ଭିନୀଲ୍‌ କ୍ରୀଷ୍ଣା ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ, ବଲଓ୍ବନ୍ତ ସିଂହ ଓଏମ୍‌ସି ଏମ୍‌ଡି : ୭ ଆଇଏଏସ୍ ଏବଂ ୨ ବରିଷ୍ଠ ଓଏଏସ୍‌ଙ୍କ ବଦଳି

Published By : Prameya-News7 Bureau | January 01, 2021 IST

ଭୁବନେଶ୍ବର ୧।୧: ବରିଷ୍ଠ ଆଇଏଏସ ଏବଂ ଓଏଏସ ସ୍ତରରେ ଅଦଳବଦଳ । ୭ ଆଇଏଏସ ଓ ୨ ଓଏଏସଙ୍କ ବଦଳି କରିଛନ୍ତି ରାଜ୍ୟ ସରକାର । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡିଶା ମାଇନିଂ କର୍ପୋରେସନ ଲିମିଟେଡ୍ ର ଏମଡି ପଦବୀ ସହ କ୍ରୀଡା ନିର୍ଦ୍ଦେଶାଳୟ, ଓଏମଇସିଏଲର ଏମଡି, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଓଏସଡି ପଦବୀର ଅତିରିକ୍ତ ଦାୟିତ୍ବରେ ଥିବା ଆଇଏଏସ ଆର୍ ଭିନୀଲ କ୍ରିଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ଏହାସହ ସେ ପୂର୍ବଭଳି କ୍ରୀଡା ଏବଂ ଯୁବ ସେବା ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ ।

ସେହିପରି ପୁରୀ ଜିଲ୍ଲାପାଳ ଆଇଏଏସ ବଲଓ୍ବନ୍ତ ସିଂହଙ୍କୁ ଓଡିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ସେ ଆର ଭିନୀଲ କ୍ରୀଷ୍ଣାଙ୍କଠାରୁ ଦାୟିତ୍ବ ନେବେ । ସୂଚନାଯୋଗ୍ୟ ଯେ, ଓଏମସିଏଲର ଏମଡି ପଦବୀକୁ ଆଇଏଏସ କ୍ୟାଡର ନିୟମ ଅନୁଯାୟୀ ଅତିରିକ୍ତ ସଚିବ ପାହ୍ୟା ଦିଆଯାଇଛି । ବଲଓ୍ବନ୍ତ ସିଂ ତାଙ୍କ ଦାୟିତ୍ବ ସହ ପୂର୍ବଭଳି ଓଏମଇସିଏଲର ଏମଡି ଦାୟିତ୍ବ ଅତିରିକ୍ତ ଭାବେ ତୁଲାଇବେ ।  ସିଏମଜିଆଇର ଇଡି ପଦବୀରେ ଥିବା ଆଇଏଏସ ମହମ୍ମଦ ସାଦ୍ଦିକ୍ ଆଲାମ ନିଜ ଦାୟିତ୍ବ ସହ ପୂର୍ବଭଳି ଶିଳ୍ପ  ନିର୍ଦ୍ଦେଶକ ଭାବେ ଅତିରିକ୍ତି ଦାୟିତ୍ବ ତୁଲାଇବେ । ବର୍ତ୍ତମାନର କେନ୍ଦ୍ରାପଡା ଜିଲ୍ଲାପାଳ ଥିବା ଆଇଏଏସ ଅଫିସର ସମର୍ଥ ବର୍ମାଙ୍କୁ ପୁରୀ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।  

ସେହିଭଳି ଭୁବନେଶ୍ବର ଏଡିଏମ ଭାବେ କୋଭିଡ୍ ପରିଚାଳନା ସହ ବିଏମସିର ଅତିରିକ୍ତ କମିଶନର ଭାବେ ଦାୟିତ୍ବ ତୁଲାଉଥିବା ଶ୍ରୀମତି ପାରୁଲ ପଟଓ୍ବାରୀଙ୍କୁ ପୂର୍ତ୍ତ ବିଭାଗର ଉପ ସଚିବ ପଦବୀରେ ନିଯୁକ୍ତି ଦିଆଯାଇଛି । ସେହିଭଳି ରାୟଗଡା ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ଥିବା ଅମ୍ରିତ ରୁତୁରାଜଙ୍କୁ କେନ୍ଦ୍ରାପଡା ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଏହି ନିର୍ଦ୍ଦେଶନାମା ଅନୁଯାୟୀ ଖୋର୍ଦ୍ଧାର ସ୍ବତନ୍ତ୍ର ଏଡିଏମ ଭାବେ କୋଭିଡ୍ ପରିଚାଳନା ଦାୟିତ୍ବରେ ଥିବା ବିଶାଲ ସିଂହଙ୍କୁ ଯାଜପୁର ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି ।

ସେହିଭଳି ରାୟଗଡାର ଜିଲ୍ଲାପାଳ ଥିବା ବରିଷ୍ଠ ଓଏଏସ ଅଫିସର ପ୍ରମୋଦ କୁମାର ବେହେରାଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ ପଦବୀକୁ ବଦଳି କରାଯାଇଛି । ଜଗତସିଂହପୁର ଜିଲ୍ଲାପଳ ଥିବା ବରିଷ୍ଠ ଓଏଏସ ଥିବା ସରୋଜ କୁମାର ମିଶ୍ରଙ୍କ ରାୟଗଡା ଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।

{"id":385346,"sizeSlug":"large","linkDestination":"none"}
{"id":385347,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.