Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଭାରତ ଗଠନ କଲା ଶକ୍ତି ସମ୍ପନ୍ନ କମାଣ୍ଡୋ ଫୋର୍ସ : ଯେକୌଣସି ମୁହୁର୍ତ୍ତରେ ଆତଙ୍କବାଦୀଙ୍କ ଶିବିରକୁ କରିପାରିବେ ଧ୍ୱଂସ, ଜାଣନ୍ତୁ ଏହି ଫୋର୍ସର ଚିଫ୍ କିଏ

16/05/2019 at 3:31 PM

ନୂଆଦିଲ୍ଲୀ ୧୬/୫ :  ଭାରତର ସୁରକ୍ଷା ମନ୍ତ୍ରାଳୟ ଆର୍ମ ଫୋର୍ସ ସ୍ପେଶାଲ ଅପରେସନ ଡିଭିଜନ ପୂର୍ବରୁ ଆର୍ମ ଫୋର୍ସ ଚିଫ୍ ନିଯୁକ୍ତ କରିଛନ୍ତି । ମେଜର ଜେନେରାଲ ଏ.କେ.ଢିଙ୍ଗରା ଆର୍ମ ଫୋର୍ସ ସ୍ପେଶାଲ ଅପରେସନ ଦାୟିତ୍ୱ ନେଇଛନ୍ତି । ତ୍ରିସେନା ଡିଭିଜନରେ ଭାରତର ସବୁଠାରୁ ଭୟଙ୍କର ଓ ଶକ୍ତି ସମ୍ପନ୍ନ ସେନାର ପାରାଶୁଟ ରେଜିମେଣ୍ଟ, ନୌସେନାର ମାର୍କୋସ ଓ ବାୟୁସେନାର ଗରୁଡ କମାଣ୍ଡୋ ଫୋର୍ସ ସାମିଲ ଅଛନ୍ତି ।

ଭାରତର ଏହି ୩ ସେନା ପ୍ରଥମଥର ପାଇଁ ନିୟନ୍ତ୍ରଣ ବୋର୍ଡ ଅନ୍ତର୍ଗତ କାମ କରିବେ । ମେଜର ଜେନେରାଲ ଏ.କେ.ଢିଙ୍ଗରାଙ୍କୁ ସ୍ପେଶାଲ ଫୋର୍ସର ଜଣେ ବରିଷ୍ଠ ସେନା ବୋଲି କୁହାଯାଏ । ଏ.କେ.ଢିଙ୍ଗରା ୧ ପୈରା ସ୍ପେଶାଲ ଫୋର୍ସ ରେଜିମେଣ୍ଟ ଅନ୍ତର୍ଗତ ଏବଂ ସେ ଆମେରିକାରେ ସ୍ପେଶାଲ ଅପରେସନ କୋର୍ସ ମଧ୍ୟ କରିଛନ୍ତି ।  

ଯେତେବେଳେ ଭାରତ ଶ୍ରୀଲଙ୍କାକୁ ଶାନ୍ତି ସୁରକ୍ଷା ଫୋର୍ସ ପଠାଇଥିଲା, ସେତେବେଳେ ଏ.କେ.ଢିଙ୍ଗରା ଶ୍ରୀଲଙ୍କାରେ ଭାରତୀୟ ଶାନ୍ତି ସୁରକ୍ଷା ଫୋର୍ସ ଅପରେସନରେ ଥିଲେ ।

ସୂଚନାଯୋଗ୍ୟ ଯେ, ଆର୍ମ ଫୋର୍ସ ସ୍ପେଶାଲ ଅପରେସନ ଡିଭିଜନରେ ୩ ହଜାର କମାଣ୍ଡୋ ରହିବେ । ଏହାର ମୁଖ୍ୟ କାର୍ଯ୍ୟାଳୟ ଆଗ୍ରା କିମ୍ବା ବାଙ୍ଗାଲୁରୁରେ କରାଯିବ । ଓସାମା ବିନ ଲାଦେନକୁ ଶେଷ କରିଥିବା ୟୁଏସ ସ୍ପେଶାଲ ଅପରେସନ କମାଣ୍ଡୋ ଫୋର୍ସ ଭଳି କାମ କରିବ । ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଲା, ଆର୍ମ ଫୋର୍ସ ସ୍ପେଶାଲ ଅପରେସନ ଡିଭିଜନ ଦେଶ ଭିତରେ ଓ ବାହାରେ ବଡ ବଡ ଆତଙ୍କବାଦ ବିରୋଧୀ ଅଭିଯାନକୁ ସମାପ୍ତ କରିବାର କାମ କରିବେ ।  

ଆର୍ମ ଫୋର୍ସ ସ୍ପେଶାଲ ଅପରେସନ ଡିଭିଜନରେ ନିଜର ଅସ୍ତ୍ରଶସ୍ତ୍ର, ସର୍ଭିଲାନ୍ସ ୱିଙ୍ଗ, ହେଲିକେପ୍ଟର, ଇଣ୍ଟଲିଜେନ୍ସ ୱିଙ୍ଗ, ଟ୍ରାନ୍ସପୋର୍ଟ ବିମାନ ଆଦି ରହିବ । ଏହିସବୁ ଯେକୌଣସି ମୁହୁର୍ତ୍ତରେ ଆତଙ୍କବାଦୀଙ୍କ ଶିବିରକୁ ଧ୍ୱଂସ କରିପାରିବ ।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ପ୍ରଧାନମନ୍ତ୍ରୀ ମୋଦି ଯୋଧପୁରରେ ସଂଯୁକ୍ତ କମାଣ୍ଡର ସମ୍ମିଳନୀରେ ଆର୍ମ ଫୋର୍ସ ସ୍ପେଶାଲ ଅପରେସନ ଡିଭିଜନ ସ୍ଥାପନା ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ନିଷ୍ପତ୍ତି ପରେ ସୁରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ, ସୁରକ୍ଷା ସଚିବ ସଞ୍ଜୟ ମିତ୍ରା ଏବଂ ୩ ସେନା ମୁଖ୍ୟ ଆର୍ମ ଫୋର୍ସ ସ୍ପେଶାଲ ଅପରେସନ ଡିଭିଜନ ସ୍ଥାପନା କରିଛନ୍ତି ।



 

   Related Posts