ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ: ନୟାଗଡରୁ ବିଦାହେଲେ ପ୍ରତ୍ୟୁଷ ଦିବାକର, ଆସିଲେ ସିଦ୍ଧାର୍ଥ କାଟାରିୟା

Published By : Prameya-News7 Bureau | December 23, 2020 IST

ଭୁବନେଶ୍ଵର ୨୩।୧୨: ନୟାଗଡର ଯଦୁପୁର ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ତଦନ୍ତ ଜାରି ରହିଥିବା ବେଳେ ବଦଳି  ହୋଇଛନ୍ତି ନୟାଗଡ ଏସପି ପ୍ରତ୍ୟୁଷ ଦିବାକର। ତାଙ୍କୁ ଏଆଇଜି ମୁଖ୍ୟାଳୟ  ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ସିଦ୍ଧାର୍ଥ କାଟାରିୟାଙ୍କୁ ନୟାଗଡର ନୂତନ ଏସପି ଭାବେ ନିଯୁକ୍ତ କରାଯାଇଛି। ପରୀ ହତ୍ୟା ମାମଲାର ତଦନ୍ତ ନେଇ ପ୍ରତ୍ୟୁଷ ଦିବାକର ଅଡୁଆରେ ଥିଲେ। ତାଙ୍କ ତଦନ୍ତ ପ୍ରକ୍ରିୟା ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ଏଥି ସହ ରାଜ୍ୟରେ ଆଇପିଏସ ସ୍ତରରେ ଅଦଳ ବଦଳ କରାଯାଇଛି।

ଅପରପକ୍ଷେ ରାଜ୍ୟ ସରକାର ୧୩ ଜିଲ୍ଲାର ଏସପିକୁ ବଦଳି କରିଛନ୍ତି। ସିଦ୍ଧାର୍ଥ କାଟାରିଆଙ୍କୁ ନୟାଗଡର ଏସପି ଭାବେ ନିଯୁକ୍ତ କରାଯାଇଛି। ସେହିପରି ବି.ଗଙ୍ଗାଧରଙ୍କୁ ସମ୍ବଲପୁର ଏସପି, ଚରଣ ସିଂହ ମୀନାଙ୍କୁ ଭଦ୍ରକ, କେ. ଶିବା ସୁବ୍ରମଣିଙ୍କୁ ଢେଙ୍କାନାଳ, ରାହୁଲ ପିଆରଙ୍କୁ ଯାଜପୁର, ଏମ୍‌. ସନ୍ଦୀପ ସଂପଦଙ୍କୁ  କେନ୍ଦ୍ରାପଡା, ମୁକେଶ ଭାମୁଙ୍କୁ ରାଉରକେଲା, ଶ୍ରବଣା ବିବେକଙ୍କୁ କଳାହାଣ୍ଡି, କୁଶଲକର ନୀତିନ ଡୁଗଡୁଙ୍କୁ ବଲାଙ୍ଗୀର, ବିବେକାନନ୍ଦ ଶର୍ମାଙ୍କୁ ରାୟଗଡା, ବରୁଣ ଗୁଣ୍ଟୁପାଲିଙ୍କୁ କୋରାପୁଟ, ପ୍ରହ୍ଲାଦ ମୀନାଙ୍କୁ ନବରଙ୍ଗପୁର ଓ ବିକାଶ ଦାସଙ୍କୁ ଝାରସୁଗୁଡା ଏସପି ଭାବେ ନିଯୁକ୍ତ କରାଯାଇଛି।

ସମ୍ଵଲପୁର ଆଇଜି ଭାବେ ନରସିଂହ ଭୋଳଙ୍କୁ ନିଯୁକ୍ତ କରାଯାଇଛି। ରାଜେଶ ପଣ୍ଡିତଙ୍କୁ କୋରାପୁଟ ଡିଆଇଜି, ସଫିନ ଅହମ୍ମଦଙ୍କୁ ଡିଆଇଜି ଟେକ୍ନିକାଲ, ସାର୍ଥକ ଷଡଙ୍ଗୀଙ୍କୁ ଅନୁଗୁଳ ଡିଆଇଜି, ଅବିନାଶ କୁମାରଙ୍କୁ ଡିଆଇଜି ଏସଏପି, ନୀତି ଶେଖରଙ୍କୁ ପରିବହନ ବିଭାଗ ଅତିରିକ୍ତ କମିଶନର, ଅଖିଳେଶ୍ଵର ସିଂହଙ୍କୁ ଏସଓଜି କମାଣ୍ଡାଣ୍ଟ, ଏବଂ ସତ୍ୟଜିତ ନାୟକଙ୍କୁ ଏସ୍‌ପି କମ୍ପ୍ୟୁଟର ଭାବେ ନିଯୁକ୍ତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.