Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ମେଜର ଜେନେରାଲଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଲେ ମହିଳା କ୍ୟାପଟେନ : ବରଖାସ୍ତ ନିର୍ଦେଶ ଦେଲେ ଆର୍ମି କୋର୍ଟ

24/12/2018 at 11:50 AM

ଚଣ୍ଡୀଗଡ଼ ୨୪/୧୨ : ପଶ୍ଚିମ କମାଣ୍ଡ ଚଣ୍ଡୀ ମନ୍ଦିର ଆର୍ମି କୋର୍ଟ ଜଣେ କ୍ୟାପଟେନ ରଙ୍କ ମହିଳା ଅଧିକାରୀଙ୍କ ଅଭିଯୋଗ ଆଧାରରେ ମେଜର ଜେନେରାଲଙ୍କୁ ଚାକିରୀରୁ ବରଖାସ୍ତ ପାଇଁ ନିର୍ଦେଶ ଦେଇଛନ୍ତି | ମହିଳା ଅଧିକାରୀ ମେଜର ଜେନେରାଲଙ୍କ ବିରୋଧରେ ଆର୍ମି କୋର୍ଟରେ ଯୌନ ଉତ୍ପୀଡ଼ନ ମାମଲା ଦାଏର କରିଥିଲେ | ଯେତେବେଳେ ମେଜର ଜେନେରାଲ ଏମଏସ ଜସୱାଲ ଆସାମ ରାଇଫଲ ନାଗାଲାଣ୍ଡରେ ଇନ୍ସପେକ୍ଟର ଜେନେରାଲ ପଦବୀରେ ଥିଲେ ସେତେବେଳେ ତାଙ୍କ ବିରୋଧରେ ଏହି ଅଭିଯୋଗ ହୋଇଥିଲା | ମହିଳା ଅଧିକାରୀ ଅଭିଯୋଗ କରିଥିଲେ ଯେ, ତାଙ୍କ ଉଚ୍ଚ ପଦସ୍ଥ ଅଧିକାରୀ ଜସୱାଲ କାମର ବାହାନାରେ ତାଙ୍କୁ ବିଳମ୍ବିତ ରାତିରେ ନିଜ ପ୍ରକୋଷ୍ଠକୁ ଡାକିଥିଲେ ଏବଂ ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ | ତେବେ କୋର୍ଟ ମାର୍ଶାଲଙ୍କ ଫଇସଲା ଉପରେ ଆର୍ମି ମୁଖ୍ୟଙ୍କ ମୋହର ଲାଗିବ ବାକି ଅଛି |


ମହିଳା ଅଧିକାରୀଙ୍କ ଅଭିଯୋଗକୁ ଆଧାର କରି ଆର୍ମି କୋର୍ଟ ମେଜର ଜେନେରାଲ ଜସୱାଲଙ୍କ ବିରୋଧରେ ଆର୍ମି ଆକ୍ଟ ଅଣ୍ଡର ସେକ୍ସନ-୬୫ ଏବଂ ଆଇପିସି ଧାରା ୩୫୭ରେ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲେ | ତଦନ୍ତ ବେଳେ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା ଏବଂ ଜେନେରାଲ ଜସୱାଲ ଦୋଷୀ ସାବ୍ୟସ୍ତ ହୋଇଥିଲେ | ମାମଲାର ଯାଞ୍ଚ ପରେ ଆର୍ମି କୋର୍ଟ ଦୋଷୀ ବିରୋଧରେ ସେକ୍ସନ ୪୫ ଆଧାରରେ କୋର୍ଟ ମାର୍ଶଲ ପାଇଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ | କୋର୍ଟ ମାର୍ଶଲ କାର୍ଯ୍ୟାନୁଷ୍ଠାନ ଇଂଜିନିୟରିଂ ବ୍ରିଗେଡଙ୍କ ମୁଖ୍ୟ କାର୍ଯ୍ୟାଳୟରେ ଗତ ଜୁନ ୧୮ ତାରିଖରେ ଆରମ୍ଭ ହୋଇଥିଲା |


କୋର୍ଟ ମାର୍ଶଲର ପ୍ରି-ଟ୍ରାଏଲ ଆରମ୍ଭ ହେବା ପରେ ମେଜର ଜେନେରାଲ ଜସୱାଲ ନିଜ ଉପରେ ଲାଗିଥିବା ସମସ୍ତ ଦୋଷକୁ ଅକାରଣରେ ତାଙ୍କ ଉପରେ ଦୋଷାରୋପ ଲାଗିଥିବା କହିଥିଲେ | ସେ କହିଥିଲେ ଯେ, ଆର୍ମିରେ ଉଚ୍ଚ ସ୍ଥରରେ ଚାଲିଥିବା ଲଢେଇ ପାଇଁ ତାଙ୍କୁ ମୋହରା କରି ଏଭଳି ଦୋଷ ଲଗାଇ ଦିଆଯାଇଛି | କୋର୍ଟଙ୍କର ଏହି ଫଇସଲା ଭୁଲ ଏବଂ ତା ବିରୋଧରେ ସେ ଉପର କୋର୍ଟରେ ଅପିଲ କରିବେ ବୋଲି କହିଛନ୍ତି | କୋର୍ଟ ମାର୍ଶଲ ଚାଲିଥିବାବେଳେ ମେଜର ଜେନେରାଲ ରଙ୍କର ସୈନ୍ୟ ଅଧିକାରୀଙ୍କୁ ଆମ୍ବାଲାକୁ ପଠେଇ ଦିଆଯାଇଥିଲା | ମେଜର ଜେନେରାଲ କୋର୍ଟ ମାର୍ଶଲ ପ୍ରୋସିଡ଼ିଙ୍ଗ ଆର୍ମି ଫେସ ଟ୍ରିବ୍ୟୁନାଲର ଦିଲ୍ଲୀ ସ୍ଥିତ ବେଞ୍ଚରେ ଅପିଲ କରିଥିଲେ |


ପ୍ରଥମେ ମେଜର ଜେନେରାଲଙ୍କୁ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ପାଇଁ ରାଞ୍ଚି ସ୍ଥିତ ଇଷ୍ଟର୍ନ କମାଣ୍ଡର ୧୭ କର୍ପସ ସହ ଯୋଡ଼ା ଯାଇଥିଲା | ଏହାପରେ ଏହି ମାମଲାକୁ ଇଷ୍ଟର୍ନ କମାଣ୍ଡକୁ ହସ୍ତାନ୍ତର କରାଯାଇଥିଲା | ମେଜର ଜେନେରାଲଙ୍କ ଉପରେ ଯୌନ ଉତ୍ପୀଡ଼ନ ଅଭିଯୋଗ ସେତେବେଳେ ଲାଗିଥିଲା ଯେତେବେଳେ ଆସାମ ରାଇଫଲରେ ତାଙ୍କର କାର୍ଯ୍ୟକାଳ ସମ୍ପୂର୍ଣ ହେବାରଥିଲା | ଆସାମ ରାଇଫଲରେ ତାଙ୍କର କାର୍ଯ୍ୟକାଳ ପରେ ସେଣ୍ଟାଲ କମାଣ୍ଡରେ ଲେଫ୍ଟେନେଣ୍ଟ ଜେନେରାଲ ପଦବୀରେ ଷ୍ଟାଫ ମୁଖ୍ୟ ଭାବେ ସେ ନିୟୋଜିତ ହୋଇଥାନ୍ତେ |

   Related Posts