ଘରେ ମଶାର ଆତଙ୍କ ବଢ଼ୁଛି କି ? ତେବେ ପ୍ଲାଷ୍ଟିକ୍ ବୋତଲକୁ ଏପରି କରନ୍ତୁ ବ୍ୟବହାର ,ମଶାରୁ ମିଳିବ ମୁକ୍ତି

Published By : Prameya-News7 Bureau | August 28, 2019 IST

ଏବେ ବର୍ଷା ଦିନ ଚାଲିଛି। ବର୍ଷା ଋତୁରେ ଲୋକେ ମଶା ସମସ୍ୟାରୁ ମୁକ୍ତି ପାଇବାକୁ ଚାହଁନ୍ତି। ମଶା କାମୁଡ଼ିବା ଦ୍ବାରା ଗମ୍ଭୀର ରୋଗ ହେବାର ଆଶଙ୍କା ଥାଏ। ଏଥିପାଇଁ ମଶାରୁ ମୁକ୍ତି ପାଇବା ପାଇଁ ଲୋକେ ବିଭିନ୍ନ ପ୍ରକାରର ଉପାୟ କରିଥାଆନ୍ତି। କିନ୍ତୁ ମଶା କବଳରୁ ପୂରାପୂରି ମୁକ୍ତି ପାଇପାରନ୍ତି ନାହିଁ। ମଶାଙ୍କୁ ଘଉଡ଼ାଇବା ପାଇଁ ଆପଣ ଘରେ ଖାଲି ପଡ଼ିଥିବା ପ୍ଲାଷ୍ଟିକ୍ ବୋତଲର ବ୍ୟବହାର କରି ପାରିବେ ଏବଂ ମଶାଙ୍କ ଦାଉରୁ ରକ୍ଷା ପାଇପାରିବେ। ଆସନ୍ତୁ ଜାଣିବା ଏହାର ଉପାୟ ବିଷୟରେ

{"id":149910,"width":582,"height":327}

ଘରେ ପଡ଼ିଥିବା କୋଲ୍ଡ ଡ୍ରିଙ୍କସର ଖାଲି ବୋତଲ ଦ୍ବାରା ଆପଣ ଘରେ ମସ୍କିଟୋ ଟ୍ରାପ୍ କରି ପାରିବେ ଏବଂ ଘରେ ଘର ଭିତରେ ଥିବା ମଶାଗୁଡ଼ିକୁ ସହଜରେ ମାରି ପାରିବେ। ବଜାରରେ ମଧ୍ୟ ମଶା ମାରିବା ପାଇଁ ବିଭିନ୍ନ ପ୍ରକାରର ମସ୍କିଟୋ କଏଲସରୁ ଆରମ୍ଭ କରି ଇଲେକ୍ଟୋନିକ୍ ଡିଭାଇସ୍ ଏବଂ ଅନ୍ୟାନ୍ୟ ଜିନିଷ ରହିଥାଏ। କିନ୍ତୁ ଆମେ ଯେଉଁ ଜିନିଷ ଆପଣଙ୍କୁ କହୁଛୁ ଏହା ଦ୍ବାରା ଘରର ସବୁ ମଶାଠୁ ମୁକ୍ତି ମିଳିବ। ଏବଂ ଏଥିପାଇଁ ଆପଣଙ୍କୁ ଟଙ୍କା ମଧ୍ୟ ଖର୍ଚ କରିବାକୁ ପଡ଼ିବ ନାହିଁ ଏବଂ ଆପଣଙ୍କ ଘରେ ପଡ଼ିଥିବା ବେକାର ଜିନିଷ ମଧ୍ୟ କାମରେ ଆସିବ।

{"id":149911}

ବୋତଲ ଭିତରେ ଏକ ଏପରି ଲିକୁଇଡ କରି ପକାଯାଇଥାଏ ଯାହା ମଶାଙ୍କୁ ତାଙ୍କ ଆଡ଼କୁ ଆକର୍ଷିତ କରିଥାଏ। ମଶା ଆପଣାଛାଏଁ ବୋତଲ ଭିତରକୁ ପଶିଯାଆନ୍ତି ଏବଂ ଫସିଯାଆନ୍ତି। ଏହା ପରେ ମଶା ବାହାରକୁ ବାହାରି ପାରନ୍ତି ନାହିଁ। ବୋତଲ ଭିତରେ ମଶା ମରି ଯାଆନ୍ତି। ଏହି ଉପାୟକୁ କରିବା ପାଇଁ ୨.୫ଲିଟର କୋଲ୍ଟ ଡ୍ରିଙ୍କର ଖାଲି ବୋତଲ ଆଣି ଏହାକୁ ମଝିରୁ କାଟି ଦିଅନ୍ତୁ। କଟା ଯାଇଥିବା ଭାଗରେ ୫୦୦ମିଲିଲିଟର ପାଣି ଭର୍ତ୍ତି କରନ୍ତୁ। ଏବଂ ଏଥିରେ ୨ଚାମଚ ବ୍ରାଉନ ସୁଗାର ପକାନ୍ତୁ।

{"id":149912}

ଏବେ ଏହାକୁ ମିଶ୍ରଣ କରିବା ଦ୍ବାରା ପାଣିର ରଙ୍ଗ ବ୍ରାଉନ ହୋଇଯିବ। ଏବେ ଏହି ଲିକୁଇଡରେ ଏକ ଚାମଚର ଚତୁର୍ଥାଂଶ ଭାଗ ମହୁ ମିଶାଇ ମିଶ୍ରଣ କରନ୍ତୁ। ବୋତଲର କଟା ହୋଇଥିବା ମୁହଁ ଭାଗକୁ ଓଲଟା କରି ରଖନ୍ତୁ। ଅର୍ଥାତ୍ ବୋତଲର ମୁହଁ ତଳକୁ ରହିବ। ଏହା ପରେ ଓଲଟା ରଖି ଏହାକୁ ସେଲୋ ଟେପ୍ ସହାୟତାରେ ଫିକ୍ସ କରି ଦିଅନ୍ତୁ।  

{"id":149913}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.