Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

କୋହଲି ଫ୍ଲପ୍, ବୁମ୍‌ରାହ ପ୍ରଭାବହୀନ, କାମ କଲାନି ଜାଡେଜାଙ୍କ ମ୍ୟାଜିକ୍ : ଏହି ସବୁ କାରଣରୁ ହାରିଲା ଭାରତ

24/06/2021 at 7:52 AM

ନୂଆଦିଲ୍ଲୀ, ୨୪|୦୬:  ନ୍ୟୁଜିଲାଣ୍ଡ ଟେଷ୍ଟ୍ କ୍ରିକେଟର ପ୍ରଥମ ବିଶ୍ୱ ଚାମ୍ପିଅନ ହୋଇଛି । ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଭାରତକୁ ୮ ଓ୍ୱିକେଟରେ ପରାସ୍ତ କରି ଟାଇଟଲ୍ ଜିଣିଛି । ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଗତ ୨ ବର୍ଷ ହେଲା ଚାମ୍ପିଅନ ଭଳି ଖେଳୁଥିବା ଭାରତ ଟାଇଟଲ୍ ମୁକାବିଲାରେ ଫ୍ଲପ୍ ହୋଇଛି । ଦଳ କଣ ପାଇଁ ପରାଜୟବରଣ କଲା ଆସନ୍ତୁ ନଜର ପକାଇବା ।

ଦ୍ୱିତୀୟ ପାଳିରେ ଓପନର ଫେଲ୍

ମହାମୁକାବିଲାରେ ପ୍ରଥମ ପାଳିରେ ଭାରତୀୟ ଓପନର ଭଲ ଆରମ୍ଭ କରିଥିଲେ । ରୋହିତ ଶର୍ମା ଓ ଶୁଭମନ ଗିଲ୍ ପ୍ରଥମ ଓ୍ୱିକେଟରେ ଅର୍ଧଶତକୀୟ ପାଳି ଖେଳିଥିଲେ । ରୋହିତ ୩୪ ରନ୍ କରିଥିବା ବେଳେ ଗିଲ୍ ୨୮ ରନ୍ କରିଥିଲେ । କିନ୍ତୁ ଦ୍ୱିତୀୟ ଇନିଂସରେ ଦଳର ପ୍ରଥମ ଓ୍ୱିକେଟ ୨୪ ରନରେ ପଡିଥିଲା । ଗିଲ୍ ୮ ରନ୍ କରି ଆଉଟ ହୋଇଥିଲେ । ରୋହିତ ମଧ୍ୟ ୩୦ ରନ୍ କରି ପ୍ୟାଭିଲିୟନ ଫେରିଥିଲେ ।ଉଭୟ ସଅଳ ଆଉଟ ହେବା କାରଣରୁ ମଧ୍ୟକ୍ରମ ଉପରେ  ଚାପ ପଡିଥିଲା ।

ବଡ ମ୍ୟାଚରେ ଫେଲ୍ ବଡ ବ୍ୟାଟସମ୍ୟାନ୍

ଫାଇନାଲ ଭଳି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଭାରତର ଷ୍ଟାର୍ ବ୍ୟାଟସମ୍ୟାନ୍ ଅଧିକ ରନ୍ ସଂଗ୍ରହ କରିବେ ବୋଲି ସମସ୍ତେ ଆଶା କରିଥାନ୍ତି । ଦଳ ପାଖରେ ଚେତେଶ୍ୱର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେଙ୍କ ଭଳି ବ୍ୟାଟସମ୍ୟାନ୍ ଅଛନ୍ତି । କିନ୍ତୁ ଏହି ଖେଳାଳି ଫ୍ଲପ୍ ସାବ୍ୟସ୍ତ ହୋଇଛନ୍ତି । କେହି ହେଲେ ବଡ ଇନିଂସ ଖେଳିପାରି ନାହାଁନ୍ତି ।

ଜାଡେଜା ଫେଲ୍

ରବୀନ୍ଦ୍ର ଜାଡେଜା ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ସେ ପ୍ରଥମ ପାଳିରେ ୧୫ ଓ ଦ୍ୱିତୀୟ ପାଳିରେ ୧୬ କନ୍ କରିଥିଲେ । ଏପରିକି ମ୍ୟାଚରେ କେବଳ ଗୋଟିଏ ଓ୍ୱିକେଟ୍ ନେଇଥିଲେ ।

ବୋଲରଙ୍କ ନୈରାଶ୍ୟଜନକ ପ୍ରଦର୍ଶନ

ଇଶାନ୍ତ ଶର୍ମା, ମହମ୍ମଦ ସାମି ପ୍ରଥମ ପାଳିରେ ଭଲ ପ୍ରଦର୍ଶନ କରିଥିଲେ । କିନ୍ତୁ ଜସପ୍ରିତ ବୁମରାହ ସମ୍ପୂର୍ଣ୍ଣ ଫେଲ୍ ମାରିଥିଲେ । ତାଙ୍କୁ ଗୋଟିଏ ହେଲେ ଓ୍ୱିକେଟ୍ ମିଳିନଥିଲା । ସାମି ପ୍ରଥମ ପାଳିରେ ୪ଟି ଓ ଇଶାନ୍ତ ଶର୍ମା ୩ଟି ଓ୍ୱିକେଟ୍ ନେଇଥିଲେ ।

   Related Posts