Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଫ୍ଟ ମାଗି ଯାଉଥିଲେ ଘରକୁ, ଦୁର୍ଘଟଣାରେ ମା’ପୁଅ ସମେତ ୪ ଜଣଙ୍କ ମୃତ୍ୟୁ
  • ||
  • ଦେଶରେ ତଳମୁହାଁ କରୋନା ଗ୍ରାଫ୍: ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି ସଂକ୍ରମଣ
  • ||
  • ସ୍କୁଲ ଫି’ ଛାଡ଼ ମାମଲା: ସପ୍ତାହେ ଭିତରେ ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ଦୁର୍ବଳ ହେଉଛି ଭାରତୀୟ ଆଖି
  • ||
  • ପୁରୀ : ସ୍ବର୍ଗଦ୍ବାରରୁ ହଟିଲା କଟକଣା, ଏଣିକି ଅନ୍ୟ ଜିଲ୍ଲାର ଶବ ହେବ ସତ୍କାର
  • ||
  • ଲଦାଖ: ଡେମଚୋକ୍‌ରେ ଭାରତୀୟ ସେନା ହାତରେ ଧରାପଡିଲେ ଚୀନ ସୈନିକ, ମିଳିଛି ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ
  • ||
  • ଘରୋଇ କର୍ମଚାରୀଙ୍କ ପାଇଁ ବଡ ଖବର : ଦୀପାବଳି ପୂର୍ବରୁ ନୂଆ ପ୍ୟାକେଜ୍ ଘୋଷଣା କରିପାରନ୍ତି ସରକାର
  • ||
  • ଲୋକ ଭବନ ସମ୍ମୁଖରେ ଦୁଇ ଶିଶୁ ସହ ପତି-ପତ୍ନୀଙ୍କ ଆତ୍ମଦାହ ଉଦ୍ୟମ, ଉଦ୍ଧାର କଲା ପୋଲିସ
  • ||
  • ପୁଅ ଆସି ପଡୋଶୀଙ୍କୁ କହିଲା-ବାପା ଉଠୁନାହାନ୍ତି, ଦେଖିଲା ବେଳକୁ ଘରେ ପଡିଥିଲା ଦୁଇଟି ମୃତଦେହ
  • ||
  • ଗେହଲଟ୍ ସରକାରଙ୍କ ନିଷ୍ପତ୍ତି: ୧୩ ଅନ୍ତରାଷ୍ଟ୍ରୀୟ ଖେଳାଳିଙ୍କୁ ୨୫-୨୫ ଏକର ଜମି ଆବଣ୍ଟନ କରିବାକୁ ଘୋଷଣା
  • ||

ବର୍ଷକ ପରେ ଖୋଲାଗଲା ମା’ ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଡି, କଡା ସୁରକ୍ଷାରେ ଗଣତି

7/10/2020 at 6:19 PM

ରାୟଗଡା ୭।୧୦: ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀ ମନ୍ଦିର ହୁଣ୍ଡି ଆଜି ଖୋଲାଯାଇଛି । କରୋନା କଟକଣା ଭିତରେ ଦୀର୍ଘ ଏକ ବର୍ଷ ବ୍ୟବଧାନରେ ଏହି ହୁଣ୍ଡି ଖୋଲାଯାଇଛି । ହୁଣ୍ଡି ଖୋଲାଯିବା ପରେ କଡା ସୁରକ୍ଷା ମଧ୍ୟରେ ଗଣତି ଅନୁଷ୍ଠିତ ହୋଇଛି ।

ଶ୍ରଦ୍ଧାଳୁଙ୍କ ଦାନ ଟଙ୍କା ସମେତ ସୁନା ଓ ରୂପା କେତେ ପରିମାଣରେ ବାହାରିବ ତାହା ଗଣତି ଶେଷ ପରେ ସ୍ପଷ୍ଟ ହେବ । ପ୍ରାୟ ୫୦ ଜଣ ମହିଳା ସମେତ ଯୁବକ ଓ ଯୁବତୀ ସ୍ବେଚ୍ଛାକୃତ ଭାବେ ଏହି ଗଣତି କାର୍ଯ୍ୟରେ ସାମିଲ ଅଛନ୍ତି ।

ଆଜିର ଗଣତି ଟଙ୍କା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ଜମା କରାଯିବ । ସେହିଭଳି ସୁନା ଓ ରୂପା ସ୍ଥାନୀୟ ଟ୍ରେଜରିରେ ଗଚ୍ଛିତ ରଖାଯିବ ବୋଲି ମନ୍ଦିର ପରିଚାଳନା କମିଟି ତରଫରୁ ସୂଚନା ମିଳିଛି । ଏଥିପୂର୍ବରୁ ଗତ ସେପ୍ଟେମ୍ବର ମାସରେ ହୁଣ୍ଡି ଖୋଲାଯାଇଥିଲା । ସେହି ସମୟରେ ୫୪ ଲକ୍ଷ ୫୧ ହଜାର ଟଙ୍କା ସମେତ ୪୫ ଗ୍ରାମ ସୁନା ଓ ୧୮୭୦ ଗ୍ରାମ ରୂପା ବାହାରିଥିଲା । ଗତ ମାର୍ଚ୍ଚ ମାସରେ ଖୋଲିବାର ଯୋଜନା ହୋଇଥିଲା । ହେଲେ କୋଭିଡ କଟକଣା ଜାରି ହେବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା । ଚଳିତ ଥର ହୁଣ୍ଡି ପ୍ରାୟ ୫୦ ଲକ୍ଷ ଟଙ୍କା ବାହାରିବା ବୋଲି ଅନୁମାନ କରାଯାଉଛି ।

   Related Posts