Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ବ୍ୟବସାୟୀ ସଂଘର ନିଷ୍ପତ୍ତି: ଜିଲ୍ଲାର ପ୍ରମୁଖ ସହରଗୁଡିକ ସପ୍ତାହକ ପର୍ଯ୍ୟନ୍ତ ସଟଡାଉନ୍‌

25/09/2020 at 7:03 PM

ଝାରସୁଗୁଡା୨୫/୯: ଝାରସୁଗୁଡା ସହର ସମେତ ଜିଲ୍ଲାର ପ୍ରମୁଖ ସହର ବ୍ରଜରାଜନଗର ଓ ବେଲପାହଦକୁ ଆସନ୍ତାକାଲି ଠାରୁ ସପ୍ତାହକ ପର୍ଯ୍ୟନ୍ତ ସଟଡାଉନ୍ କରାଯିବ। ବ୍ୟବସାୟୀ ସଂଘ ଏଭଳି ନିଷ୍ପତ୍ତି ନେଇଛି। ଝାରସୁଗୁଡା ଜିଲ୍ଲାରେ ଗତ ଦୁଇ ସପ୍ତାହ ହେଲା ପ୍ରତିଦିନ ଶତାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଜଣେ ପୋଲିସ ଅଧିକାରୀଙ୍କ ସହ ଆଜି ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ କୈଳାସ ମୁନ୍ଦଡାଙ୍କ ଦେହାନ୍ତ ହୋଇଯାଇଛି। ବର୍ତ୍ତମାନ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ଛୁଇଁଥିବା ବେଳେ ଆଗକୁ ଏହି ସଂଖ୍ୟା ଆହୁରି ବଢିବା ସମ୍ଭାବନା ରହିଛି।

ଏଭଳି ପରିସ୍ଥିତିରେ ନିଜ ପରିବାରକୁ ସୁରକ୍ଷିତ ରଖିବା ସହ ଜିଲ୍ଲାରେ କରୋନା ଚେନ୍ ଭାଙ୍ଗିବାକୁ ଏକ ପ୍ରୟାସ କରି ଚ୍ୟାମ୍ବର ଅଫ୍ କମର୍ସ ପକ୍ଷରୁ ଆସନ୍ତାକାଲି ଠାରୁ ଆସନ୍ତା ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସାତଦିନ ପାଇଁ ସମସ୍ତ ଦୋକାନ ବଜାର ବନ୍ଦ ରଖିବା ସହ ଜିଲ୍ଲାବାସୀ ଅତି ଆବଶ୍ୟକ ନହେଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଜିଲ୍ଲାର ଏହି ସଟ୍ ଡାଉନକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ଦିଆନଯିବା ସତ୍ତ୍ୱେ ଏଭଳି ଏକ ବନ୍ଦର ଆବଶ୍ୟକତା ଅନୁଭବ କରି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ ଅଳ୍ପ କିଛି ଦୋକାନ ଖୋଲିବାକୁ ଅନୁମତି ଦେଇଥିବା କଥା କହିଛି ଚ୍ୟାମ୍ବର ଅଫ୍ କମର୍ସ |

   Related Posts