ମଝି ରାସ୍ତାରେ ହଠାତ ହୁତୁ ହୁତୁ ହୋଇ ଜଳିଗଲା ଅଟୋ

Published By : Prameya-News7 Bureau | October 24, 2021 IST

ଭଦ୍ରକ ୨୪/୧୦: ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଗଲା ଅଟୋ । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା  ଧାମନଗର ଥାନା ଅଞ୍ଚଳରେ ।  ଭଦ୍ରକରୁ ଧାମନଗରକୁ ସଂଯୋଗ କରୁଥିବା  ରାସ୍ତାର ଚୁଡାକୁଟି ନିକଟରେ ମାଲବାହୀ ଅଟୋରେ ହଠାତ ନିଆଁ ଲାଗିଯାଇଥିଲା ।

ଅଗ୍ନିକାଣ୍ଡ ରୁ ଅଳ୍ପକେ ଡ୍ରାଇଭର ରକ୍ଷା ପାଇଯାଇଛନ୍ତି । ସୂଚନା ଅନୁଯାୟୀ ମାଲବାହୀ ଅଟୋଟି ତେଲ ନେଇ ଧାମନଗର ଅଭିମୁଖେ ଯାଉଥିବା ବେଳେ ଅଗ୍ନିକାଣ୍ଡ ଘଟିଥିଲା । ସ୍ଥାନୀୟ ଲୋକ ଦେଖି ଅଗ୍ନିଶମବାହିନୀକୁ ଖବର ଦେଇଥିଲେ ।

{"id":532628,"width":693,"height":381,"sizeSlug":"full","linkDestination":"none"}

ଘଟଣାସ୍ଥଳରେ ଧାମନଗର ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ କେଉଁ କାରଣରୁ ଗାଡ଼ିରେ ଅଗ୍ନିକାଣ୍ଡ ଘଟିଥିଲା ତାହା ସ୍ପଷ୍ଟ ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.