IPS ସ୍ତରରେ ବଡ଼ ଧରଣର ଅଦଳବଦଳ, ବଦଳିଲେ ଭୁବେନଶ୍ୱର ଓ କଟକ DCP
14/07/2020 at 1:49 PM

ଭୁବନେଶ୍ୱର ୧୪।୦୭: IPS ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ୧୮ଜଣ IPS ଅଫିସରଙ୍କୁ ଅଦଳବଦଳ କରିଛନ୍ତି ସରକାର । ତେବେ IPS ସ୍ତରରେ ହୋଇଥିବା ଅଦଳବଦଳରେ ଭୁବନେଶ୍ୱର, କଟକ ଭଳି ସହରର ଡିସିପିଙ୍କୁ ଅଦଳବଦଳ କରାଯାଇଛି ।

ଏମ୍ ଅକ୍ଷୟଙ୍କ କେନ୍ଦ୍ରୀୟ ଡେପୁଟେସନରୁ ଅଣାଯାଇ ସିଏମ୍ଡିରେ ଅବସ୍ଥାପତି କରାଯାଇଛି । ସେହିପରି ସତ୍ୟଜିତ ମହାନ୍ତିଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ପଦରୁ ଅଣାଯାଇ ହୋମଗାର୍ଡ ଡିଜି ଭାବେ ଦାୟିତ୍ୱ ଦିଆଯାଇଛି । ଲଳିତ ଦାସଙ୍କୁ ସିଏମ୍ଡିରୁ ଏଡିଜିପି କମ୍ୟୁନିକେସନ୍ । ଆର୍କେ ଶର୍ମୀଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଦିଆଯାଇଛି । ଏସ୍,କେ ପ୍ରିୟଦର୍ଶୀଙ୍କୁ CID, ADGP। ପ୍ରବୀଣ କୁମାରଙ୍କୁ ଆଇନଶୃଙ୍ଖଳାର ଆଇଜିପି ଭାବେ ଦାୟିତ୍ୱ ଦିଆଯାଇଛି ।
ଏତଦ୍ବ୍ୟତୀତ ଗଜପତି ଏସ୍ପି ସାରା ଶର୍ମୀଙ୍କୁ ଭିଜିଲାନ୍ସ ବିଭାଗକୁ ଅଣାଆଇଛି । ବିନୀତ ଅଗ୍ରୱାଲାଙ୍କୁ କନ୍ଧମାଳର ନୂତନ ଏସ୍ପି ଭାବେ ଦାୟିତ୍ୱ ଦିଆଯାଇଛି । ସାଗରିକ ନାଥଙ୍କୁ ଟ୍ୱିନ-ସିଟି ଟ୍ରାଫିକ ଡିସିପି ପଦରୁ ହଟାଯାଇ ସୁନ୍ଦରଗଡ ଏସ୍ପି ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ସୁନ୍ଦରଗଡ ଏସ୍ପି ସୌମ୍ୟ ମିଶ୍ରଙ୍କୁ ଟ୍ରାଫିକ୍ ଡିସିପି ଭାବେ ଦାୟିତ୍ୱ ଦିଆଯାଇଛି ।
ରାହୁଲ ଜୈନଙ୍କୁ ଦେବଦଡ ଏସପ୍ରୁ ହଟାଯାଇ ନୂଆପଡା ଏସ୍ପି ଭାବେ ଦାୟିତ୍ୱ ଦିଆଯାଇଛି । ଓପିଏସ୍ ଅଫିସର ଏସ୍.ସି.ଜମାଦାର ହେଲେ ଦେବଗଡ ଏସ୍ପି । ଓପିଏସ୍ ଅଫିସର ତପନ କୁମାର ପଟ୍ଟନାୟକ ହେଲେ ଏସ୍ପି ଗଜପତି