ବୟଫ୍ରେଣ୍ଡଙ୍କ ସହ ବିବାହ କରୁଛନ୍ତି ବଲିଉଡ ଅଭିନେତ୍ରୀ ଶ୍ବେତା ବାସୁ : ଜାଣନ୍ତୁ କିଏ ତାଙ୍କ ବୟଫ୍ରେଣ୍ଡ

Published By : Prameya-News7 Bureau | November 29, 2018 IST

ମୁମ୍ବାଇ ୨୯/୧୧: ଏବେ ଆଉ ଜଣେ ବଲିଉଡ ଅଭିନେତ୍ରୀ ବିବାହ କରିବାକୁ ଯାଉଛନ୍ତି। ସେ ହେଉଛନ୍ତି ‘ମକଡ଼ି’ ଫିଲ୍ମର ଅଭିନେତ୍ରୀ ଶ୍ବେତା ପ୍ରସାଦ ବାସୁ। ସେ ତାଙ୍କ ବୟଫ୍ରେଣ୍ଡ ରୋହିତ ମିତ୍ତଲଙ୍କ ସହ ଡିସେମ୍ବର ୧୩ତାରିଖରେ  ବିବାହ କରୁଛନ୍ତି। ସୂଚନା ଅନୁସାରେ ସେମାନେ ପୁଣେରେ ବିବାହ କରୁଛନ୍ତି। ଏହା ପରେ ମୁମ୍ବାଇରେ ରିସେପ୍ସନ୍ ହେବ। ଜୁନ୍ ମାସରେ ଦୁଇଜଣଙ୍କ ନିର୍ବନ୍ଧ ସରିଛି। ଶ୍ବେତା ନିଜ ବ୍ୟାଚେଲରେଟ ପାର୍ଟି ନିମନ୍ତେ ବର୍ତ୍ତମାନ ବାଲିରେ ଅଛନ୍ତି। ଶ୍ବେତା ବଙ୍ଗାଳୀ ଏବଂ ରୋହିତ ମାରଓ୍ବାଡ଼ି ହୋଇଥିବାରୁ ବିବାହ ଦୁଇଜଣଙ୍କ ରୀତିନୀତିରେ ଅନୁଷ୍ଠିତ ହେବ। ଶ୍ବେତା ନିଜ ସାଙ୍ଗମାନଙ୍କ ସହ ବାଲିରେ ୫ଦିନ ମଉଜ କରିବା ପରେ ମୁମ୍ବାଇ ପହଞ୍ଚିବେ। ଏହା ପରେ ପୁଣେ ଯିବେ। ଶ୍ବେତାଙ୍କ ଜଣେ ବନ୍ଧୁଙ୍କ କହିବା ଅନୁସାରେ ଶ୍ବେତା ଏବଂ ରୋହିତ ୪ବର୍ଷରୁ ପ୍ରେମ ସମ୍ପର୍କରେ ଅଛନ୍ତି ଏବଂ ୨ବର୍ଷ ହେଲା ଲିଭ୍ ଇନରେ ରହୁଛନ୍ତି। ଦୁଇଜଣଙ୍କ ସମ୍ପର୍କ ଅତ୍ୟନ୍ତ ନିବିଡ଼ ଏବଂ ସେମାନଙ୍କ ଯୋଡ଼ି ମଧ୍ୟ ଜମିବ ବୋଲି ସମସ୍ତେ ଆଶା କରୁଛନ୍ତି। ମଜାର କଥା ହେଲା ଶ୍ବେତା ପ୍ରଥମେ ଗୋଆରେ ରୋହିତଙ୍କୁ ପ୍ରେମ ନିବେଦନ କରିଥିଲେ। ଏହା ପରେ ରୋହିତ ପୁଣି ଥରେ ତାଙ୍କୁ ପୁଣେରେ ପ୍ରପୋଜ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଏହି ଅଭିନେତ୍ରୀଜଣକ କିଛି ଦିନ ପୂର୍ବେ ସେକ୍ସ ସ୍କାଣ୍ଡାଲରେ ଜଡ଼ିତ ହୋଇ ଜେଲ୍ ଯାଇଥିଲେ ଏବଂ କିଛି ଦିନ ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା। ସେ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଖରାପ ଥିବା ଯୋଗୁଁ ଏପରି ପେଶା ଆପଣେଇଥିଲେ ବୋଲି ପ୍ରକାଶ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.