ନ୍ୟୁଜିଲ୍ୟାଣ୍ଡ ମସଜିଦରେ ଗୁଳିକାଣ୍ଡ ଘଟଣା : କୋର୍ଟରେ ହାଜର ହେଲା ମୁଖ୍ୟ ସନ୍ଦିଗ୍ଧ ବ୍ରେଣ୍ଟନ୍ ଟାରାଣ୍ଟ୍

Published By : Prameya-News7 Bureau | March 16, 2019 IST

କ୍ରାଏଷ୍ଟଚର୍ଚ୍ଚ ୧୬|୩ : ନ୍ୟୁଜିଲ୍ୟାଣ୍ଡର ଦୁଇଟି ମସଜିଦ୍ ଗୁଳିକାଣ୍ଡର ମୁଖ୍ୟ ସନ୍ଦିଗ୍ଧ ୨୮ ବର୍ଷିୟ ଅଷ୍ଟ୍ରେଲୀୟ ନାଗରିକ ବ୍ରେଣ୍ଟନ୍ ଟାରାଣ୍ଟ୍  କୁ କ୍ରାଏଷ୍ଟଚର୍ଚ୍ଚ କୋର୍ଟରେ ହାଜର କରାଯାଇଛି । ବ୍ରେଣ୍ଟନ୍ କୁ ରିମାଣ୍ଡରେ ନେଇ ପୋଲିସ ତନାଘନା କରୁଛି । ସନ୍ଦିଗ୍ଧକୁ ଏପ୍ରିଲ୍  ୫ ତାରିଖରେ ସାଉଥ୍  ଆଇଲାଣ୍ଡ୍  ହାଇକୋର୍ଟରେ ହାଜର କରାଯିବ । ତା ବିରୋଧରେ କଠୋର ଚାର୍ଜ ଲାଗୁ କରାଯିବ ବୋଲି ପୋଲିସ କହିଛି। ଆଉ ଦୁଇଜଣ ସନ୍ଦିଗ୍ଧଙ୍କୁ ମଧ୍ୟ ହାଜତରେ ରଖାଯାଇଥିବା ପୋଲିସ କହିଛି।

ନ୍ୟୁଜିଲାଣ୍ଡର ଦୁଇଟି ମସଜିଦରେ ସଙ୍ଗଠିତ ଗୁଳିକାଣ୍ଡ ଘଟଣାରେ ୪୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଆହତ ହୋଇଥିଲେ ।  ଏହି ଗୁଳିକାଣ୍ଡ ପରେ ପ୍ରଧାନମନ୍ତ୍ରୀ ଦେଶର ବନ୍ଧୁକ ଆଇନ ସଂକ୍ରାନ୍ତରେ ସଂସ୍କାର ଆଣିବାକୁ ପ୍ରତିଜ୍ଞା କରିଛନ୍ତି। ଏହି ଘଟଣାକୁ ଭାରତ ସମେତ ବିଶ୍ବର ସମସ୍ତ ପ୍ରମୁଖ ରାଷ୍ଟ୍ର ଏହାର ଦୃଢ ନିନ୍ଦା କରିଛନ୍ତି। ଏହି ଘଟଣାରେ ୯ ଜଣ ଭାରତୀୟ ନିଖୋଜ ଅଛନ୍ତି ଏବଂ ସେମାନଙ୍କ ପତ୍ତା ମିଳୁନାହିଁ। ନିଖୋଜ ୯ ଜଣଙ୍କ ମଧ୍ୟରୁ ୫ ଜଣ ତେଲେଙ୍ଗାନା ଏବଂ ଗୁଜରାଟର ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.