ଶୀର୍ଷ ସେନା ପଦପଦବୀରେ ବଡ଼ଧରଣର ପରିବର୍ତ୍ତନ , ଦାୟିତ୍ୱ ଗ୍ରହଣ କଲେ ନୂଆ ଅଧିକାରୀ

Published By : Prameya-News7 Bureau | June 01, 2021 IST

ନୂଆଦିଲ୍ଲୀ ୧।୬: ସେନା ପଦପଦବୀରେ ବଡ ଧରଣର ପରିବର୍ତ୍ତନ ହୋଇଛି। ଏଥିରେ ଆଣ୍ଡାମାନ ନିକୋବର କମାଣ୍ଡ ମୁଖ୍ୟଙ୍କ ସମେତ ଇଷ୍ଟର୍ଣ୍ଣ କମାଣ୍ଡ, ନୌସେନା ଉପମୁଖ୍ୟ ଓ ଆସାମ ରାଇଫଲସ୍‌ ଡିଜି ଆଦି  ବଦଳି ଯାଇଛନ୍ତି। ଭାଇସ୍‌ ଆଡମିରାଲ ରବନୀତ ସିଂହଙ୍କୁ ନୌସେନା ଉପମୁଖ୍ୟ ନିଯୁକ୍ତ କରାଯାଇଥିବା ବେଳେ ମଙ୍ଗଳବାର ସେ ତାଙ୍କର ଦାୟିତ୍ୱଗ୍ରହଣ କରିଛନ୍ତି। ସେ ଭାଇସ ଆଡମିରାଲ ଏମ.ଏସ୍.ପାୱାରଙ୍କ ସ୍ଥାନରେ ଅବସ୍ଥାପିତ ହୋଇଛନ୍ତି। ପାୱାର ମେ ୩୧ରେ ତାଙ୍କ ପଦବୀରୁ ଅବସର ଗ୍ରହଣ କରିଛନ୍ତି।

ସେହିପରି ନୌସେନା ଭାଇସ ଆଡମିରାଲ ଦୀନେଶ ତ୍ରିପାଠୀ ପର୍ସନେଲ ହେଡ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଭାଇସ ଆଡମିରାଲ ସନ୍ଦୀପ ନୈଥାନୀ ଚିଫ୍ ଅଫ ମେଟେରିଆଲ ଅବସ୍ଥାପିତ ହୋଇଛନ୍ତି। ଭାଇସ ଆଡମିରାଲ କିରଣ ଦେଶମୁଖ କଣ୍ଟ୍ରୋଲର ୱାରସିପ୍‌ ପ୍ରଡକ୍ସନ ଆକ୍ୟୁଜିସନ ନିଯୁକ୍ତ ହୋଇଛନ୍ତି। ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ କୋଲକାତାସ୍ଥିତ  ଭାରତୀୟ ନୌସେନାର ଗୁରୁତ୍ୱପୂର୍ଣ୍ଣ ଇଷ୍ଟର୍ଣ୍ଣ କମାଣ୍ଡ ଦାୟିତ୍ୱ ନ୍ୟସ୍ତ କରାଯାଇଛି।

ସେହିପରି ଲେଫ୍ଟନାଣ୍ଟ ଜେନେରାଲ ଅଜୟ ସିଂହ ଆଣ୍ଡାମାନ ନିକୋବରର କମାଣ୍ଡର ଇନ ଚିଫ୍ ନିଯୁକ୍ତ ହୋଇଛନ୍ତି। ସେପଟେ ଲେଫ୍ଟନାଣ୍ଟ ଜେନେରାଲ ପ୍ରଦୀପ ଚନ୍ଦ୍ର ନାୟର ଆସାମ ରାଇଫଲସ୍‌ର ମହାନିର୍ଦ୍ଦେଶକ ନିଯୁକ୍ତ ହୋଇଥିବା ବେଳେ ସେ ତାଙ୍କର ନୂଆ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆସାମ ରାଇଫଲରେ ଏକଦା କମ୍ପାନୀ କମାଣ୍ଡର ନିଯୁକ୍ତ ନାୟର ପରେ ଆଇଜି ପଦବୀ ପର୍ଯ୍ୟନ୍ତ ଉନ୍ନିତ ହୋଇଥିଲେ। ପୂର୍ବୋତ୍ତର କ୍ଷେତ୍ରରେ ତାଙ୍କର ଦୀର୍ଘ ଅଭିଜ୍ଞତା ରହିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.