Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭୁଲରେ ବି ରଖନ୍ତୁ ନାହିଁ ଏହି ଦିଗରେ ଝରକା –କବାଟ : ନଚେତ୍ ଛାରଖାର ହୋଇଯାଇଥାଏ ସଂସାର

10/09/2020 at 12:06 PM

ବାସ୍ତୁଶାସ୍ତ୍ରରେ ଦିଗର ସବୁଠୁ ଅଧିକ ମହତ୍ତ୍ବ ରହିଥାଏ। ଯଦି ଆପଣଙ୍କ ଘର ଏବଂ ଏହା ଭିତରେ ଜିନିଷର ଦିଗ ଠିକ୍ ନଥିବ ତେବେ ସେଠାରେ ରହୁଥିବା ଲୋକଙ୍କ ଦଶା ବିଗିଡ଼ିଯାଇଥାଏ। ଅନେକ ଥର ଏତେ ଖରାପ ପ୍ରଭାବ ପଡ଼ିଥାଏ ଯେ ପୂରା ଘର ବରବାଦ ହୋଇଯାଇଥାଏ। ଏପରି କ୍ଷେତ୍ରରେ ଏହା ଜାଣିବା ଜରୁରୀ ହୋଇଥାଏ ଯେ ଘରର କବାଟ ଝରକାର ଉପଯୁକ୍ତ ଦିଗ କେଉଁଠି? ଏହା ସହିତ ଯଦି ଆପଣଙ୍କ ଘରର ଜିନିଷର ଦିଗ ଠିକ୍ ନାହିଁ ତେବେ ନକରାତ୍ମକ ପ୍ରଭାବରୁ ବର୍ତ୍ତିବା ପାଇଁ କ’ଣ ଉପାୟ ରହିଛି?

  • ଦକ୍ଷିଣ-ପଶ୍ଚିମ ଦିଗକୁ ନେତୃତ୍ବ ଦିଗ ମଧ୍ୟ କୁହାଯାଏ। ଘରର ଏହି ଦିଗ ଖୋଲା ନହେବା ଉଚିତ୍। ଅର୍ଥାତ୍ ଆପଣଙ୍କ ଘରର ଏହି ଦିଗରେ ଝରକା,କବାଟ ନହେବା ଉଚିତ୍।
  • ଐଶ୍ବରିକ ଶକ୍ତି ଈଶାନ କୋଣରୁ ପ୍ରବେଶ କରିଥାଏ ଏବଂ ନେତୃତ୍ବ କୋଣରୁ ବାହାରକୁ ବାହାରିଥାଏ। ଏଥିପାଇଁ ଯଦି ଏହା ସମ୍ଭବ ନ ହେବ ତେବେ ପଶ୍ଚିମ ଦିଗରେ ମନ୍ଦିର ନିର୍ମାଣ କରିବେ। କିନ୍ତୁ ଦକ୍ଷିଣ ଦିଗରେ ମନ୍ଦିର ନିର୍ମାଣ କରିବା ଅନୁଚିତ୍।
  • ଦକ୍ଷିଣ-ପଶ୍ଚିମ ଦିଗରେ ଘରର ମାଲିକର ରୁମ୍ ରଖି ପାରିବେ। ଏହା ବ୍ୟତୀତ ଯଦି ଆପଣଙ୍କ ଦୋକାନ ରହିଛି ତେବେ ଏହି ଦିଗରେ କ୍ୟାଶ୍ କାଉଣ୍ଟର,ମେସିନ ଆଦି ରଖି ପାରିବେ।
  • ଘରର ଦକ୍ଷିଣ ପଶ୍ଚିମ ଦିଗରେ ଷ୍ଟୋର ରୁମ୍,ମାଷ୍ଟର ବେଡରୁମ ନିର୍ମାଣ କରାଯାଇପାରିବ। ଏହି ଦିଗକୁ ପିତୃଙ୍କ ସ୍ଥାନ ମଧ୍ୟ କୁହାଯାଇଥାଏ।
  • ବାସ୍ତୁଶାସ୍ତ୍ର ଅନୁସାରେ ଘରର ଦକ୍ଷିଣ-ପଶ୍ଚିମ ଦିଗରେ ସବୁଜ ବୃକ୍ଷ ରଖିବା ଅନୁଚିତ୍। ବାସ୍ତୁ ଦୃଷ୍ଟିରୁ ଗଛ ପାଇଁ ଏହି ସ୍ଥାନ ଅଶୁଭ ହୋଇଥାଏ। ଏହା ସହିତ ଏହି ଦିଗରେ ସୂର୍ଯ୍ୟଙ୍କ ପର୍ଯ୍ୟାପ୍ତ କିରଣ ମଧ୍ୟ ମିଳି ପାରିନଥାଏ। ଯଦି ଆପଣ ଏହି ଦିଗରେ ଗଛ ରଖୁଛନ୍ତି ତେବେ ଆପଣଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ।
  • ଯଦି ଆପଣଙ୍କ ଘରର ଦକ୍ଷିଣ ପଶ୍ଚିମ ଦିଗରେ ଅଧିକ ଝରକା ଏବଂ କବାଟ ରହିଛି ତେବେ ଭଗବାନ ହନୁମାନଙ୍କ ମୂର୍ତ୍ତି ଏପରି ଭାବେ ଲଗାନ୍ତୁ ଯେ ତାଙ୍କ ଦୃଷ୍ଟି ଦକ୍ଷିଣ ଦିଗରେ ସବୁବେଳେ ପଡ଼ିବ। ଏହା ଦ୍ବାରା ଆପଣ ବିପଦରୁ ବର୍ତ୍ତିବେ।
  • ଘରର ଦକ୍ଷିଣ-ପଶ୍ଚିମ କୋଶ ସବୁବେଳେ ଭର୍ତ୍ତି ରହିବା ଉଚିତ୍। ବାସ୍ତୁ ଅନୁସାରେ ଏହି ଦିଗରେ ଓଜନିଆ ଜିନିଷ ରଖିବା ଉଚିତ୍। ଏହା ଦ୍ବାରା ରାହୁ ଗ୍ରହକୁ ଶାନ୍ତ ରଖିବାରେ ସାହାଯ୍ୟ ମିଳିବ।
  • ଦକ୍ଷିଣ-ପଶ୍ଚିମ ଦିଗରେ ଶୌଚାଳୟ ନ ରଖିବା ଅନୁଚିତ୍ । ଏପରି ହେଲେ ପିତୃ ଦୋଷ ହୋଇଥାଏ।

   Related Posts