ଜାନୁଆରୀ ୨୬ରେ ​‌ଆତଙ୍କୀ ଆକ୍ରମଣ ଯୋଜନା ପଣ୍ଡ

Published By : Prameya-News7 Bureau | January 16, 2020 IST

ନୂଆଦିଲ୍ଲୀ୧୬/୧: ଜାନୁଆରୀ ୨୬ରେ ଆତଙ୍କୀ ଆକ୍ରମଣ ଯୋଜନା ପଣ୍ଡ । ଜାନୁଆରୀ ୨୬ ଗଣତନ୍ତ୍ର ଦିବସରେ ଏକ ବଡ଼ ଧରଣର ଆତଙ୍କବାଦୀ ହମ୍ ଲା ପାଇଁ ପାକିସ୍ତାନ ଭିତ୍ତିକ ଜୈଶ ଇ ମହମ୍ମଦର ଯୋଜନାକୁ ପଣ୍ଡ କରିଛି ଶ୍ରୀନଗର ପୁଲିସ୍ । କୁଖ୍ୟାତ ଆତଙ୍କବାଦୀ ମାସୁଦ୍  ଆଝାରର ନେତୃତ୍ୱରେ ଥିବା ଜୈଶ୍  ଏପରି ଏକ ଷଡ଼ଯନ୍ତ୍ର ରଚନା କରିଥିଲା। କିନ୍ତୁ ପୁଲିସ ୫ ଜଣ ଆତଙ୍କବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ପୂର୍ବରୁ ମାସୁଦ୍ କୁ ଜାତିସଂଘ କଳା ତାଲିକାଭୁକ୍ତ କରିସାରିଛି। ତା’ର ସଂଗଠନ ଜୈଶ୍  ଭାରତରେ ପୁଲ୍ ୱାମା ଆତଙ୍କବାଦୀ ହମ୍ ଲା ପରି ବହୁଥର ଆକ୍ରମଣ କରି ଭାରତରେ ଅସ୍ଥିରତା ସୃଷ୍ଟି କରିବାର ପ୍ରୟାସ କରିଛି। ଫେବୃଆରୀ ୧୪ରେ ସଂଘଟିତ ପୁଲ୍ ୱାମା ଆତ୍ମଘାତୀ ବିସ୍ଫୋରଣରେ ଭାରତ ୪୦ ଜଣ ସିଆରପିଏଫ୍  ଯବାନଙ୍କୁ ହରାଇଥିଲା। ତେବେ ଆଜି ଶ୍ରୀନଗର ପୁଲିସ୍  ଏହି ଜୈଶ୍  ଯୋଜନା ବାବଦରେ ଜାଣିବା ପରେ ଚଢ଼ଉ କରିବା ସହ ବ୍ୟାପକ ପରିମାଣର ବିସ୍ପୋରକ ଜବତ କରିଛି। ଶ୍ରୀନଗର ପୁଲିସ୍  ଐଜାଜ୍  ଅହମ୍ମଦ ଶେଖ୍ , ଉମର ହମିଦ୍  ଶେଖ୍ , ଇମତିୟାଜ୍  ଅହମ୍ମଦ ଚିକଲା, ସାହିଲ ଫାରୁକ୍  ଗୋଜରି ଏବଂ ନସୀର ଅହମ୍ମଦ ମୀର ଆଦିଙ୍କୁ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.