ମୋଦୀ ଦେଲେ ବଡ ସଙ୍କେତ ! ପ୍ରଶାସନିକ ସ୍ତରରେ କଲେ ବଡ ଧରଣର ଅଦଳ ବଦଳ

Published By : Prameya-News7 Bureau | April 26, 2020 IST

ନୂଆଦିଲ୍ଲୀ ୨୬।୦୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍‌ଡାଉନ୍‌ ୨.୦ ସମାପ୍ତ ହେବାର ଏକ ସପ୍ତାହ ପୂର୍ବରୁ ପ୍ରଶାସନିକ ସ୍ତରରେ ବଡ ଧରଣର ଅଦଳ ବଦଳ କରି ସଙ୍କେତ ଦେଇଛନ୍ତି ଯେ, ଆଗକୁ କଠିନ ଚ୍ୟାଲେଞ୍ଜ ରହିଛି ଏବଂ ଏହାର ନେତୃତ୍ଵ ସେ ନିଜେ ନେବେ। ପିଏମଓରେ କାର୍ଯ୍ୟରତ ଦୁଇ ଜଣ ଅଧିକାରୀଙ୍କୁ ଦୁଇଟି ମହତ୍ଵପୂର୍ଣ୍ଣ ମନ୍ତ୍ରଣାଳୟର ପ୍ରମୁଖ ଭାବେ ନିଯୁକ୍ତ କରି ସନ୍ଦେଶ ଦେଇଛନ୍ତି ଯେ, ରିଲିଫ କାର୍ଯ୍ୟରେ ଏବେ କୌଣସି ଅବହେଳାକୁ ବରଦାସ୍ତ କରାଯିବ ନାହିଁ।

ପିଏମରେ କାର୍ଯ୍ୟରତ ଅଧିକାରୀଙ୍କୁ ମିଳିଲା ଗୁରୁତ୍ଵ

ପିଏମଓରେ କାର୍ଯ୍ୟରତ ଅତିରିକ୍ତ ସଚିବ ତରୁଣ ବଜାଜଙ୍କୁ ଅର୍ଥ  ମନ୍ତ୍ରଣାଳୟର ସଚିବ ପଦରେ ନିଯୁକ୍ତ କରାଯାଇଛି। ସେହି ପରି ପିଏମଓର ଅନ୍ୟ ଅଧିକାରୀ ଏକେ ଶର୍ମାଙ୍କୁ ଲଘୁ ଓ କ୍ଷୁଦ୍ର ଉଦ୍ୟୋଗର ମନ୍ତ୍ରଣାଳୟରେ ସଚିବ ପଦରେ ନିଯୁକ୍ତ କରିଛନ୍ତି। ଲକ୍‌ଡାଉନ୍‌ ପରେ ଆର୍ଥିକ ମନ୍ଦିର ମୁକାବିଲା ପାଇଁ ଏହି ଦୁଇଟି ମନ୍ତ୍ରଣାଳୟର ଭୂମିକା ମହତ୍ଵପୂର୍ଣ୍ଣ ରହିଛି।

ସୂତ୍ର ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ଅଧିକାରୀଙ୍କୁ କଡା ସନ୍ଦେଶ ଦେଇଛନ୍ତି ଯେ, ରିଲିଫ କାର୍ଯ୍ୟରେ ସେ କୌଣସି ବିଳମ୍ବ ବା ଅବହେଳାକୁ ବରଦାସ୍ତ କରି ପାରିବେ ନାହିଁ। ଦ୍ଵିତୀୟ କାର୍ଯ୍ୟକାଳରେ ପ୍ରବଳ ଜନାଦେଶ ସହ କ୍ଷମତାକୁ ଫେରିଥିବା ମୋଦୀ ବ୍ୟୁରୋକ୍ରେସିଙ୍କ ପ୍ରଥମ କାର୍ଯ୍ୟକାଳର ଅନୁଭବରୁ ଶିକ୍ଷା ନେଇ ସ୍ପଷ୍ଟ ସନ୍ଦେଶ ଦେଇଥିଲେ ଯେ, ଅନେକ ଥର ଜରୁରୀ କାମକୁ ଅଟକାଇବାକୁ ଚେଷ୍ଟା କରେ ଯାଏ, ମାତ୍ର ଏବେ ଏହାକୁ ବରଦାସ୍ତ କରାଯିବ ନାହିଁ। ରବିବାର ହୋଇଥିବା ବଡ ଧରଣର ଅଦଳ ବଦଳରେ ଏହି ସନ୍ଦେଶ ଦିଆଯାଇଛି।

wp:core-embed/twitter {"url":"https://twitter.com/ANI/status/1254340713254277120?ref_src=twsrc%5Etfw%7Ctwcamp%5Etweetembed\u0026ref_url=https%3A%2F%2Fnavbharattimes.indiatimes.com%2Fmetro%2Fmumbai%2Fother-news%2Fmaharashtra-asks-states-to-take-back-3-5-lakh-stranded-migrants%2Farticleshow%2F75394020.cms","type":"rich","providerNameSlug":"twitter","className":""}
https://twitter.com/ANI/status/1254340713254277120?ref_src=twsrc%5Etfw%7Ctwcamp%5Etweetembed&ref_url=https%3A%2F%2Fnavbharattimes.indiatimes.com%2Fmetro%2Fmumbai%2Fother-news%2Fmaharashtra-asks-states-to-take-back-3-5-lakh-stranded-migrants%2Farticleshow%2F75394020.cms
/wp:core-embed/twitter

ଏହା ବ୍ୟତୀତ ମହତ୍ଵପୂର୍ଣ୍ଣ ଅଦଳ ବଦଳ କ୍ରମେ ସ୍ଵାସ୍ଥ୍ୟ ସଚିବ ପ୍ରୀତି ସୁଦନଙ୍କ କାର୍ଯ୍ୟକାଳକୁ ତିନି ମାସ ବଢାଇ ଦିଆଯାଇଛି।  ଏପ୍ରିଲ ୩୦ରେ ତାଙ୍କୁ ନିଜ କାର୍ଯ୍ୟରୁ ଅବସର ନେବାର ଥିଲା। ମାତ୍ର କରୋନା ଉପରେ ଚାଲୁଥିବା କାମ କାରଣରୁ ତାଙ୍କର କାର୍ଯ୍ୟକୁ ବିସ୍ତାର କରାଯାଇଛି। ସେହି ପରି ଗ୍ରାମାଞ୍ଚଳ ବିକାଶ ସଚିବ ରାଜେଶ ଭୂଷଣକୁ ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟରେ ସଚିବ ସ୍ତରରେ ବିଶେଷ କାର୍ଯ୍ୟ  ଅଧିକାରୀ ପଦରେ ନିଯୁକ୍ତ କରାଯାଇଛି।

ଗ୍ରାମାଞ୍ଚଳ  ବିକାଶ ମନ୍ତ୍ରଣାଳୟରେ ନୂତନ ସଚିବ ରୂପେ ନାଗେନ୍ଦ୍ର ନାଥ ସିହ୍ନାଙ୍କୁ ନିଯୁକ୍ତ କରାଯାଇଛି। ସିହ୍ନା ସଂପ୍ରତି ଗୃହ ମନ୍ତ୍ରଣାଳୟର ସୀମା ପ୍ରବନ୍ଧନ ବିଭାଗରେ ସଚିବ ଥିଲେ। କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗରେ ସ୍ଵତନ୍ତ୍ର ସଚିବ ପଦରେ କାର୍ଯ୍ୟରତ  ପ୍ରଦୀପ କୁମାର ତ୍ରିପାଠୀଙ୍କୁ ଇସ୍ପାତ ମନ୍ତ୍ରଣାଳୟରେ ସଚିବ ଭାବେ ନିଯୁକ୍ତ କରାଯାଇଛି। ସେ ଜାମ୍ମୁ-କାଶ୍ମୀର କ୍ୟାଡରର ୧୯୮୭ ବ୍ୟାଚର ଅଧିକାରୀ।

ଦିଲ୍ଲୀ ବିକାଶ ପ୍ରାଧୀକରଣ(ଡିଡିଏ)ର ଉପାଧ୍ୟକ୍ଷ ତରୁଣ କପୁରଙ୍କୁ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ବିଭାଗର ସଚିବ ପଦରେ ନିଯୁକ୍ତ କରାଯାଇଛି। ମନ୍ତ୍ରଣାଳୟର ସଚିବ ଏମ.ଏମ, କୁଟ୍ଟି ଚଳିତ ମାସ ଶେଷ ଆଡକୁ ଅବସର ନେଉଛନ୍ତି। ଅନ୍ୟପଟେ ସିବିଏସଇର ପ୍ରମୁଖ ଅନିତା କାରଓ୍ଵାଲଙ୍କୁ ଶିକ୍ଷା ଏବଂ ସାକ୍ଷରତା ବିଭାଗର ସଚିବ ଭାବେ ନିଯୁକ୍ତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.