡ୍ରାଏ ଫ୍ରୁଟ୍

ଡ୍ରାଏ ଫ୍ରୁଟ ତଥା ଶୁଖିଲା ଫଳକୁ ରାତିସାରା ଭିଜାଇ ରଖନ୍ତୁ  ଏବଂ ସକାଳେ ମୁଠାଏ ବାଦାମ ଖାଆନ୍ତୁ କିମ୍ବା ସାଲାଡରେ ମିଶାଇ ଖାନ୍ତୁ । ସେଗୁଡ଼ିକ ମଧ୍ୟରେ ଓମେଗା- ୩ ,ଓମେଗା- ୬, ଫେଟି ଏସିଡ୍, ଡାଏଟାରୀ ଫାଇବର ଓ ଅନେକ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱରେ ଏଥିରେ ଭରପୂର ମାତ୍ର ରହିଥାଏ । ଏହି ପୋଷକ ତତ୍ତ୍ୱ ଶରୀରରେ ଥିବା କୋଷଗୁଡ଼ିକର କଠିନତା ବଜାୟ ରଖେ । ଏହା ଦ୍ବାରା କୋଷଗୁଡ଼ିକୁ ମଧ୍ୟ ହାଇଡ୍ରେଟ୍ କରେ । ଯେଉଁଥି ପାଇଁ ଚର୍ମ କୋମଳ ହୋଇଥାଏ ।

{"id":476120,"sizeSlug":"large","linkDestination":"none"}

ଫ୍ଲେକସିଡ୍

ଫ୍ଲେକସିଡ୍ ପାଉଡରକୁ ଜୁସ୍ କିମ୍ବା ସାଲାଡରେ ମିଶାଇ ପାରିବେ । ଏହା ସହ ୧ ଚାମଚ ଦହିରେ, ୧ ଚାମଚ ଫ୍ଲେକସିଡ୍ ପାଉଡର ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ପରେ ଏହାକୁ ୨୦ ମିନିଟ୍ ପର୍ଯ୍ୟନ୍ତ ସମଗ୍ର ଶରୀରରେ ଲଗାଇ ରଖନ୍ତୁ । ଏହା ଶୁଷ୍କତା ହ୍ରାସ କରିବାରେ ସାହାଯ୍ୟ କରିବ । ଟ୍ରାନ୍ସ-ଏପିଡର୍ମଲ୍ ଜଳର ପରିମାଣ ଏବଂ ଶୁଷ୍କତା ହ୍ରାସ କରିବାରେ ସାହାଯ୍ୟ କରେ । ଫ୍ଲେକ୍ସିଡ୍ ମଞ୍ଜିରେ ଅତ୍ୟାବଶ୍ୟକ ଫ୍ୟାଟି ଏସିଡ୍, ଫାଇଟୋଷ୍ଟ୍ରୋଜେନ୍, ପ୍ରୋଟିନ୍, ଫାଇବର ଭରପୂର ରହିଥାଏ ।

{"id":476121,"sizeSlug":"large","linkDestination":"none"}

କାକୁଡି

ସୁସ୍ଥ ଚର୍ମ ପାଇଁ କାକୁଡିକୁ ସାଲାଡରେ ସାମିଲ କରନ୍ତୁ । ଏହାର ସାଣ୍ଡୱିଚ୍ ତିଆରି କରି ଖାଆନ୍ତୁ କିମ୍ବା ଆପଣ ଏହାକୁ ସ୍ନାକ୍ସ ଓ ସାଲାଡ ଭାବରେ ଖାଇପାରିବେ । କାରଣ କାକୁଡିରେ ପ୍ରଚୁର ଜଳର ମାତ୍ରା ରହିଥାଏ, ଯାହା ଚର୍ମର ଶୁଷ୍କତାକୁ ଦୂର କରିବାରେ ଲାଭଦାୟକ ହୋଇଥାଏ |

ସ୍କିନର ରୁଖାପଣରୁ ବଞ୍ଚିବା ପାଇଁ ପ୍ରତିଦିନ ଅତି କମରେ ୪ରୁ ୫ଲିଟର ପାଣି ପିଇବା ଆବଶ୍ୟକ । ଏମିତିକା ଫଳ ଖାଆନ୍ତୁ ଯେଉଁଥିରେ ସର୍ବାଧିକ ପରିମାଣର ଜଳ ଅଛି । ଫାଷ୍ଟଫୁଡ୍ ବଦଳରେ ଘରେ ତିଆରି ହୋଇଥିବା ଖାଦ୍ୟ ଖାଆନ୍ତୁ ।

{"id":476122,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.