କରୋନା ଭାଙ୍ଗିଲା ଚୀନର ଅଣ୍ଟା, ଅରବ ଡଲାରର BRIର ଅନେକ ପ୍ରକଳ୍ପ ଉପରେ ଲାଗିଲା ବ୍ରେକ୍

Published By : Prameya-News7 Bureau | June 28, 2020 IST

ବେଜିଂ ୨୮।୦୬: ଭାରତର ଆପତ୍ତି ସତ୍ଵେ ପାକିସ୍ତାନ ଅଧିକୃତ କାଶ୍ମୀରରେ ନିଜର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଅତିମହତ୍ଵାକାଂକ୍ଷୀ ବେଲ୍ଟ ଆଣ୍ଡ ରୋଡ୍‌ ଇନିସିଏଟିଭ(BRI)କୁ ସବୁଜ ସଙ୍କେତ ଦେଇଥିବା ଚୀନକୁ ଏବେ ବହୁତ ବଡ ଝଟକା ଲାଗିଛି। ଲଦାଖରେ ଭାରତ ସହିତ ଅଯଥା ବିବାଦ ସୃଷ୍ଟି କରୁଥିବା ଚୀନର ଅରବ ଡଲାରର ଏହି ପ୍ରୋଜେକ୍ଟ ଉପରେ ବ୍ରେକ୍ ଲଗାଇଛି କରୋନା। କରୋନା ପ୍ରଭାବରେ ଅନେକ ପ୍ରୋଜେକ୍ଟ ବନ୍ଦ ହୋଇ ଯାଇଛି। ଯାହା ଚୀନ ସାମ୍ନାରେ ବହୁତ ବଡ ଆର୍ଥିକ ସମସ୍ୟା ସୃଷ୍ଟି କରିଛି।

ଚୀନୀ ଅଧିକାରୀ କହିଛନ୍ତି, ବିଆରଆଇର ଅନେକ ପ୍ରୋଜେକ୍ଟ ମହାମାରୀ କାରଣରୁ ଶୋଚନୀୟ ଭାବେ ପ୍ରଭାବିତ ହୋଇଛି। ଏହି ପ୍ରୋଜେକ୍ଟର ଉଦ୍ଦେଶ୍ୟ ଏସିଆ, ଆଫ୍ରିକା ଓ ୟୁରୋପରେ ଚୀନର ପ୍ରଭାବକୁ ବଢାଇବା ପାଇଁ କାରବାର ଓ ନିବେଶକୁ ବିସ୍ତାର ଦେବାର ଥିଲା। କରୋନା ମାଡରେ ୪୦ ପ୍ରତିଶତ ପ୍ରୋଜେକ୍ଟ ଉପରେ ବହୁତ ପ୍ରଭାବ ପଡିଛି ଏବଂ ୩୦ ରୁ ୪୦ ପ୍ରତିଶତ ପ୍ରୋଜେକ୍ଟ କିଛି ମାତ୍ରାରେ ପ୍ରଭାବିତ  ହୋଇଛି।

{"id":293047,"sizeSlug":"large"}

୨୦୧୩ରେ କ୍ଷମତାକୁ ଆସିବା ପରେ ଜିନପିଙ୍ଗ ବିଆରଇ ଲଞ୍ଚ କରିଥିଲେ। ଏହାର ଉଦ୍ଦେଶ୍ୟ ଦକ୍ଷିଣ ପୂର୍ବ ଏସିଆ, ମଧ୍ୟ ଏସିଆ, ଉପସାଗରୀୟ କ୍ଷେତ୍ର, ଆଫ୍ରିକା ଓ ୟୁରୋପ ସ୍ଥଳଭାଗ ଏବଂ ସମୁଦ୍ରକୁ ଗୋଟିଏ ନେଟ୍‌ଓ୍ଵର୍କରେ ଯୋଡିବାର ଥିଲା। ଚୀନ-ପାକିସ୍ତାନ ଅର୍ଥନୈତିକ କରିଡର(CPEC) ପାକିସ୍ତାନର ବଲୁଚିସ୍ତାନରେ ଗ୍ଵାଦର ପୋର୍ଟରୁ ଚୀନର ସିନଝିଆଙ୍ଗ ପ୍ରାନ୍ତକୁ ସଂଯୋଗ କରିବ। ଏହା ବିଆରଆଇର ସବୁଠୁ ବଡ ପ୍ରକଳ୍ପ। ଗତ ସପ୍ତାହରେ ଚୀନ ପ୍ରଥମ ଭିଡିଓ କନଫରେନ୍ସିଂ କରି ବିଆରଆଇ ବିଆରଆଇ ପ୍ରକଳ୍ପର  ଶୁଭାରମ୍ଭ କରିଥିଲା। ହେଲେ କରୋନା ଡ୍ରାଗନକୁ ବହୁତ ବଡ ଝଟକା ଦେଇଛି। ପ୍ରଭାବିତ ପ୍ରକଳ୍ପରେ ସିପିଇିସ ମଧ୍ୟ ସାମିଲ। ଏହାର ବଜେଟ୍ ହେଉଛି ୬୦ ବିଲିୟନ ଆମେରିକୀ ଡଲାର। ଭାରତ ଏହାକୁ ନେଇ ଆପତ୍ତି ପ୍ରକାଶ କରିଥିଲା, କାରଣ ଏହା ପାକ୍ ଅଧିକୃତ କାଶ୍ମୀର ଦେଇ ଗତି କରୁଥିଲା।

ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଦେଶ ରୋକିଲେ କାମ

ମାଲେସିଆ, ବାଂଲାଦେଶ, ଇଣ୍ଡୋନେସିଆ, ପାକିସ୍ତାନ, କମ୍ବୋଡିଆ ଓ ଶ୍ରୀଲଙ୍କା ପରି ଦେଶ ନିକଟରେ ଚୀନ ଦ୍ଵାର ଆରମ୍ଭ ହୋଇଥିବା ପ୍ରକଳ୍ପ ଉପରେ ବ୍ରେକ୍ ଲଗାଇଛନ୍ତି। କୁହାଯାଏ ଯେ, ବିଆରଆଇ ଜରିଆରେ ଚୀନ ସମଗ୍ର ଦୁନିଆରେ ପ୍ରାଧ୍ୟାନ୍ୟ ବିସ୍ତାର କରି ଛୋଟ ଛୋଟ ଦେଶକୁ ନିଜ ହାତ ମୁଠାକୁ ଆଣିବାକୁ ଯୋଜନା ରଖିଛି। ଏହା ସହିତ ଦେଶଗୁଡିକୁ ଋଣ ଜାଲରେ ଫସାଇ କରାୟତ୍ତ କରିବାକୁ ଚାହେଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.