ଇମ୍ରାନ-ବାଜୱାଙ୍କ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, PAK ସେନା ମୁଖପାତ୍ର ପଦରୁ ହଟିଲେ ଆସିଫ ଗଫୁର, ଜାଣନ୍ତୁ କାହିଁକି ?

Published By : Prameya-News7 Bureau | January 16, 2020 IST

ଇସ୍ଲାମାବାଦ ୧୬।୧: ପାକ୍ ସେନା ମୁଖପାତ୍ର ମେଜର ଜେନରାଲ ଆସିଫ ଗଫୁରଙ୍କୁ ଗୁରୁବାର ତାଙ୍କ ପଦରୁ ହଟାଇ ଦିଆଯାଇଛି। ପାକ୍ ସେନାମୁଖ୍ୟ ଜେନେରାଲ କମର ବାଜୱା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଭେଟିବା ପରେ ଏହି ନିଷ୍ପତ୍ତି ହୋଇଛି। ଗଫୁରଙ୍କ ଦାୟିତ୍ୱ ଏବେ ମେଜର ଜେନେରାଲ ବାବର ଇଫ୍ତିକାର ସମ୍ଭାଳିବେ। ସେପଟେ ଗଫୁର ପାକିସ୍ତାନ ପଞ୍ଜାବର ଓକାରାସ୍ଥିତ ୪୦ତମ ଇନଫେଣ୍ଟ୍ରି ଡିଭିଜନର  ଜେନେରାଲ ଅଫିସର କମାଣ୍ଡିଂ ଅବସ୍ଥାପିତ ହୋଇଛନ୍ତି।

{"id":212258,"sizeSlug":"large"}

ନୂଆ ନିଯୁକ୍ତିକୁ ଗଫୁରଙ୍କ ସ୍ୱାଗତ!
ନୂଆ ନିଯୁକ୍ତିକୁ ଜିଓସି ଗଫୁର ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ସ୍ୱାଗତ କରିଛନ୍ତି। ଏଥିଲାଗି ଗଫୁର ମିଡିଆକୁ ଖାସ ଧନ୍ୟବାଦ ଦେଇଥିବା ବେଳେ ଦେଶବାସୀଙ୍କୁ ତାଙ୍କର କୃତଜ୍ଞତା ଜଣାଇଛନ୍ତି। ଗଫୁର ପାକ୍ ସେନା ଇଣ୍ଟରସର୍ଭିସ ପବ୍ଲିକ ରିଲେସନ (ଆଇଏସପିଆର) ମହାନିର୍ଦ୍ଦେଶକ ଅବସ୍ଥାପିତଥିଲେ। ତେବେ ତାଙ୍କୁ ଜେନେରାଲ ଅଫିସର କମାଣ୍ଡିଂ ନିଯୁକ୍ତ କରାଯାଇଛି। ଫଳରେ ପଦୋନ୍ନତୀ ବଦଳେ ତାଙ୍କର ପଦାବନତୀ ହୋଇଛି। ଏକ ରୋଚକ ଘଟଣାକ୍ରମରେ ସେ ପଦ ହରାଇଥିବା ଜଣାପଡିଛି।

wp:html /wp:html

୧୯୮୮ ମସିହାରେ ଗଫୁର ପାକ୍ ସେନାରେ ଯୋଗଦେଇଥିଲେ। ଗତ ୨୦୧୬ ମସିହାରେ ତାଙ୍କୁ ପାକ୍ ସେନା ଇଣ୍ଟରସର୍ଭିସ ପବ୍ଲିକ ରିଲେସନ (ଆଇଏସପିଆର) ମହାନିର୍ଦ୍ଦେଶକ ଅବସ୍ଥାପିତ କରାଯାଇଥିଲା। ତେବେ ଏହି ପଦବୀରେ ସେ ପାକ୍‌କୁ ଉଚ୍ଚା ଦେଖାଇବାକୁ କରୁଥିବା ପ୍ରତିଟି କାର୍ଯ୍ୟ ଲାଗି ସୋସିଆଲ ମିଡିଆରେ ବାରମ୍ବାର ଟ୍ରୋଲ ହେଉଥିଲେ। ଏପରିକି ପାକ୍ ଫିଲ୍ମକୁ ସେ ଭାରତୀୟ ଫିଲ୍ମ ଉଲ୍ଲେଖ କରି ଖୁବ୍ ଶରବ୍ୟର ଶିକାର ହୋଇଥିଲେ।

{"id":212255,"sizeSlug":"large"}

ଟ୍ୱିଟ୍‌ରେ ଦୀପିକାଙ୍କ ନାମର ବନାନ ଭୁଲ କରିଥିଲେ
ଭାରତ ସରକାର ନିକଟରେ ନାଗରିକତା ଆଇନ ସଂଶୋଧନ କରିଛନ୍ତି। ଯାହାକୁ ଦେଶର ବିଭିନ୍ନ ପ୍ରାନ୍ତରେ ବିରୋଧ କରାଯାଉଥିବା ବେଳେ ବଲିଉଡ ଅଭିନେତ୍ରୀ ଦୀପିକା ଜେଏନୟୁ କ୍ୟାମ୍ପସକୁ ଯାଇଥିବା ପ୍ରସଙ୍ଗକୁ ଗଫୁର ଟ୍ୱିଟ୍‌ରେ ସ୍ଥାନ ଦେଇଥିଲେ। ଏଥିରେ ସେ ଦୀପିକାଙ୍କ ନାମର ସ୍ପେଲିଂ ହିଁ ଭୁଲ ଲେଖିଥିଲେ। ଏଣୁ ସୋସିଆଲ ମିଡିଆ ସମେତ ଭାରତୀୟ ଗଣମାଧ୍ୟମରେ ଟ୍ରୋଲ ହେବା ଯୋଗୁ ତାଙ୍କୁ ପୋଷ୍ଟ ହଟାଇବାକୁ ପଡିଥିଲା।

{"id":212260,"width":573,"height":407,"sizeSlug":"large"}

କେବଳ ଦୀପିକା ନୁହେଁ ଏହା ପୂର୍ବରୁ ଜୁଗଲାର ଭେନ ('ଦୁଃଖତି ରଗ୍')ର ସ୍ପେଲିଂ ବି ତ୍ରୁଟିପୂର୍ଣ୍ଣ ଲେଖିଥିଲେ। ସେ ଯେଉଁ ଉଦ୍ଦେଶ୍ୟରେ ଲେଖିଥିଲେ ପୋଷ୍ଟ ତାର ବିପରୀତ ଉଦ୍ଦେଶ୍ୟ ବୟାନ କରୁଥିଲା।  ଏପରିକି ଜଣେ ୟୁଜର ତାଙ୍କ ପାଠପଢା ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଯାହା ସେନା ବିଭାଗ ନଜରରେ ପଡିଯାଇଥିଲା। ଏଣୁ ଜଣେ ମୁର୍ଖ ଅପଦାର୍ଥକୁ ପ୍ରଧାନମନ୍ତ୍ରୀଙ୍କ ସହ ପରାମର୍ଶ କରି ସେନାମୁଖ୍ୟ ଶେଷରେ ପଦରୁ ହଟାଇ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.