ଭୁଲ୍ ସୂଚନା ଦେଉଥିବା ମେଜର ଜେନେରାଲଙ୍କୁ ହେବ କୋର୍ଟ ମାର୍ଶାଲ୍

Published By : Prameya-News7 Bureau | March 10, 2019 IST

ନୂଆଦିଲ୍ଲୀ ୧୦/୩: ଅଧିକ ପେନସନ୍ ପାଇବା ଆଶାରେ ଭୁଲ୍ ସୂଚନା ଦେଉଥିବା ଏକ ଅବସରପ୍ରାପ୍ତ ମେଜର ଜେନେରାଲଙ୍କୁ ଏବେ କୋର୍ଟ ମାର୍ଶାଲର ସମ୍ମୁଖୀନ ହେବାକୁ ପଡ଼ିବ। ଉଚ୍ଚ ଦିବ୍ୟାଙ୍ଗ ପେନସନ୍ ପାଇବା ପାଇଁ ଏହି ଅବସରପ୍ରାପ୍ତ ମେଜର ଜେନେରାଲ କେତେକ ତଥ୍ୟ ଭୁଲ୍ କହିଥିଲେ। ସେନା ଯାଞ୍ଚ କରିବା ବେଳେ ସେ ଧରା ପଡ଼ିଯାଇଥିଲେ। ଏହା ପରେ କାର୍ଯ୍ୟାନୁଷ୍ଠାନର ନିର୍ଣ୍ଣୟ ନିଆଯାଇଥିଲା।

ଏହି ମେଜର ଜେନେରାଲ ସେନା ପ୍ରଶିକ୍ଷଣ ନିର୍ଦ୍ଦେଶାଳୟରୁ ୨୦୧୭ ଅଗଷ୍ଟରେ ଅବସର ଗ୍ରହଣ କରିଥିଲେ। ସୂଚନା ଅନୁସାରେ ଅବସରପ୍ରାପ୍ତ ଅଧିକାରୀଙ୍କ ବିରୋଧରେ ଆର୍ମି ଆକ୍ଟ ବ୍ୟବସ୍ଥା ଅନୁସାରେ ଅନୁଶାସନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ଦିଆଯାଇଛି। କୋର୍ଟ ମାର୍ଶାଲରେ ମେଜର ଜେନେରାଲଙ୍କ ବିରୋଧରେ ଚାରୋଟି ମୁଖ୍ୟ ଅଭିଯୋଗ ଲଗାଯାଇଛି। ଏଥିରେ ଅଧିକ ପେନସନ୍ ପାଇବା ଲୋଭରେ ଭୁଲ୍ ତଥ୍ୟ ଦେବା ମଧ୍ୟ ସାମିଲ ରହିଛି।

ଯଦି କୈାଣସି ସୈନ୍ୟ ଅଧିକାରୀ କିମ୍ବା ସୈନିକକୁ ଚାକିରୀ ସମୟରେ କୈାଣସି ଆଘାତ କାରଣରୁ ଦିବ୍ୟାଙ୍ଗ ହେବାକୁ ପଡ଼ିଥାଏ ତେବେ ତାଙ୍କୁ ଅତିରିକ୍ତ ପେନସନ ମିଳିଥାଏ। ଏହି ଅତିରିକ୍ତ ପେନସନ୍ ପୂରା ମାଗଣା ହୋଇଥାଏ। ଅଭିଯୁକ୍ତ ମେଜର ଜେନେରାଲ ସେନାଙ୍କୁ ଦିଆଯାଇଥିବା ତଥ୍ୟରେ ଦାବି କରିଥିଲା ଯେ ୨୦୧୦ରେ ଚାକିରୀ ସମୟରେ ତାଙ୍କୁ ଏକ ଦୁର୍ଘଟଣାର ସମ୍ମୁଖୀନ କରିବାକୁ ପଡ଼ିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.