ଘରେ ଛାଡିଦେବା ବାହାନାରେ ମହିଳାଙ୍କୁ ଅପହରଣ , ମାଡ ମାରିବା ସହ ଦୁଷ୍କର୍ମ !

Published By : Prameya-News7 Bureau | February 24, 2020 IST

ଆନନ୍ଦପୁର ୨୪।୦୨:  କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଶାଳପଡା ବସଷ୍ଟପ ନିକଟରୁ ଜଣେ ମହିଳାଙ୍କୁ ଅପହରଣ ଅଭିଯୋଗ । ଅପହରଣ ପରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ । ପୋଲିସ ଘଟଣାର ତଦନ୍ତ କରି ୫ଜଣଙ୍କୁ ଅଟକ ରଖିଛି ।

 ସୂଚନାଯୋଗ୍ୟ ଯେ, ସମ୍ପୃକ୍ତ ମହିଳା ଯାଜପୁର ଅଞ୍ଚଳର ହୋଇଥିବା ବେଳେ ଆନନ୍ଦପୁରକୁ ଜଣେ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ । ତେବେ ସେ ଫେରିବା ସମୟରେ ଶାଳପଡା ବସଷ୍ଟପରେ ବସକୁ ଅପେକ୍ଷା କରିଥିବା ବେଳେ ଘରେ ଛାଡ଼ିଦେବାକୁ କହି ୫ ଜଣ ଯୁବକ ତାଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି  । ତାଙ୍କୁ ସେଠାରୁ ଶାଳପଡା ଜଳସମ୍ପଦ ବିଭାଗର ଏକ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ କ୍ୱାର୍ଟରକୁ ନେଇ ଯାଇଥିଲେ । ସେଠାରେ ମହିଳାଙ୍କୁ ମାଡ଼ମାରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିବା ଥାନାରେ ଅଭିଯୋଗ ହୋଇଛି । କୌଣସି ଉପାୟରେ ପୋଲିସ ଖବର ପାଇଥିଲା । ଏବଂ  ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିବା ସହ କ୍ୱାର୍ଟରରୁ ସମ୍ପୃକ୍ତ ୫ ଯୁବକଙ୍କୁ ଆଣି ଥାନାରେ ଅଟକ ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.