Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମାକ୍ଷାନଗର : IGIT କଲେଜରେ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ହାତାହାତି, ହଷ୍ଟେଲରେ ପସି ଭଙ୍ଗାରୁଜା
  • ||
  • ଅଖିଳେଶ ଯାଦବ କରୋନା ପଜିଟିଭ୍‌, ନିଜେ ଟ୍ୱିଟ୍‌ କରି ଦେଲେ ସୂଚନା
  • ||
  • ବାଙ୍କୀ : ଶୌଚ ପାଇଁ ଯିବାବେଳେ କଚାଡି ଦେଲା ଦନ୍ତା, ଜଣେ ଗୁରୁତର
  • ||
  • ଭୁବନ : ୨ ଦିନ ପାଇଁ କଲେଜ ସଟ୍‌ଡାଉନ୍, କରୋନା ସଂକ୍ରମିତ ଚିହ୍ନଟ ପରେ ପଦକ୍ଷେପ‌
  • ||
  • ରାଜ୍ୟରେ କରୋନା ନେଲା ଆଉ ୩ ଜଣଙ୍କ ଜୀବନ, ୧୯୩୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଢ଼ି ଚାଲିଛି କରୋନା ସଂକ୍ରମଣ, ମହାରାଷ୍ଟ୍ରରେ ଆଜିଠାରୁ ମେ ପହିଲା ପର୍ଯ୍ୟନ୍ତ ୧୪୪ ଧାରା
  • ||
  • ଜଗତସିଂହପୁର : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି : ମା ଶାରଳାଙ୍କ ପୀଠରେ ଲାଗୁ ହେଲା ୧୪୪ ଧାରା, ନୀତି ସମ୍ପନ୍ନ କରିବେ ସେବାୟତ
  • ||
  • ବାରଙ୍ଗ : ନନ୍ଦନକାନନକୁ ନୂଆ ଅତିଥି, ଦ୍ୱିତୀୟ ଥର ପାଇଁ ମା ହେଲା ବାଘୁଣୀ ମେଘା
  • ||
  • ୨ହଜାର ଟପିଲା ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୨୬୭ ପଜିଟିଭ୍ ଚିହ୍ନଟ
  • ||

ବଡ ଧରଣର ଅଗ୍ନିକାଣ୍ଡରୁ ବର୍ତ୍ତିଲା ଓପିଟିସିଏଲ, ହୁତୁ ହୁତୁ ହୋଇ ଜଳିଲା ଗ୍ରୀଡ୍

28/02/2021 at 3:00 PM

ଢେଙ୍କାନାଳ ୨୮।୦୨: ପୁଣି ଏକ ବଡ ଧରଣର ଅଗ୍ନିକାଣ୍ଡରୁ ବର୍ତ୍ତିଲା ଓପିଟିସିଏଲ । ଢେଙ୍କାନାଳ ଜିଲ୍ଲା କଣ୍ଟା ବଣିଆ ସ୍ଥିତ ଓଡିଶା ପାୱାର ଟ୍ରାନ୍ସ ମିଶନ କର୍ପୋରେସନ ଲିମିଟେଡ଼ରେ ରବିବାର ଅଗ୍ନିକାଣ୍ଡ ଘଟିଛି। ଏକ କେବୁଲ ଭ୍ରଷ୍ଟ ହୋଇ ସ୍ପାର୍କିଙ୍ଗ ହେବାରୁ ଏକ ଗ୍ରୀଡ଼ରେ  ନିଆଁ ଲାଗି ଯାଇଛି। ହୁତୁ ହୁତୁ ହୋଇ ଗ୍ରୀଡ ଜଳିଯାଇଛି।  

ନିଆଁ ଭୟଙ୍କର ରୂପ ଧାରଣ କରିବା ପୂର୍ବରୁ ସ୍ଥାନୀୟ ଟାଟା ଷ୍ଟିଲ ବିଏସଏଲ କାରଖାନାରୁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ  କରିଛନ୍ତି।  ଗୋଟିଏ ଗ୍ରୀଡରୁ ନିଆଁ ଅନ୍ୟଆଡେ ବ୍ୟାପି ପାରି ନାହିଁ। ଫଳରେ ପୁଣି ଏକ ବଡ଼ ଧରଣର ଅଗ୍ନିକାଣ୍ଡରୁ ଓପିଟିସିଏଲ ବର୍ତ୍ତି ଯାଇଛି।

ସୂଚନା ଅନୁଯାୟୀ,  ଗତ ରବିବାର ଦିନ ଏହି ଓପିଟିସିଏଲରେ ସର୍ଟ ସର୍କିଟରୁ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ସେତେବେଳେ ନିଆଁକୁ ଆୟତ୍ତ କରିବା ପାଇଁ ସ୍ଥାନୀୟ ଟାଟା ଷ୍ଟିଲ, ଜିଏମ ଆର ଆଦି କାରଖାନା ସମେତ ୧୦ରୁ ଉର୍ଦ୍ଧ୍ଵ ଦମକଳ ବାହିନୀଙ୍କୁ ଦୀର୍ଘ ୬ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡିଥିଲା । ଏପରିକି ପ୍ରାୟ ପାଞ୍ଚ କୋଟିରୁ ଉର୍ଦ୍ଧ୍ଵ ମୂଲ୍ୟର ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଥିଲା । 

   Related Posts