Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଅମରାବତୀରେ ବଡ଼ ଦୁର୍ଘଟଣା, ଓ୍ବାର୍ଦ୍ଧା ନଦୀରେ ଡଙ୍ଗା ଓଲଟି ଗୋଟିଏ ପରିବାରର ୧୧ ମୃତ

14/09/2021 at 3:58 PM

ଅମରାବତୀ ୧୪/୦୯: ମହାରାଷ୍ଟ୍ରର ଅମରାବତୀରେ ଏକ ବଡ଼ ଦୁର୍ଘଟଣା ନେଇ ଖବର ଆସିଛି। ସେଠାକାର ଓ୍ବାର୍ଦ୍ଧା ନଦୀରେ ଡଙ୍ଗା ଓଲଟିବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ୩ ଜଣଙ୍କ ଶବ ଉଦ୍ଧାର କରାଯାଇଥିବା ବେଳେ ୮ ମୃତଦେହର ସନ୍ଧାନ ଜାରି ରହିଛି । ଅମରାବତୀର ଗୋଲାଗାଁ ଅଞ୍ଚଳରେ ଘଟିଥିବା ଦୁର୍ଘଟଣା ପରେ ପୋଲିସ ପହଞ୍ଚିବା ସହ ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ଜଣାପଡ଼ିଛି।

ଡଙ୍ଗାରେ ବସି ଗୋଟିଏ ପରିବାରର ସଦସ୍ୟ ବୁଲିବାକୁ ଯାଉଥିବା ବେଳେ ଡଙ୍ଗାଟି ନିୟନ୍ତ୍ରଣ ହରାଇ ଓଲଟିପଡ଼ିଥିଲା। କିନ୍ତୁ ଏବେ ଯାଏଁ ଶବ ଚିହ୍ନଟ କରାଯାଇନାହିଁ। ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ସ୍ଥାନୀୟ ବିଧାୟକ ଦେବେନ୍ଦ୍ର ସେଠାରେ ପହଞ୍ଚିଛନ୍ତି। ଏହା ସହ ଉଦ୍ଧାର କାର୍ଯ୍ୟର ସେ ସମୀକ୍ଷା କରିଛନ୍ତି।

ଏହା ପୂର୍ବରୁ ଗତ ସପ୍ତାହରେ ଆସାମରେ ବଡ଼ ଦୁର୍ଘଟଣା ଘଟିଥିଲା। ଜୋରହାଟ ନଦୀରେ ଦୁଇ ଡଙ୍ଗା ମୁହାଁମୁହିଁ ଧକ୍କା ହୋଇଥିଲା। ଏହା ପରେ ଡଙ୍ଗା ଓଲଟିପଡ଼ିଥିଲା। ସେଥିରେ ଥିବା ୮୦ରୁ ଅଧିକ ଯାତ୍ରୀ ବୁଡ଼ିଯାଇଥିଲେ। ଅନେକ ଲୋକଙ୍କୁ ସୁରକ୍ଷତି ଉଦ୍ଧାର କରାଯାଇଥିଲା ଏବଂ କିଛି ଲୋକେ ନିଜେ ପହଁରି କୂଳରେ ପହଞ୍ଚିଥିଲେ। ଦୁର୍ଘଟଣାରେ ଜଣେ ମହିଳାଙ୍କ ଜୀବନ ଯାଇଥିଲା। ଏହା ସହ ଅନ୍ୟ କିଛି ଯାତ୍ରୀ ନିଖୋଜ ହୋଇଯାଇଥିଲେ ।  

   Related Posts