କୋଭିଡ୍ ୧୯ ସଙ୍ଗରୋଧରେ ରାଜ୍ୟ ହେଲେ ବେପରୁଆ, ବିଦେଶରୁ ଫେରିଛନ୍ତି ୧୫ ଲକ୍ଷ ଯାତ୍ରୀ, ସଭିଙ୍କର କରାଯାଇନି ଯାଞ୍ଚ

Published By : Prameya-News7 Bureau | March 27, 2020 IST

ନୂଆଦିଲ୍ଲୀ ୨୭।୦୩: ଗତ ଦୁଇ ମାସରେ ବିଦେଶରୁ ଆସିଥିବା ଲୋକଙ୍କ କୋଭିଡ୍-୧୯ ଯାଞ୍ଚରେ ବଡ ଧରଣର ଅବହେଳା ମାମଲା ସାମ୍ନାକୁ ଆସିଛି। କ୍ୟାବିନେଟ୍ ସଚିବ ରାଜୀବ ଗୌବା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରମୁଖ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ, ଗତ ଦୁଇ ମାସରେ ୧୫ ଲକ୍ଷ ଯାତ୍ରା ବିଦେଶରୁ ଭାରତ ଆସିଛନ୍ତି, ମାତ୍ର ସମସ୍ତଙ୍କର କୋଭିଡ୍-୧୯ର ଯାଞ୍ଚ କରାଯାଇ ନାହିଁ। କୋଭିଡ୍ ୧୯ର ଯାଞ୍ଚ ହୋଇଥିବା ଲୋକଙ୍କ ରିପୋର୍ଟ ଓ ମୋଟ୍ ଯାତ୍ରୀଙ୍କ ସଂଖ୍ୟାରେ ବଡ ବ୍ୟବଧାନ ରହିଥିବା ଦେଖିବାକୁ ମିଳିଛି।

କ୍ୟାବିନେଟ୍ ସଚିବ ରାଜୀବ ଗୌବା ରାଜ୍ୟ ସରକାରଙ୍କୁ କହିଛନ୍ତି ଯେ, ଗତ ଦୁଇ ମାସରେ ୧୫ ଲକ୍ଷରୁ ଅଧିକ ଲୋକ ବିଦେଶରୁ ଭାରତକୁ ଆସିଛନ୍ତି ଏବଂ ଫେରିଥିବା ଯାତ୍ରୀ ଓ କରୋନା ସଂକ୍ରମଣ ସନ୍ଦେହରେ ବାସ୍ତବିକ ରୂପେ ରଖାଯାଇଥିବା ଲୋକଙ୍କ ସଖ୍ୟାରେ ବଡ ବ୍ୟବଧାନ ପ୍ରତୀତ  ହେଉଛି। ଏହା ସଂକ୍ରମଣର ପ୍ରସାରକୁ ରୋକିବାରେ ସରକାରଙ୍କ ଉଦ୍ୟମକୁ ଗୁରୁତର ଭାବେ ପ୍ରଭାବିତ କରିପାରେ କାରଣ ଅନ୍ୟ ଦେଶରୁ ଫେରିଥିବା ଲୋକଙ୍କ ମଧ୍ୟରୁ ଅନେକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

{"id":245016,"sizeSlug":"large"}

ରାଜୀବ ଗୌବା ପତ୍ରରେ କହିଛନ୍ତି ଯେ, ବ୍ୟୁରୋ ଅଫ ଇମିଗ୍ରେସନ ୨୦୨୦ ଜାନୁଆରୀ ୧୮ ରୁ  ୨୦୨୦ ମାର୍ଚ୍ଚ ୨୩ ପର୍ଯ୍ୟନ୍ତ ରିପୋର୍ଟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ସଂଗ୍ରହ କରାଯାଇଛି, ଯେଉଁଥିରେ ବିଦେଶରୁ ଫେରିଥିବା ଲୋକଙ୍କ କୋଭିଡ୍-୧୯ର ଯାଞ୍ଚ ତଥ୍ୟ ରହିଛି। ଏହି ରିପୋର୍ଟ ଓ ଭାରତକୁ ଆସିଥିବା ମୋଟ୍ ଯାତ୍ରୀଙ୍କ ସଂଖ୍ୟା ବଡ ବ୍ୟବଧାନ ରହିଛି।

ତେଣୁ ଗୌବା ରାଜ୍ୟ ଓ କେନ୍ଦ୍ର ଶାସିତ ସରକାରଙ୍କୁ ପୁଣି ଥରେ ବିଦେଶରୁ ଫେରିଥିବା ଯାତ୍ରୀଙ୍କ ଚିହ୍ନଟ କରି ସେମାନଙ୍କର କୋଭିଡ୍ ୧୯ ଯାଞ୍ଚ କରିବାକୁ କହିଛନ୍ତି। ଏହା ସହିତ କହିଛନ୍ତି ଯେ, ଏହି ସବୁ ଯାତ୍ରୀଙ୍କୁ ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁସାରେ ନୀରିକ୍ଷଣରେ ରଖାଯାଉ। ଏହି କାମରର ଜିଲ୍ଲାସ୍ତରୀୟ ଅଫିସରଙ୍କ ସାହାଯ୍ୟ ନେବାକୁ କୁହାଯାଇଛି।

{"id":245017,"sizeSlug":"large"}

ଉଲ୍ଲେଖଯୋଗ୍ୟ, ସଂପ୍ରତି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୨୪ରେ ପହଞ୍ଚିଛି। ଏହି ସଂକ୍ରମଣରେ ୧୭ ଜଣଙ୍କ ମୃତ୍ୟୁ ଘଟି ସାରିଛି। ଭାରତରେ ଯେତେ ବି ସଂକ୍ରମଣ ମାମଲା ଆସିଛି ସେମାନେ ବିଦେଶରୁ ଫେରିଛନ୍ତି କିମ୍ବା ବିଦେଶୀ ଯାତ୍ରୀଙ୍କ ସଂପର୍କରେ ଆସିଛନ୍ତି। ଏଥିପାଇଁ କ୍ୟାବିନେଟ୍ ସଚିବ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଗତ ଦୁଇ ମାସରେ ବିଦେଶରୁ ଫେରିଥିବା ଲୋକଙ୍କ ଯାଞ୍ଚ କରିବା ସହିତ ନୀରିକ୍ଷଣରେ ରଖିବାକୁ କହିଛନ୍ତି। ଗତ ୨୪ ଘଣ୍ଟାରେ ଭାରତରେ କରୋନା ସଂକ୍ରମିତ ୭୫ଟି ନୂତନ ମାମଲା ସାମ୍ନାକୁ ଆସିଥିବା ବେଳେ ୪ ଜଣଙ୍କ ପ୍ରାଣହାନୀ ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.