Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

IFS ସ୍ତରରେ ଅଦଳବଦଳ, ବଦଳିଲେ ୧୨ ଆଇଏଫଏସ

13/06/2020 at 1:32 PM

ଭୁବନେଶ୍ବର ୧୩।୬: ରାଜ୍ୟ ସରକାର ବନସେବା ଅଧିକାରୀ (ଆଇଏଫଏସ) ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି । ଏଥିରେ ୧୨ ଆଇଏଫଏସ ଅଧିକାରୀଙ୍କ ବଦଳି ହୋଇଛି । ୧୯୮୮ ବ୍ୟାଚ୍ ର ଆଇଏଫଏସ ପୁସା ଝୁଲେ ମେକ୍ରୋଙ୍କୁ ରିଜିଓନାଲ ପ୍ଲାଣ୍ଟ ରିସୋର୍ସ ସେଣ୍ଟର(ଆରପିଆରସି)ର ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତ କରାଯାଇଛି । ସେହିପରି ୧୯୯୩ ବ୍ୟାଚ୍ ଆଇଏଫଏସ ଅଫିସର ପ୍ରେମ କୁମାର ଝା ଡବ୍ଲୁଏଫପି ଏବଂ ଓବିଡିଏର ପ୍ରକଳ୍ପ ନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି । ସେ ଷ୍ଟେଟ୍ ମେଡିସିନାଲ ପ୍ଲାଣ୍ଟ୍ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଦାୟିତ୍ବ ମଧ୍ୟ ତୁଲାଇବେ । ସେ ସେଣ୍ଟର ଫର୍ ଏନଭିରୋନମେଣ୍ଟ ଷ୍ଟଡିଜର ନିର୍ଦ୍ଦେଶକ ମଧ୍ୟ ରହିବେ ।

୨୦୦୫ ବ୍ୟାଚ୍ ଆଇଏଫଏସ ଅଧିକାରୀ ୟୋଗଜୟାନନ୍ଦଙ୍କୁ ବାରିପଦା ଆରସିସିଏଫ ନିଯୁକ୍ତ କରାଯାଇଛି । ୨୦୦୭ ବ୍ୟାଚ୍ ଆଇଏଫଏସ ଅଧିକାରୀ ରୋହିତ କୁମାର ଲେଙ୍କା ହର୍ଟିକଲଚର ନିର୍ଦ୍ଦେଶକ, ୨୦୦୯ ବ୍ୟାଚ୍ ଆଇଏଫଏସ ଅଧିକାରୀ ପ୍ରକାଶ ଚନ୍ଦ୍ର ଗୋଗିନେନିଙ୍କୁ ଢେଙ୍କାନାଳ ଡିଏଫଓ, ୨୦୧୦ ବ୍ୟାଚ୍ ଆଇଏଫଏସ ଅଧିକାରୀ ସଂଗ୍ରାମ କେଶରୀ ବେହେରାଙ୍କୁ ପାରଳାଖେମୁଣ୍ଡି ବନମଣ୍ଡଳ  ଡିଏଫଓ, ୨୦୦୫ ବ୍ୟାଚ୍ ଆଇଏଫଏସ ଅଧିକାରୀ ସମ୍ରାଟ ଗୌଡଙ୍କୁ ଓଏଫଡିସିର ମହାପ୍ରନ୍ଧକ, ୨୦୧୪ ବ୍ୟାଚ୍ ଆଇଏଫଏସ ଖୁସଓ୍ବନ୍ତ ସିଂଙ୍କୁ ଚିଲିକା ବିକାସ ପ୍ରାଧିକରଣ ଅତିରିକ୍ତ କାର୍ଯ୍ୟ ନିର୍ବାହୀ, ୨୦୧୬ ବ୍ୟାଚ୍ ଆଇଏଫଏସ ବିବେକ କୁମାରଙ୍କୁ ଖରିଆର ବନମଣ୍ଡଳ ଡିଏଫଓ, ୨୦୧୭ ବ୍ୟାଚ୍ ଆଇଏଫଏସ ସାଇ କିରଣ ଡିଏନଙ୍କୁ ଯଶୀପୁର ଡିଏଫଓ, ୨୦୧୭ ବ୍ୟାଚ୍ ଆଇଏଫଏସ ଆନନ୍ଦ ଏସଙ୍କୁ ଆଠମଲ୍ଲିକ ଡିଏଫଓ ଏବଂ ୨୦୧୭ ବ୍ୟାଚ୍ ଆଇଏଫଏସ ଗଜାନନ ଦୟାନନ୍ଦଙ୍କୁ କରଞ୍ଜିଆ ଡିଏଫଓ ନିଯୁକ୍ତ କରାଯାଇଛି ।

   Related Posts