Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବତନ କ୍ରିକେଟର ଅଶୋକ ଡିଣ୍ଡା ବିଜେପିରେ ସାମିଲ
  • ||
  • ମହାରାଷ୍ଟ୍ରରେ ବେକାବୁ କରୋନା ! ଗତ ୨୪ ଘଣ୍ଟାରେ ପାଖାପାଖି ୯ ହଜାର ସଂକ୍ରମତି ଚିହ୍ନଟ
  • ||
  • କଟକ : ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ୍
  • ||
  • ଝାରସୁଗୁଡା : ଗଛରେ ଝୁଲୁଛି ଜବାନଙ୍କ ମୃତଦେହ, ଆତ୍ମହତ୍ୟା ନା ହତ୍ୟା ?
  • ||
  • ସାଲେପୁର : ବୃଦ୍ଧାଙ୍କଠାରୁ ୧୪ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ, ପେନସନ୍ ଉଠାଇ ଖାଇବା ବେଳେ ଲୁଟ୍‌ର ଶିକାର
  • ||
  • ଭୁବନେଶ୍ବର : ମେ ୧୮ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା
  • ||
  • ସିରିଜ୍ ଦୁର୍ଘଟଣା : ବାଣୀବିହାରରେ ବାଇକ୍‌କୁ ଧକ୍କା ଦେଇ ଫାୟାରଷ୍ଟେସନରେ ୩ଟି କାର୍‌କୁ ପିଟିଲା ଇନୋଭା, ୪ ଆହତ
  • ||
  • ଭୁବନେଶ୍ବର : ବାଣୀବିହାରରେ ବାଇକ୍‌କୁ ଧକ୍କା ଦେଇ ଫାୟାରଷ୍ଟେସନରେ ୩ଟି କାର୍‌କୁ ଧକ୍କାଦେଲା ଇନୋଭା
  • ||
  • କୁଚିଣ୍ଡା : ମା’-ପୁଅକୁ ଦଳିଦେଲା ଦନ୍ତା, ଗୁରୁତର ବାପା ମେଡିକାଲରେ ଭର୍ତ୍ତି
  • ||
  • ଲକ୍ଷ୍ନୌ : କାରକୁ ଧକ୍କା ଦେଇ ଓଲଟିଲା ଟ୍ୟାଙ୍କର, ୭ମୃତ
  • ||

ହୀରୋ ହୋଇଗଲେ ଜିରୋ… ମେଜର ଲିତୁଲ୍ ଗୋଗୋଇ ଆର୍ମିର କୋର୍ଟ ଅଫ୍ ଇନକ୍ୱାରୀରେ ଦୋଷୀ ସାବ୍ୟସ୍ତ

27/08/2018 at 6:25 AM

 

ନୂଆଦିଲ୍ଲୀ୨୭|୮: ଦିନେ ଥିଲେ ସୁନା ପୁଅ, ହେଲେ ଏବେ ତାଙ୍କ ଚରିତ୍ରରେ ଦାଗ । ହ୍ୟୁମାନ୍ ସିଲ୍ଡକୁ ନେଇ ସେନା ସମାଲୋଚନାର ଶିକାର ହୋଇଥିବା ବେଳେ ସେନାମୁଖ୍ୟ କିନ୍ତୁ ତାଙ୍କୁ ପ୍ରଶଂସା କରିଥିଲେ । କିନ୍ତୁ ହୋଟେଲକୁ ଯୁବତୀ ନେଇ ଯିବା ତାଙ୍କୁ ମହଙ୍ଗା ପଡ଼ିଛି । ଚରିତ୍ରରେ ଦାଗ ସହ ଶୃଙ୍ଖଳିତ ବିଭାଗରେ ବିଶୃଙ୍ଖଳିତ ଆଚରଣ ପାଇଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ମେଜର୍ ଲିତୁଲ୍ ଗୋଗୋଇ ।

ମେଜର୍ ଗୋଗୋଇ ଦୋଷୀ । ଆର୍ମିର କୋର୍ଟ ଅଫ୍ ଇନକ୍ୱାରୀରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ମେଜର୍ ଲିତୁଲ୍ ଗୋଗୋଇ । ଡ୍ୟୁଟିରେ ଥିବା ବେଳେ ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଆଉ ଏବେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁମୋଦନ କରିଛି କୋର୍ଟ ଅଫ୍ ଇନକ୍ବାରୀ ।

କିଏ ଏହି ମେଜର୍ ଗୋଗୋଇ ? କଣ ସେ ଭୁଲ୍ କରିଥିଲେ ? ଆମେ ଏଠି ମେଜର୍ ଗୋଗୋଇଙ୍କର ଦୁଇଟି ଆକ୍ସନ୍ ବିଷୟରେ କହୁଛୁ ଗୋଟେ ହେଉଛିୁ ସେନାଗାଡିରେ ବାଂଧି ଟାଣିନେବା। ଆଉ ଗୋଟିଏ ହେଲା ହୋଟେଲରେ ଜଣେ ତରୁଣୀଙ୍କ ସହ ଦେଖାଯିବା । ଯାହା କେଦ ହୋଇଥିଲା ସିସିଟିଭିରେ । ପୋଲିସ ତାଙ୍କୁ ଅଟକ କରିଥିଲା ।  ହୋଟେଲ୍ ରିସପସନରେ ଚାଲିଥିଲା ପାଟିତୁଣ୍ଡ । ଆଉ, ମେଜର୍ ଗୋଗୋଇ ହ୍ୟୁମାନ୍ ସିଲ୍ଡ ଭିଜୁଆଲରେ ହିରୋ ହୋଇଥିବା ବେଳେ ସିସିଟିଭି ଭିଜୁଆଲରେ ଦୋଷୀ ।

ହ୍ୟୁମାନ୍ ସିଲ୍ଡକୁ ନେଇ ସେନା ସମାଲୋଚନାର ଶିକାର ହୋଇଥିଲେ ମଧ୍ୟ  ସେନାମୁଖ୍ୟଙ୍କ ପାଖରୁ ବାଃ ବାଃ ପାଇଥିଲେ ମେଜର୍ ଲିତୁଲ୍ ଗୋଗୋଇ । ଆଉ ସିସିଟିଭି ଭିଜୁଆଲ୍ ଆଧାରରେ ଜାମ୍ମୁକାଶ୍ମୀର ପୋଲିସ୍ ଦ୍ବାରା ଅଟକ ହେବା ପରେ ଗୋଗୋଇଙ୍କ ବିରୋଧରେ ଆକ୍ସନର କଥା କହିଥିଲେ ସେନା ମୁଖ୍ୟ । ଯାହା ଏବେ କୋର୍ଟ ଅଫ୍ ଇନକ୍ବାରୀରେ ପ୍ରମାଣିତ ହେଲା ।

ପଞ୍ଜାବ ରେଜିମେଣ୍ଟ ୫୩ ରାଷ୍ଟ୍ରୀୟ ରାଇଫଲର ମେଜର୍ ତିତୁଲ୍ ଗୋଗୋଇ । ଗତ ମେ ୨୩ ତାରିଖରେ ଶ୍ରୀନଗରର ଏକ ହୋଟେଲକୁ ଜଣେ ୧୮ ବର୍ଷୀୟା ଯୁବତୀଙ୍କୁ ନେଇ ଯାଇଥିଲେ । କିନ୍ତୁ ଯୁବତୀ ଜଣକ ସ୍ଥାନୀୟ ଅଞ୍ଚଳର ହୋଇଥିବା ଜାଣିବା ପରେ ହୋଟେଲ୍ କର୍ମଚାରୀ ଲିତୁଲ୍ ଗୋଗୋଇଙ୍କୁ ଚେକ୍ ଇନ୍ ଅନୁମତି ଦେଇ ନଥିଲେ । ଗାଡ଼ିରେ ଡ୍ରାଇଭରଙ୍କୁ ବସାଇ ଦେଇ ସୋର୍ସ ମିଟିଂର କଥା କହି, ଯୁବତୀଙ୍କୁ ରୁମକୁ ନେବାକୁ ଚାହୁଁଥିଲେ ମେଜର୍ ଗୋଗୋଇ । କିନ୍ତୁ ପାଟିତୁଣ୍ଡ ଚାଲିଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା ପୋଲିସ୍ । ମେଜର୍ ଗୋଗୋଇଙ୍କୁ ଥାନାକୁ ନେଇ ଅଟକ ରଖିଥିଲା ଜାମ୍ମୁ-କାଶ୍ମୀର ପୋଲିସ୍ । ଆଉ ଏବେ ସେ କୋର୍ଟ ଅଫ୍ ଇନକ୍ବାରୀରେ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ତାଙ୍କ ବରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ହୋଇଛି ଅନୁମୋଦନ ।

   Related Posts