ମକର ସଂକ୍ରାନ୍ତିରେ ଭୁଲରେ ବି କରନ୍ତୁ ନାହିଁ ଏହି ୧୦ଟି କାମ : ନଚେତ୍ ପଡ଼ିବେ ସଙ୍କଟରେ

Published By : Prameya-News7 Bureau | January 13, 2020 IST

ମକର ସଂକ୍ରାନ୍ତି ହିନ୍ଦୁଙ୍କ ଶୁଭ ଦିନ ମଧ୍ୟରୁ ଗୋଟିଏ। ଦେଶର ପ୍ରାୟତଃ ସମସ୍ତ ଅଞ୍ଚଳରେ ଏହି ପର୍ବ ପାଳନ କରାଯାଇଥାଏ। ଦେଶବ୍ୟାପି ଲୋକେ ମକର ସଂକ୍ରାନ୍ତି ଦିନ ନଦୀରେ ସ୍ନାନ କରିଥାଆନ୍ତି। ଏହି ଦିନ ପିତାମହ ଭୀଷ୍ମ ପ୍ରାଣତ୍ୟାଗ କରିଥିଲେ। ମକର ସଂକ୍ରାନ୍ତିକୁ କେତେକ ସ୍ଥାନରେ ଉତ୍ତରାୟଣ ବୋଲି କୁହାଯାଇଥାଏ। ମକର ସଂକ୍ରାନ୍ତି ଦିନ ଗଙ୍ଗା ସ୍ନାନ,ବ୍ରତ,କଥା,ଦାନ ଏବଂ ସୂର୍ଯ୍ୟ ଦେବତାଙ୍କ ଉପାସନା କରିବାର ବିଶେଷ ମହତ୍ତ୍ବ ରହିଛି।

{"id":210652,"sizeSlug":"large"}

ମକର ସଂକ୍ରାନ୍ତି ଦିନ କରାଯାଇଥିବା ଜପ ଏବଂ ଦାନର ଫଳ ଅନେକ ଗୁଣ ବଢ଼ିଯାଇଥାଏ। ସୂର୍ଯ୍ୟ ଏବଂ ଶନିର ସମ୍ପର୍କ ଏହି ପର୍ବ ସହ ହୋଇଥିବାରୁ ଏହା ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ହୋଇଥାଏ।

{"id":210654,"width":585,"height":330,"sizeSlug":"large"}

ଜ୍ୟୋତିଷ ଗଣନା ଅନୁସାରେ,ଏଥର ଜାନୁୟାରୀ ୧୪ତାରିଖ ରାତି ୨ଟା ୭ରେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବେ। ତେଣୁ ଏଥର ଜାନୁୟାରୀ ୧୫ତାରିଖରେ ମକର ସଂକ୍ରାନ୍ତି ପାଳନ କରାଯିବ।

{"id":210655,"sizeSlug":"large"}

ମକର ସଂକ୍ରାନ୍ତିରେ କିଛି କାମ ଶୁଭ କାମ ହୋଇଥିବାବେଳେ କିଛି କାମ ବର୍ଜନ କରାଯାଇଥାଏ। ତେବେ ଆସନ୍ତୁ ଜାଣିବା ଏହି ଦିନ କେଉଁ କାମ ଭୁଲରେ ମଧ୍ୟ କରିବା ଅନୁଚିତ୍।

{"id":210656,"width":586,"height":330,"sizeSlug":"large"}

୧. ଅନେକ ଲୋକ ଏହି ଦିନ ସକାଳୁ ଉଠିବା ମାତ୍ରେ ଚା, ସ୍ନାକ୍ସ ଖାଇବା ଆରମ୍ଭ କରିଥାଆନ୍ତି। କିନ୍ତୁ ଶୁଭ ଦିନରେ ଏପରି ନକରିବା ଉଚିତ୍‌। ଏହି ଦିନ ସ୍ନାନ ନକରି ଖାଇବା ଅନୁଚିତ୍। ସେଦିନ ସ୍ନାନ କରିବା ନିତାନ୍ତ ଜରୁରୀ।

{"id":210657,"width":584,"height":447,"sizeSlug":"large"}

୨.ମକର ସଂକ୍ରାନ୍ତି ପ୍ରକୃତିର ପର୍ବ। ମକର ସଂକ୍ରାନ୍ତି ଦିନ ଘରେ କିମ୍ବା ବାହାରେ କୌଣସି ଗଛପତ୍ର କାଟିବା ଅନୁଚିତ୍।

{"id":210658,"width":582,"height":328,"sizeSlug":"large"}

୩. ମକର ସଂକ୍ରାନ୍ତି ଦିନ ନିଶା ଦ୍ରବ୍ୟ ସେବନ କରନ୍ତୁ ନାହିଁ। ମଦ,ସିଗାରେଟ ଏବଂ ଗୁଟଖା ସେବନଠୁ ଦୂରେଇ ରୁହନ୍ତୁ। ଏହି ଦିନ ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ଏହି ଦିନ ରାଶି, ମୁଗ ଡାଲିର ଖେଚୁଡ଼ି ଇତ୍ୟାଦି ସେବନ କରିବା ସହ ଦାନ କଲେ ପୁଣ୍ୟ ମିଳିଥାଏ।

{"id":210659,"width":582,"height":446,"sizeSlug":"large"}

୪.ଯଦି ସୂର୍ଯ୍ୟ ଦେବତାଙ୍କ କୃପା ପାଇବାକୁ ଚାହୁଁଥାଆନ୍ତି ତେବେ ସନ୍ଧ୍ୟାରେ ଅନ୍ନ ଖାଆନ୍ତୁ ନାହିଁ। ସୂର୍ଯୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ପୂଜାପାଠ କରନ୍ତୁ।

{"id":210660,"width":578,"height":443,"sizeSlug":"large"}

୫. ମକର ସଂକ୍ରାନ୍ତି ଦିନ ଗାଈ କିମ୍ବା ମଇଁଷିର କ୍ଷୀର ଦୁହିଁବା ଅନୁଚିତ୍।

{"id":210661,"sizeSlug":"large"}

୬. ମକର ସଂକ୍ରାନ୍ତି ଦିନ ଯଦି ଆପଣଙ୍କ ଘରକୁ କେହି ଭିକାରୀ,ସାଧୁ କିମ୍ବା ଗୁରୁଜନ ଆସନ୍ତି ତେବେ ତାଙ୍କୁ ଖାଲି ହାତରେ ଯିବାକୁ ଦିଅନ୍ତୁ ନାହିଁ। ନିଜ ସାମର୍ଥ୍ୟ ଅନୁସାରେ ତାଙ୍କୁ କିଛି ନା କିଛି ଦାନ କରନ୍ତୁ।

{"id":210662,"width":582,"height":446,"sizeSlug":"large"}

୭. ମକର ସଂକ୍ରାନ୍ତି ଦିନ ଭୁଲରେ ବି ପିଆଜ,ରସୁଣ ଏବଂ ମାଂସ ସେବନ କରନ୍ତୁ ନାହିଁ। ଭୋଜନରେ ସାତ୍ତ୍ବିକତା ପାଳନ କରନ୍ତୁ।

{"id":210663,"sizeSlug":"large"}

୮. ଏହି ଦିନ ପ୍ରକୃତିର ପର୍ବ ଥିବାରୁ ଫସଲ କାଟନ୍ତୁ ନାହିଁ।

{"id":210664,"sizeSlug":"large"}

୯. ମକର ସଂକ୍ରାନ୍ତିରେ ନିଜ କଥାବାର୍ତ୍ତାରେ ସଂଯମତା ରଖନ୍ତୁ ଏବଂ ରାଗନ୍ତୁ ନାହିଁ। ସମସ୍ତଙ୍କ ସହ ମଧୁର ସମ୍ପର୍କ ରଖନ୍ତୁ।

{"id":210665,"width":577,"height":538,"sizeSlug":"large"}

୧୦. ସୂର୍ଯ୍ୟଙ୍କୁ ଜଳ ଲୌହ,ଷ୍ଟିଲ୍ କିମ୍ବା ପ୍ଳାଷ୍ଟିକ୍ ପାତ୍ରରେ ଅର୍ପଣ କରନ୍ତୁ ନାହିଁ। ଏହା ବ୍ୟତୀତ ଏହି ଦିନ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରନ୍ତୁ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.