ଓଏଏସ ସ୍ତରରେ ଅଦଳ ବଦଳ, କମଲ ଲୋଚନ ମିଶ୍ର ହେଲେ ନବରଙ୍ଗପୁରର ନୂଆ ଜିଲ୍ଲାପାଳ

Published By : Prameya-News7 Bureau | October 31, 2021 IST

ଭୁବନେଶ୍ୱର ୩୧।୧୦:  ଓଏଏସ ସ୍ତରରେ ଅଦଳ ବଦଳ । ବରିଷ୍ଠ ଓଏଏସ୍‌ କମଲ ଲୋଚନ ମିଶ୍ର ନବରଙ୍ଗପୁରର ନୂଆ ଜିଲ୍ଲାପାଳ ହୋଇଛନ୍ତି । ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ (ଏଡିଏମ)ଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଅତରିକ୍ତ ସଚିବ ଭାବେ ବଦଳି ହୋଇଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ (ଏସ୍‌ଏସ୍‌ଇପିଡି) ବିଭାଗର ଯୁଗ୍ମ ସଚିବ ଜଦୁମଣୀ ମହଲାଙ୍କ ବଦଳି କେନ୍ଦୁଝର ଜିଲ୍ଲାର ଏଡିଏମ୍‌ ଭାବେ ହୋଇଛି ।

ସେହିପରି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଚିବ ସୋନିଆ ବେହେରାଙ୍କୁ ଏସ୍‌ଏସ୍‌ଇପିଡି ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ମିଳିଛି । ଭଦ୍ରକ ଉପଜିଲ୍ଲାପାଳ ପିତାମ୍ବର ସାମଲ କେନ୍ଦ୍ରାପଡ଼ାର ଏଡିଏମ୍‌ ହୋଇଛନ୍ତି । ଢେଙ୍କାନାଳର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ପ୍ରଶାସନ) ରବି ନାରାୟଣ ତ୍ରିପାଠୀଙ୍କୁ ରାୟଗଡ଼ାର ପ୍ରକଳ୍ପ ନିର୍ଦ୍ଦେଶକ(ପିଡି) ଭାବେ ନୂଆ ନିଯୁକ୍ତି ମିଳିଛି ।

ଆନନ୍ଦପୁର ଉପଜିଲ୍ଲାପାଳ ସରୋଜ କୁମାର ଦତ୍ତଙ୍କ ବଦଳି ଢେଙ୍କାନାଳର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ପ୍ରଶାସନ) ଭାବେ ହୋଇଛି । ଡେଲାଙ୍ଗର ପୂର୍ବତନ ବିଡିଓ କ୍ଷୀରୋଦ ପ୍ରଧାନଙ୍କ ବଦଳି ସାଧାରଣ ପ୍ରଶାସନ ବିଭାଗକୁ ହୋଇଛି । ନୟାଗଡ଼ ବିଡିଓ ମନୋଜ ପାତ୍ରଙ୍କ ବଦଳି ଭଦ୍ରକ ଉପଜିଲ୍ଲାପାଳ ଭାବେ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.