Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଡ୍ରୋନ୍ ଦ୍ବାରା ଜାମ୍ମୁ ଏୟାରଫୋର୍ସ ଷ୍ଟେସନରେ ହୋଇଛି ଆକ୍ରମଣ, ସୀମା ଆରପଟୁ ପ୍ରସ୍ତୁତ ହୋଇଥିଲା ବ୍ଲୁ ପ୍ରିଣ୍ଟ : ଡିଜିପି ଦିଲବାଗ ସିଂହ

27/06/2021 at 3:19 PM

ଜାମ୍ମୁ ୨୭/ ୦୬ : ଜାମ୍ମୁ ଏୟାରବେସ ଗତ ମଧ୍ୟରାତ୍ରିରେ ହୋଇଥିବା ଆକ୍ରମଣ ପଛରେ ଡ୍ରୋନ ବ୍ୟବହାର କରାଯାଇଥିବା ତଥ୍ୟ ସାମ୍ନାକୁ ଆସିଛି । ସୀମା ଆରପଟୁ ଅର୍ଥାତ ପାକିସ୍ତାନରୁ ହିଁ ଏଭଳି ଆକ୍ରମଣ କରାଯାଇଥିବା ତଦନ୍ତକାରୀ ସଂସ୍ଥାଙ୍କୁ ସୁରାକ ମିଳିଛି । ଜାମ୍ମୁ କାଶ୍ମୀର ଡିଜିପି ଦିଲବାଗ୍ ସିଂହ କହିଛନ୍ତି ଯେ, ଆକ୍ରମଣର ବ୍ଲୁ ପ୍ରିଣ୍ଟ ସୀମା ଆରପଟୁ ହିଁ ପ୍ରସ୍ତୁତ ହୋଇଥିଲା । ଘଟଣାରେ ୨ ଜଣ ସନ୍ଦିଗ୍ଧଙ୍କୁ ହେପାଜତକୁ ନେଇଛି ସେନା । ଉଭୟଙ୍କୁ ଜାମ୍ମୁ ଏୟାରବେସ୍ ନିକଟରୁ ସନ୍ଧିଗ୍ଧ ଅବସ୍ଥାରେ ଠାବ କରାଯାଇଥିଲା । ପ​‌ରେ ସେମାନଙ୍କୁ ସେଠାରୁ ଉଠାଇ ନେଇଥିଲା ଭାରତୀୟ ସେନା । ସେମାନଙ୍କୁ ବର୍ତ୍ତମାନ ପଚରା ଉଚରା ଜାରି ରହିଥିବା ସୂଚନା ମିଳିଛି ।\

ସେପଟେ ଜାମ୍ମୁ ଏୟାରବେସ୍‌ ମଧ୍ୟରେ ଆକ୍ରମଣ ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସେଠା​‌ରେ ସର୍ଚ୍ଚ ଅପରେସନ ମଧ୍ୟ ଜାରୀ ରହିଛି । ଘଟଣାସ୍ଥଳରେ ତଦନ୍ତକାରୀ ଟିମ ତଥା ସେନାର ବରିଷ୍ଠ ଅଧିକାରୀମାନେ ଯାଞ୍ଚ ଚଳାଇଥିବା ସୂଚନା ମିଳିଛି । NIA ଟିମ ଏବଂ NSG ଟିମ ଜାମ୍ମୁ ଏୟାରବସେ ପରିସରରେ ଯାଞ୍ଚ କାର୍ଯ୍ୟ ଜାରି ରଖିଛନ୍ତି । ଜମ୍ମୁ ବିମାବନ୍ଦରର ଟେକ୍ନିକାଲ ଅଂଚଳରେ ଗତ ରାତିରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ସଂପର୍କିତ ସୂଚନା ମିଳିବା ପରେ ଫରେନସିକ ଟିମ୍ ଏବଂ ବିଶେଷଜ୍ଞ ଦଳ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କାର୍ଯ୍ୟ ଜାରି ରଖିଛନ୍ତି । ବିଳମ୍ୱିତ ରାତି ୨ଟାରେ ଏହି ବିସ୍ଫୋରଣ ଘଟିଛି ।

ଯାଞ୍ଚ ବେଳେ ୫ ରୁ ୬ କେଜି ଓଜନରIED ଜବତ କରାଯାଇଥିବା ସୂଚନା ଦେଇଛନ୍ତି ଜାମ୍ମୁ କାଶ୍ମୀର ଡିଜିପି ଦିଲବାଗ୍ ସିଂହ । ଜବତ ହୋଇଥିବ IEDକୁ କୌଣସି ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ବିସ୍ଫୋରଣ କରାଯିବାକୁ ଯୋଜନା କରାଯାଇଥିଲା ବୋଲି ସେ କହିଛନ୍ତି । IED ଜବତ ପରେ ଏକ ବଡଧରଣର ଆକ୍ରମଣରୁ ରକ୍ଷାମିଳିଛି । ବର୍ତ୍ତମାନ ମଧ୍ୟ ଘଟଣାସ୍ଥଳରେ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି । ସଂପୃକ୍ତ ଅଞ୍ଚଳକୁ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି ।

   Related Posts