କାବୁଲରେ ହୋଇଥିବା ବମ୍ ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ୬୦କୁ ଛୁଇଁଲା, ୧୮୦ ଗୁରୁତର ଆଘାତ

Published By : Prameya-News7 Bureau | August 18, 2019 IST

କାବୁଲ୧୮|୮:  ଆଫଗାନିସ୍ତାନର କାବୁଲରେ ବଡ ଧରଣର ବମ୍ ବିସ୍ଫୋରଣରେ ମୃତକ ସଂଖ୍ୟା ବଢ଼ିଲା। ସୂଚନା ଅନୁସା​ରେ ବର୍ତ୍ତମାନ ସୁଦ୍ଧା ମୃତକ ସଂଖ୍ୟା ୬୦ରେ ପହଞ୍ଚିଥିବା ବେଳେ ୧୮୦ ରୁ ଅଧିକ ଲୋକ ଗୁରୁତର ଆଘାତ ହୋଇଛନ୍ତି।ଏହି ଘଟଣାରେ ଆଫଗାନିସ୍ତାନର ରାଷ୍ଟ୍ରପତି ଆଶ୍ରାଫ ଗାନି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ସୂଚନାନୁସାରେ, ଏକ ବିବାହଘର ଉତ୍ସବରେ ବମ୍‌ ବିସ୍ଫୋରଣ ହୋଇଥିଲା। ଆଫଗାନିସ୍ତାନର ଗୃହ ମନ୍ତ୍ରାଳୟର ପ୍ରବକ୍ତା ନୁସରତ ରହିମୀ କହିଛନ୍ତି ଯେ, ଚିକିତ୍ସା ପାଇଁ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣରେ ମରିଥିବା ବ୍ୟକ୍ତିଙ୍କ ସଂଖ୍ୟା ଠିକ୍‌ ଭାବରେ ଦିଆଯିବ ବୋଲି ସେ କହିଛନ୍ତି।

ବିବାହ ଉତ୍ସବରେ ଏହି ବସ୍ଫୋରଣ ହୋଇଥିଲା। ବିବାହ ଉତ୍ସବରେ ୧ ହଜାରୁ ଅଧିକ ଅତିଥି ଲୋକ ଉପସ୍ଥିତ ଥିଲେ। ଗୃହ ମନ୍ତ୍ରାଳୟର ସୂଚନା, ଅନୁସାରେ ଶନିବାର ରାତି ପ୍ରାୟ ୧୦.୪୦ ରେ ବିସ୍ଫୋରଣ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଘଟଣା ସତ୍ୟସତ ସାମ୍ନାକୁ ଆସି ନାହିଁ। କିଏ ଓ କାହିଁକି ଏହିଭଳି କଲା ତାର ମଧ୍ୟ ସଠିକ୍ ଖବର ମିଳି ପାରିନାହିଁ। ବମ୍ ବିସ୍ଫୋରଣ ଯେଉଁ ସ୍ଥାନରେ ହୋଇଥିଲା ସେହି ସ୍ଥାନରେ ଅଧିକ ସଂଖ୍ୟକ ଶିୟା ହଜାରା କମ୍ୟୁନିଟିର ଲୋକ ବାସ କରୁଥିଲେ। ବିବାହ ଉତ୍ସବ ପାଇଁ ତିଆରି ହୋଇଥିବା ଷ୍ଟେଜ୍ ପାଖର ଏହି ବମ୍‌ ବିସ୍ପୋରଣ ହୋଇଥିଲା।

ସୂଚନାଯୋଗ୍ୟ ଯେ, ଅଗଷ୍ଟ ୮ ତାରିଖରେ ମଧ୍ୟ ଆଫଗାନିସ୍ତାରେ ଏକ ବଡ ଧରଣର ବମ୍‌ ବିସ୍ପୋରଣ ହୋଇଥିଲା। ଏହି ବମ୍‌ ବିସ୍ଫୋରଣରେ ମଧ୍ୟ କିଛି ଛୋଟ ପିଲା ପ୍ରାଣ ହରାଇଥିଲେ। ଏଥିରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪୫ ଜଣ ଲୋକ ଗୁରୁତର ଆଘାତ ହୋଇଥିଲେ। ଆସନ୍ତା ସେପ୍ଟମ୍ବର ୨୮ ତାରିଖ​‌ରେ ଆଫଗାନିସ୍ତାନରେ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନକୁ ଆଖି ଆଗରେ ରଖି ଏହିଭଳି କରାଯାଇଥାଏ ପାରେ ବୋଲି ଅନୁମାନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.