Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରାର୍ଥୀ ତାଲିକା ଘୋଷଣା କଲେ ମମତା ବାନାର୍ଜୀ : ନନ୍ଦିଗ୍ରାମରୁ ଲଢିବେ ଦିଦି, ମୁସଲିମ ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ
  • ||
  • ଆଠଗଡ : କାଜୁ ବଗିଚାରୁ ଅଜଣା ମହିଳାଙ୍କ ମୃତଦେହ ଠାବ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭଦ୍ରକ : ସେବା ସମବାୟ ସମିତିରେ ଧାନ କିଣାକୁ ନେଇ ବ୍ୟାପକ ଜାଲିଆତି, ଡାଟା ଏଣ୍ଟ୍ରି ଅପରେଟର ଓ ସମ୍ପାଦକ ନିଲମ୍ବିତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୧ କୋଭିଡ୍ ପଜିଟିଭ୍, ୩୩୭୬୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେବଗଡ : ଅଭିଯୋଗକାରିଣୀଙ୍କୁ ଲାଞ୍ଚ ମାଗି ନିଲମ୍ବିତ ହେଲେ ଏଏସଆଇ
  • ||
  • ନୀଳଗିରି : ମହିଳା ସମିତି ସଭ୍ୟାଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାଁରେ ମାମଲା ରୁଜୁ
  • ||
  • ବିନିକା : ସହିପାରିଲେନି ବାପଘରୁ ବିଦା ହେବାର ଦୁଃଖ, କାନ୍ଦି କାନ୍ଦି ଚାଲିଗଲା ନବବଧୂଙ୍କ ଜୀବନ
  • ||
  • ଆଠଗଡ : ବାଇକ୍‌କୁ ଧକ୍କା ଦେଲା ‘ନିଶା’ : ଆରୋହୀ ମୃତ, ବସ୍ ଡ୍ରାଇଭର ଫେରାର
  • ||
  • ବଲାଙ୍ଗିର : ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ବେଡ୍‌ସିଟ୍ ଗୁଡାଇ ଛାତ ଉପରୁ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ବାରଙ୍ଗ : ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ସିନ୍ ରିକ୍ରିଏସନ୍ କଲା ସିବିଆଇ ଟିମ୍, ବିବନ ବଖାଣିଲା ୨୨ବର୍ଷ ତଳର ଲୋମଟାଙ୍କୁରା ଘଟଣା
  • ||

ଆଗ୍ରା ବାଣ ଗୋଦାମରେ ବିସ୍ଫୋରଣ, ୩ ମୃତ, ୬ରୁ ଅଧିକ ଆହତ

18/10/2020 at 4:45 PM

ଆଗ୍ରା ୧୮।୧୦: ଶାହଗଞ୍ଜ ଥାନା ଅନ୍ତର୍ଗତ ଆଜମପଡ଼ାରେ ଥିବା ଏକ ବାଣ ଗୋଦାମରେ ରବିବାର ବିସ୍ଫୋରଣ ହୋଇଛି। ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ବିସ୍ଫୋରଣରେ ମୃତାହତଙ୍କୁ ଉଦ୍ଧାର କରାଯିବା ପରେ ନିକଟସ୍ଥ ସରକାରୀ ହସ୍ପିଟାଲକୁ ପଠାଯାଇଛି।

ଆଗାମୀ ଦିପାବଳୀ ଲାଗି ପଡାରେ ଥିବା ଗୋଦାମରେ ବାଣ ମହଜୂଦ  ରଖାଯାଇଥିଲା। ତେବେ କେଉଁଭଳି ପରିସ୍ଥିତିରେ ଗୋଦାମରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇପାରିନି। ମୃତକଙ୍କ ଚିହ୍ନଟ କରାଯାଇପାରି ନାହିଁ। ଘଟଣାସ୍ଥଳରେ ଉଚ୍ଚ ପୋଲିସ ଅଧିକାରୀଙ୍କ ଟିମ୍ ପହଞ୍ଚିଛି।   ବିସ୍ଫୋରଣରେ ଗୋଦାମ ଘରଟି  ସମ୍ପୂର୍ଣ୍ଣ ଭୂଷୁଡି ପଡିଛି। ଏଣୁ ଅଞ୍ଚଳ ସଫା ହେବା ପରେ ମୃତାହତଙ୍କ ସଂଖ୍ୟା ସ୍ପଷ୍ଟ ହେବ ବୋଲି ଅଧିକାରୀ କହିଛନ୍ତି।

ସ୍ଥାନୀୟ ଲୋକଙ୍କ ଅନୁସାରେ ଏହି ଘରଟିକୁ ବ୍ୟବସାୟୀ ଚମନ ମନସୁରି ତାଙ୍କ ଗୋଦାମ ଭାବେ ବ୍ୟବହାର କରନ୍ତି। ତେବେ ଏହାକୁ ସେ ବାଣ ଗୋଦାମ କରିବା ଲାଗି ଅନୁମତି ଆଣିଥିଲେ କି ନା ତାହା ସ୍ପଷ୍ଟ ହୋଇନାହିଁ। ଘଟଣା ପରେ ଚମନ୍‌ ଫେରାର ହୋଇଯାଇଛନ୍ତି। ଗୋଦାମ ଘରଟି ଜନବସତୀ ଅଞ୍ଚଳରେ ଥିଲା। ନିକଟରେ ସନଫ୍ଲାୱାର ସ୍କୁଲ ଥିବା ବେଳେ ପୃଥିବୀନାଥ ପୋଲିସ ଫାଣ୍ଡି ମଧ୍ୟ ରହିଛି। ତେବେ ପୋଲିସ ଅଜଣାତରେ କିପରି ଏଠାରେ ବାଣ ମହଜୁଦ କରାଯାଇଥିବା ସେ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

   Related Posts