Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

କରୋନା କାଳରେ ପବ୍ଲିକ ଟ୍ରାନ୍ସପୋର୍ଟରେ ବଡ ପରିବର୍ତ୍ତନ ପାଇଁ ଯୋଜନା, ସାମାଜିକ ଦୂରତା ଜରୁରୀ

13/06/2020 at 9:29 AM

ନୂଆଦିଲ୍ଲୀ ୧୩।୦୬: କରୋନା ମହାମାରୀରୁ ଦେଶବାସୀଙ୍କୁ ରକ୍ଷା କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏପରିକି କରୋନା ଯେପରି ଗୋଷ୍ଠୀ ସଂକ୍ରମଣ ଦିଗରେ ଅଗ୍ରସର ନେହବ , ସେଥିପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । କିନ୍ତୁ ସାଧାରଣ ଲୋକଙ୍କ ପାଇଁ ଦୈନଦିନ ଜୀବନରେ ଯାତ୍ରା କରିବା ପାଇଁ ବିଭିନ୍ନ ପ୍ରକାରର ଯାତାୟତ ମାଧ୍ୟମରେ ଛାଡ୍‌ କରାଯାଇଛି । ଏବଂ ଆଗକୁ ମଧ୍ୟ ଧୀରେ ଧୀରେ ଏହା ଆହୁରୀ କୋହଳ କରାଯିବ । କିନ୍ତୁ ଏହି କୋହଳ ସମୟରେ କେତେକ ନିୟମ ମାନିବାକୁ ମଧ୍ୟ ପଡିବ । କରୋନା ମହାମାରୀ ସମୟରେ ଦେଶର ସହରୀ କ୍ଷେତ୍ରରେ ପରିବହନ ଚାଲୁରଖିବା  ଓ ନୂତନ ବିକଳ୍ପ  ନେଇ କେନ୍ଦ୍ର ସରକାର ରାଜ୍ୟ , ସହର ଓ ମେଟ୍ରୋ କମ୍ପାନୀଙ୍କ ପାଇଁ ନୂଆ ପରାମର୍ଶ ଜାରି କରିଛନ୍ତି । ଏହାମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ଯାନ ବଦଳରେ ଅଣ ମୋଟର ଚାଳିତ ପରିବହନ (NMT) କୁ ଉତ୍ସାହିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଗୃହ ଓ ନଗର ମନ୍ତ୍ରଣାଳୟର ସଚିବ ଦୁର୍ଗାଶଙ୍କର ମିଶ୍ର ପରାମର୍ଶରେ ତିନି ପଏଣ୍ଟ ରଣନୀତିର ପରାମର୍ଶ ଦେଇଛନ୍ତି। ଏହା ତିନୋଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ । ସଂକ୍ଷେପରେ (ଛଅ ମାସ ମଧ୍ୟରେ), ମଧ୍ୟମ ଅବଧି (ଗୋଟିଏ ବର୍ଷ ମଧ୍ୟରେ) ଏବଂ ଦୀର୍ଘକାଳୀନ (୧ ରୁ ୩ ବର୍ଷ) ଗ୍ରହଣ କରାଯାଇପାରିବ ।

ପାଞ୍ଚ କିଲୋମିଟର ଭିତର NMT-

ପରାମର୍ଶ ଅନୁଯାୟୀ, ଅଧିକାଂଶ ସହରୀ ଯାତ୍ରା ପାଞ୍ଚ କିଲୋମିଟର ଭିତରେ ହେଉଛି ।  ତେଣୁ କୋଭିଡ-୧୯ରେ ଅଣ-ମୋଟର ଚାଳିତ ଯାନଗୁଡିକ ଏହି ସଙ୍କଟ ସମୟରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଉପଯୁକ୍ତ ସୁଯୋଗ ରହିଛି  । କୌଣସି ଇଞ୍ଜିନ ନଥିବା ସାଇକେଲ, ପଥଚାରୀ ଏବଂ ଅନ୍ୟାନ୍ୟ ଯାନକୁ ପୁନଃଉତ୍ପାଦନ କରାଯିବା ଉଚିତ୍ ।

ମେଟ୍ରୋ ରେଳରେ ଯାତ୍ରା ୨୫ ରୁ ୫୦ ପ୍ରତିଶତ କ୍ଷମତା ବ୍ୟବହାର –

ଦେଶର ୧୮ଟି ପ୍ରମୁଖ ସହରରେ ପ୍ରାୟ ୭୦୦ କିଲୋମିଟର ମେଟ୍ରୋ ଏବଂ ୧୧ ଟି ସହରରେ ୪୫୦ କିଲୋମିଟର BRT ନେଟୱାର୍କ ରହିଛି । ଯାହା ଦୈନିକ ୧୦ ନିୟୁତ ଯାତ୍ରୀଙ୍କୁ ନେଇ ଯାତାୟାତକୁ ସହଜ କରିଥାଏ । କିନ୍ତୁ ସାମାଜିକ ଦୂରତା ହେତୁ ମେଟ୍ରୋରେ କେବଳ ୨୫ ରୁ ୫୦ ପ୍ରତିଶତ କ୍ଷମତା ବ୍ୟବହାର କରାଯିବ ।

ସର୍ବସାଧାରଣରେ ପରିବହନ ବ୍ୟବହାରକାରୀଙ୍କ ସଂଖ୍ୟାରେ ହ୍ରାସ ପାଇଛି –

ସରକାର କହିଛନ୍ତି ଯେ ମେଟ୍ରୋ, ବସ୍ ଭଳି ସାଧାରଣ ପରିବହନ ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ୯୦ ପ୍ରତିଶତ ହ୍ରାସ ପାଇଛି। ଏହାକୁ ପୁରୁଣା ସ୍ତରକୁ ଆଣିବା ଏକ ବଡ ଆହ୍ୱାନ । ଆଗାମୀ ଦିନରେ ଏହି ସ୍ଥିତିକୁ ଫେରାଇ ଆଣିବାକୁ ପଡିବ ।

ସାମାଜିକ ଦୂରତା ଗୁରୁତ୍ୱପୂର୍ଣ୍ଣ –

ମେଟ୍ରୋ ଏବଂ ବିଆରଟି ପରି ପରିବହନକୁ ଗୁରୁତ୍ୱ ଦେଉଥିବା ଜନସାଧାରଣ ପାଇଁ ସାର୍ବଜନୀନ ଯାତ୍ରୀସେବା ଆରମ୍ଭ କରିବାକୁ ପଡିବ । ସ୍ୱଳ୍ପ ଏବଂ ମଧ୍ୟମ ଆୟ ଗୋଷ୍ଠୀ ଯାତ୍ରୀମାନଙ୍କ ଦୈନିକ ଯାତାୟାତ ପାଇଁ ଏଗୁଡ଼ିକ ହେଉଛି ମୁଖ୍ୟ ସହାୟତା । ତେଣୁ ପରିମଳ ଏବଂ ସାମାଜିକ ଦୂରତ୍ୱାର ପଦକ୍ଷେପ ଅନୁସରଣ କରି ସାଧାରଣ ପରିବହନରୁ ସଂକ୍ରମଣର ପ୍ରସାରକୁ ରୋକିବା ଉଚିତ୍ । ଏଥିପାଇଁ ଯାତ୍ରାମାନଙ୍କୁ ଯାତ୍ରା କରିବା ସମୟରେ ସାମାଜିକ ଦୂରତା ରଖିବା ମଧ୍ୟ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ।

   Related Posts