ଆଜି ପବିତ୍ର ମକର ସଂକ୍ରାନ୍ତି ଓ ପୋଙ୍ଗଲ, ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | January 14, 2021 IST

ନୂଆଦିଲ୍ଲୀ ୧୪।୦୧: ଆଜି ପବିତ୍ର ମକର ସଂକ୍ରାନ୍ତି ଓ ପୋଙ୍ଗଲ । ଭାରତର ଉତ୍ତରରୁ ଆରମ୍ଭ କରି ଦକ୍ଷିଣ ପର୍ଯ୍ୟନ୍ତ ଚାଲିଆଡେ ମକର ସଂକ୍ରାନ୍ତି , ପୋଙ୍ଗଲ ସହିତ ଆଉ କିଛି ଉତ୍ସବକୁ ଜୋରସୋରରେ ପାଳନ କରାଯାଉଛି । ତେବେ ମକର ସଂକ୍ରାନ୍ତି , ପୋଙ୍ଗଲ ଉତ୍ସବ ଉପଲକ୍ଷେ ଦେଶୀବାସୀଙ୍କୁ ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ କରି ଅଭିନନ୍ଦନ ଜଣାଇଛନ୍ତି ।

wp:html /wp:html

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍‌ କରିଛନ୍ତି ଯେ, ଦେଶବାସୀଙ୍କୁ ମକର ସଂକ୍ରାନ୍ତିର ଶୁଭକାମନା । ଉତରାୟଣ ସୂର୍ଯ୍ୟଦେବ ସମସ୍ତଙ୍କ ଜୀବନରେ ଆନନ୍ଦ ଓ ଉର୍ଜା ଭରିଦିଅନ୍ତି । ସମସ୍ତଦେଶୀଙ୍କୁ ମକର ସଂକ୍ରାନ୍ତି ଉପଲକ୍ଷେ ଶୁଭେଚ୍ଛା । ଦିନଟି ଆପଣଙ୍କ ପାଇଁ ଶୁଭ ହେଉ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

wp:html /wp:html

ସେହିପରି ପ୍ରଧାନମନ୍ତ୍ରୀ ପୋଙ୍ଗଲ ଉପଲକ୍ଷେ କହିଛନ୍ତି ଯେ, ସମସ୍ତଙ୍କ ପୋଙ୍ଗଲର ଶୁଭକାମନା । ବିଶେଷକରି ତାମିଲବାସୀଙ୍କୁ ଢେର ପରିମାଣର ଶୁଭେଚ୍ଛା । ତାମିଲରେ ଏହି ଉତ୍ସବକୁ ବଡ଼ ଧରଣରେ ପାଳନ କରାଯାଏ । ତାମିଲବାସୀଙ୍କ ପାଇଁ ଏହି ଉତ୍ସବରେ ବେଶ୍‌ ମହତ୍ତ୍ୱ ରହିଛି ।

ଅନ୍ୟପଟେ ମକର ସଂକ୍ରାନ୍ତି ଓ ପୋଙ୍ଗଲ ଉତ୍ସବ ଉପଲକ୍ଷେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମୁଖ୍ୟ ମୋହନ ଭାଗବତ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ମଧ୍ୟ ଦେଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.