ମକର ସଂକ୍ରାନ୍ତି ପରେ ବଦଳିବ ଏହି ୪ ରାଶି ବ୍ୟକ୍ତିଙ୍କ ଭାଗ୍ୟ, ଦୂର ହେବ ସମସ୍ତ ସମସ୍ୟା

Published By : Prameya-News7 Bureau | January 15, 2022 IST

ନୂଆଦିଲ୍ଲୀ ୧୫।୦୧ : ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତି ସବୁଟାରୁ ବଡ ସଂକ୍ରାନ୍ତି ଭାବେ ବିବେଚନା କରାଯାଏ । ଏହି ସଂକ୍ରାନ୍ତିର ବହୁତ ଗୁରୁତ୍ୱ ରହିଛି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରନ୍ତି । ଏହି ବର୍ଷ ସୂର୍ଯ୍ୟ ଜାନୁଆରୀ ୧୪ ରେ ମକର ରାଶିରେ ପ୍ରବେଶ କରିଛନ୍ତି । ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ରାଶିର ପରିବର୍ତ୍ତନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଗ୍ରହମାନଙ୍କର ପରିବର୍ତ୍ତନ ହେତୁ, କେତେକ ରାଶିମାନଙ୍କ ପାଇଁ ଶୁଭ ଅଟେ । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, କିଛି ରାଶିମାନଙ୍କ ଉପରେ ମକର ସଂକ୍ରାନ୍ତି ଠାରୁ ଶୁଭ ଫଳାଫଳ ପାଇବେ ।  ଏହା ବ୍ୟତୀତ ରାଶିର ଭାଗ୍ୟ ବଦଳିବ । ତେବେ ଚାଲନ୍ତୁ ଜାଣିବା କେଉଁ କେଉଁ ରାଶି ବିଷୟରେ ।  

ମିଥୁନ ରାଶି- ମିଥୁନ ରାଶିର ବ୍ୟକ୍ତିମାନଙ୍କ ପାଇଁ ଏଥର ବହୁତ ଶୁଭ ହେବାକୁ ଯାଉଛି । ପଦ-ପଦବୀ ଏବଂ ପ୍ରତିଷ୍ଠାରେ ମାନ ସମ୍ମାନ ବୃଦ୍ଧି ହେବାର ସମ୍ଭାବନା ରହିଛି । ଯେକୌଣସି କାର୍ଯ୍ୟରେ ସଫଳତା ପାଇବେ । ଚାକିରି ଏବଂ ବ୍ୟବସାୟରେ ଅଗ୍ରଗତି ହେବ । ଶିକ୍ଷା କ୍ଷେତ୍ର ସହିତ ଜଡିତ ଲୋକମାନଙ୍କ ପାଇଁ, ଏହା ଖୁବ୍‌ ଭଲ ରହିଛି । ବୈବାହିକ ଜୀବନ ସୁଖମୟ ହେବ । ଆର୍ଥିକ ସ୍ଥିତି ଦୃଢ ହେବ ।

ସିଂହ ରାଶି- ସିଂହ ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ବଦଳିବାକୁ ଯାଉଛି । କାର୍ଯ୍ୟରେ ସଫଳତାର ସମ୍ଭାବନା ଅଛି । ପରିବାର ସଦସ୍ୟଙ୍କ ସହିତ ସମୟ ବିତାନ୍ତୁ । ଆପଣ ବୈବାହିକ ଜୀବନରେ ସୁଖ ଅନୁଭବ କରିବେ । ଶିକ୍ଷା କ୍ଷେତ୍ର ସହିତ ଜଡିତ ଲୋକଙ୍କ ପାଇଁ ଏହା ଶୁଭ ହେବ ।

ଧନୁ ରାଶି - ଆତ୍ମବିଶ୍ୱାସରେ ବୃଦ୍ଧି ହେବ । ଆପଣ ସମାଜରେ ମାନ-ସମ୍ମାନ ପାଇବେ। ଆପଣ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ହେବ । ପରିବାର ସଦସ୍ୟଙ୍କ ଠାରୁ ସହଯୋଗ ମିଳିବ । ବିନିଯୋଗରୁ ଲାଭ ହୋଇପାରେ ।

ମୀନ ରାଶି- ଏହି ରାଶିର ବ୍ୟକ୍ତିମାନେ ଯେକୌଣସୋ କ୍ଷେତ୍ରରେ ସଫଳତା ପାଇବାର ସମ୍ଭାବନା ରହିଛି । ସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକମାନେ ଶୁଭ ଫଳ ପାଇବେ। ଆପଣ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବେ। ଏହି ସମୟରେ ବିନିଯୋଗ ହୋଇ ପାରେ। ଛୋଟ ବଡ କାରବାରରୁ ଲାଭ ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.