Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ମକା କିଆରୀରୁ ଆପତ୍ତିଜନକ ଅବସ୍ଥାରେ ଧରାପଡିଲେ ଯୁବକ-ଯୁବତୀ, ଗଛରେ ବାନ୍ଧି ପିଟିଲେ ଗାଁ ଲୋକେ

29/06/2021 at 11:13 AM

ପାଟନା, ୨୯/୦୬ :   ବିଲ ମଝିରୁ ଧରା ପଡିଲେ ପ୍ରେମୀ ଯୁଗଳ । ତାହା ପୁଣି ଆପତ୍ତିଜନକ ସ୍ଥିତିରେ । ଏହାପରେ ଆରମ୍ଭ ହେଲା କଙ୍ଗାରୁ କୋର୍ଟ । ଏପରିକି ଉଭୟଙ୍କୁ ଗଛରେ ବାନ୍ଧି ପିଟିଲେ ଗାଁ ଲୋକେ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ବିହାରର ସମସ୍ତୀପୁର ଜିଲ୍ଲାରେ ।

ସୂଚନାନୁସାରେ, ସମସ୍ତୀପୁରର କଲ୍ୟାଣପୁର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ଏଟାରେ ଗାଁ ଲୋକେ ଏକ ମକା କ୍ଷେତରେ ପ୍ରେମୀ ଯୁଗଳଙ୍କୁ ଦେଖିଥିଲେ । ପ୍ରେମୀ ଯୁଗଳ ଆପତ୍ତିଜନକ ଅବସ୍ଥାରେ ଥିଲେ । ଏହାପରେ ପ୍ରଥମେ ଗାଁ ଲୋକେ ସେମାନଙ୍କ ଭିଡିଓ କରିଥିଲେ । ପରେ ଧରି ଗଛରେ ବାନ୍ଧି ଦେଇଥିଲେ ।

କୁହାଯାଉଛି ଯେ, ଗାଁର ଜଣେ ନାବାଳିକା ଚାନ୍ଦିନୀ(ଚଦ୍ମନାମ) ସ୍ଥାନୀୟ ମିର୍ଜାପୁର ଗ୍ରାମର ଜଣେ ଯୁବକ ମନୋଜ(ଛଦ୍ମନାମ)ଙ୍କୁ ଭଲ ପାଉଥିଲେ । ଯୁବକଜଣଙ୍କ ନାବାଳିକାଙ୍କ ଗାଁକୁ ଚୁଡି, ସିନ୍ଦୂର ବିକ୍ରି କରି ଆସୁଥିଲେ । ଉଭୟଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କ କାହାକୁ ଅଛପା ରହିଲା ନାହିଁ । ନାବାଳିକାଙ୍କ ପରିବାର ଲୋକେ ସଂପୃକ୍ତ ଯୁବକଙ୍କଠୁ ଅଲଗା ହେବା ପାଇଁ ଧମକ ଦେଉଥିଲେ । କାରଣ ଯୁବକଜଣଙ୍କ ଅନ୍ୟ ଜାତିର ହୋଇଥିଲେ ।

ତେବେ ରବିବାର ଉଭୟ ପ୍ରେମୀଯୁଗଳ ପରସ୍ପରକୁ ଭେଟିବାକୁ ଚାହିଁଥିଲେ । ଏଥିପାଇଁ ଗାଁ ପାଖରେ ଥିବା ମକା କିଆରୀକୁ ନିରୋଳା ସ୍ଥାନ ଭାବେ ବାଛିଥିଲେ । ଉଭୟ ସେଠାରେ ଆପତ୍ତିଜନକ ଅବସ୍ଥାରେ ରହି ପ୍ରେମାଳାପ କରୁଥିବା ବେଳେ ଗାଁ ଲୋକେ ଦେଖି ଦେଇଥିଲେ । ଏହାପରେ ଉଭୟଙ୍କୁ ଧରି ଗଛରେ ବାନ୍ଧି ମାଡ ମାରିଥିଲେ । ପରେ ପଞ୍ଚାୟତ ବସି ମାମଲାର ସମାଧାନ ହୋଇଥିଲା ।

   Related Posts