୨୦୨୦- ନିର୍ଭୟା ଦୋଷୀଙ୍କୁ ଫାଶୀରୁ ଟି-ଟ୍ବେଣ୍ଟି ଓ୍ବାଲର୍ଡ଼କପ୍,ଅନେକ ଘଟଣାରେ ରହିବ ନଜର
1/01/2020 at 5:32 PM

ନୂଆଦିଲ୍ଲୀ ୧/୧: ୨୦୨୦ ମସିହା ଆସିଯାଇଛି । ଏହିବର୍ଷ ଦେଶ ତଥା ଦୁନିଆରେ କେତେ ଗୁଡ଼ିଏ ବଡ଼ ଘଟଣା ହେବ । କେତେକ ରାଜନୈତିକ ତ ଆଉ କେତେକ ସାମାଜିକ, ଅନ୍ତରାଷ୍ଟ୍ରୀୟ ସ୍ତରରେ କେତେକ ବଡ଼ ପରିବର୍ତ୍ତନ ହେବାକୁ ଯାଉଥିବା ବେଳେ ଏହା ଉପରେ ନଜର ପକାଇବା ।…

ନିର୍ଭୟା ଦୋଷୀଙ୍କୁ ଫାଶୀଦଣ୍ଡ ହେବ
୨୦୨୦ରେ ନିର୍ଭୟା ଘଟଣାର ୪ ଦୋଷୀଙ୍କୁ ଫାଶୀ ଦିଆଯିବ ।ଏବେ ସେମାନଙ୍କର କ୍ୟୁରେଟିଭ୍ ଏବଂ ଦୟା ଯାଚିକାର ପ୍ରକ୍ରିୟା ଜାରି ରହିଛି ।ସେମାନଙ୍କୁ ଶୀଘ୍ର ଫାଶୀ ଦେବାକୁ ଦାବି କରି ଦେଶରେ କେତେଥର ବିରୋଧ ପ୍ରଦର୍ଶନ ହୋଇସାରିଲାଣି ।ଲୋକଙ୍କର ଦାବି ସେମାନଙ୍କୁ ଶୀଘ୍ର ଫାଶୀ ଦିଆଯାଉ। …

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ
୨୦୨୦ରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଫେବ୍ରୁଆରୀ ୯ ତାରିଖ ପୂର୍ବରୁ କେନ୍ଦ୍ର ସରକାର ରାମ ମନ୍ଦିର ଟ୍ରଷ୍ଟ ଗଠନ କରିବେ । ଚଳିତ ବର୍ଷ ଏପ୍ରିଲ ୨ ରାମନବମୀରେ ମନ୍ଦିର ନିର୍ମାଣ ଆରମ୍ଭ ହୋଇପାରେ ।…

NRC ଓ NPR ଲାଗୁ ହୋଇପାରେ
ନାଗରିକତା ସଂଶୋଧନ ଆଇନ ଲାଗୁ ହେବାପରେ ୨୦୨୦ରେ ଦେଶରେ ଏନ୍ଆର୍ସି ଓ ଏନ୍ପିଆର୍ ଲାଗୁ ହୋଇପାରେ ।ଏହାଦ୍ବାରା ଦେଶରେ ନାଗରିକତାକୁ ନେଇ ଅନେକ ଗୁଡ଼ିଏ ପରିବର୍ତ୍ତନ ହୋଇପାରେ ।ଏହା ବିରୋଧରେ ପ୍ରଦର୍ଶନ ଏବଂ ହିଂସାକାଣ୍ଡ ହୋଇପାରେ ।କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିର ଜୋରଦାର ବିରୋଧ ହେଉଛି ।…

ଦେଶକୁ ମିଳିବ ରାଫେଲ୍ ଓ S-400 ମିସାଇଲ୍ ସିଷ୍ଟମ୍
୨୦୨୦ ମେ-ଜୁନ୍ ସୁଦ୍ଧା ଦେଶକୁ ୪ଟି ରାଫେଲ୍ ଯୁଦ୍ଧ ବିମାନ ମିଳିପାରେ ।ଏଗୁଡ଼ିକୁ ଅମ୍ବାଲା ଏୟାରଫୋର୍ସ ଷ୍ଟେସନରେ ମୁତୟନ କରାଯିବ । ରୁଷିଆର S-400 ମିସାଇଲ୍ ସିଷ୍ଟମ୍ମଧ୍ୟ ଏହି ବର୍ଷ ଭାରତକୁ ମିଳିବାର ସମ୍ଭାବନା ଅଛି ।ଏହାଦ୍ବାରା ଦେଶର ପ୍ରତିରକ୍ଷା ବ୍ୟବସ୍ଥା ଶକ୍ତିଶାଳୀ ହେବ ।…

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ
ଆମେରିକାରେ ଚଳିତ ବର୍ଷ ଶେଷରେ ରାଷ୍ଟ୍ରପତି ନିର୍ବାଚନ ହେବ ।ଆମେରିକାବାସୀ ଏ ବର୍ଷ ସ୍ଥିର କରିବେ ଯେ ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣିଥରେ ଶାସନ କରିବାକୁ ସୁଯୋଗ ମିଳିବ ନା ନୂଆ ନେତାଙ୍କ ହାତକୁ ଆମେରିକାର ଶାସନ ଭାର ଯିବ ।…

ଟି-ଟ୍ବେଣ୍ଟି ବିଶ୍ବକପ୍
୨୦୨୦ ଅକ୍ଟୋବରରେ ଟି-ଟ୍ବେଣ୍ଟି ବିଶ୍ବକପ୍ ଅଷ୍ଟ୍ରେଲିଆରେ ଖେଳାଯିବ ।ଅକ୍ଟୋବର ୧୮ରୁ ୧୫ ନଭେମ୍ବର ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ବିଶ୍ବକପ୍ ଖେଳାଯିବ ।ମେଲବର୍ଣ୍ଣରେ ହେବ ଫାଇନାଲ ମ୍ୟାଚ୍ ।ଏଥିରେ ୧୩ଟି ଟିମ୍ ଭାଗନେବେ ।…