ନିର୍ବାଚନ ପୂର୍ବ ରାତି ଅନ୍ଧାରି ବିଜେ : ନିର୍ବାଚନର ଅସଲ ପ୍ରଚାର ସାଇଲେନ୍‌ସ ପିରିୟଡରେ ହିଁ ହୁଏ, କର୍ମୀଙ୍କ ଆଖିରେ ଖାଲି ସନ୍ଦେହ

Published By : Prameya-News7 Bureau | April 28, 2019 IST

ଭୁବନେଶ୍ୱର ୨୮/୪ : ଚତୁର୍ଥ ପର୍ଯ୍ୟାୟ। ଏଇଠୁ ଓଡ଼ିଶା ନିର୍ବାଚନ ଶେଷ। କିନ୍ତୁ ପୂର୍ବ ନିର୍ବାଚନ ଅପେକ୍ଷା ଏହି ପର୍ଯ୍ୟାୟରେ ବେଶୀ ତାତି।  ସବୁ ଦଳଙ୍କ ଅଭିଯୋଗ ଅନ୍ୟ ଦଳ ଅନିୟମିତତା କରୁଛି କିମ୍ବା କରୁଥିବ। ଆଉ ସେପଟେ ଅନ୍ଧାରି ବିଜେକୁ ନେଇ ନାନା ଗୁଲିଗପ ଚାଲିଛି। ….

{"id":108499}

ନିର୍ବାଚନ ପୂର୍ବ ରାତି । ନେତା ଠାରୁ କର୍ମୀ ବଡ଼ ବ୍ୟସ୍ତ। ଗାଁ ଗହଳିରେ ଏବେ ଚାଲିଛି ପରସ୍ପରକୁ ଛକାପଞ୍ଝା । ସମସ୍ତେ ସମସ୍ତଙ୍କୁ ଏବେ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି। ଗାଁକୁ ଅଜଣା ଗାଡ଼ିଟିଏ ଆସିଗଲେ ଚାରିଆଡୁ ଖାଲି ସନ୍ଦେହରେ ଲୋକେ ଚାହୁଁଛନ୍ତି।  ନ ଜଗିଲେ କାଳେ ଅନ୍ୟ ଦଳର ଲୋକ ଆସି ଭୋଟ ଗୁଡ଼ାକ କିଣି ପକେଇବେ। ଅନ୍ଧାରି ବିଜେ କରିବେ।

{"id":108505}

ସେଇଥିପାଇଁ ବୋଧେ କୁହାଯାଏ ନିର୍ବାଚନର ଅସଲ ପ୍ରଚାର କୁଆଡେ ଏଇ ସାଇଲେନ୍‌ସ ପିରିୟଡରେ ହିଁ ହୁଏ । ଏଥିରେ କେତେ ସତ କେତେ ମିଛ ତାହା ଜଣା ନାହିଁ କିନ୍ତୁ କର୍ମୀଙ୍କ ଆଖିରେ ଖାଲି ସନ୍ଦେହ ଆଉ ସନ୍ଦେହ ।

{"id":108500}

ଏତିକିବେଳେ ଯଦି ବିଜୁଳି କଟି ଯାଉଛି, ଏପ୍ରିଲ ମାସ ଗରମ ଫିପଟି ଡିଗ୍ରୀ ଛୁଇଁ ଯାଉଛି। ହେଇ ଅନ୍ଧାରି ବିଜେ ହେଲା କହି ଦୌଡ଼ାଦୌଡ଼ି ଚାଲୁଛି । ଏମିତି ଅନ୍ଧାର ସମୟରେ ବିଜେ ହେଇ ଦୁଇ ତିନି ଜଣ ନେତା ହଟହଟା  ବି ହୋଇଛନ୍ତି। ଯେମିତି କାକଟପୁର ବିଜେପି ପ୍ରାର୍ଥୀ ରବି ମଲ୍ଲିକଙ୍କୁ ହଟହଟା ହେବାକୁ ପଡ଼ିଥିଲା।

{"id":108506}

ସାର କାକଟପୁର ଶ୍ରୀରାମପୁରରେ ରାତି ଗୋଟାଏରେ ପହଞ୍ଚିଥିଲେ କିନ୍ତୁ ସେଠି ଲୋକେ ଘରିଗଲେ। ଏହା ଯେ ଲୋକଙ୍କ ସନ୍ଦେହ ଆଖିର ପରିଣାମ ତାହା ରବି ମଲ୍ଲିକ ବୁଝିପାରୁଥିବେ। ଏମିତି ନିର୍ବାଚନ ସମୟରେ ଟଙ୍କା ବାଣ୍ଟି କିଛି ଲୋକ ଲୋକଙ୍କ ଠାରୁ ଉତ୍ତମ ମଧ୍ୟମ ଖାଇଛନ୍ତି।

{"id":108501}

ଆଉ କିଛି ଲୋକ ପୋଲିସ ଦ୍ବାରା ବି ଗିରଫ ହୋଇଛନ୍ତି। ସେମିତି ନେଟ୍‌ ଦୁନିଆରେ ବି ନାନା ଗୁଲିଗପ ଭିଜୁଆଲ ବି ବୁଲୁଛି। ଏମିତି ଏକ ଭିଜୁଆଲ ଆମ ପାଖରେ ଆସିଛି। ଏଠି କୁଆଡ଼େ ଅନ୍ଧାରି ବିଜେ ଚାଲିଛି। ମାନେ ଭୋଟ ପୂର୍ବ ରାତିରେ  ଲୋକଙ୍କୁ ଘର ପିଛା ଗଣି ଗଣି ଟଙ୍କା ବଣ୍ଟାଯାଉଛି। ଯାହାର ପରିବାର ଭୋଟର ସଂଖ୍ୟା ଯେତିକି ତାକୁ ସେତିକି ଟଙ୍କା। ଏ ଭିଜୁଆଲ କେଉଁଠିକାର ଅବଶ୍ୟ କହି ହେବ ନାହିଁ। କିନ୍ତୁ ଏହା ଯେ ଓଡ଼ିଶାରେ ନିର୍ବାଚନ ପୂର୍ବ ରାତିର ଚିତ୍ର। ଏହା ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି  ।

{"id":108502}

ଆଉ ଏହି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନର ଗତରାତିରେ ଅନ୍ଧାରି ବିଜେର ଅନେକ ଖବର ଆମ ପାଖକୁ ପହଞ୍ଚିଛି। କୁ଼ଆଡ଼େ କେନ୍ଦ୍ରାପଡ଼ା ଯାଜପୁରରେ ବେଶୀ ବିଜୁଳି କଟ୍‌ ହେଉଛି ଏହି ସମୟରେ। କାରଣ ଟା କୁଆଡ଼େ ଏହି ଅନ୍ଧାରି ବିଜେ। ଗାଁର କୁଜିନେତା କୁଆଡ଼େ ହାତ ଗୁଞ୍ଜା ଧରି ବୁଲୁଛନ୍ତି।  ରାତିରେ କୁଆଡ଼େ ମଟନ ଫିଷ୍ଟ ଜମିଛି ।  

{"id":108507}

ଗତକାଲି ବିଜେଡି ବିଜେପି ପ୍ରାର୍ଥୀଙ୍କ ଚାରି ସହଯୋଗୀଙ୍କ ନାଁରେ ଅନ୍ଧାରି ବିଜେ କରୁଥିବା ଅଭିଯୋଗ କରି  ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ କରିଛି। ସେମିତି ବିଜେଡି ରାତିରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ସମାନ ଅଭିଯୋଗ ବିଜେପି ମଧ୍ୟ କରିଛି।  

{"id":108503}

ତେବେ ଅନ୍ଧାରି ବିଜେପି ଶବ୍ଦ ୮୦ ମସହା କିମ୍ବା ତା ପୂର୍ବରୁ ଚଳି ଆସୁଛି। କିନ୍ତୁ ୧୯ ନିର୍ବାଚନରେ ଗୋଟିଏ ଟ୍ରେଣ୍ଡ ଦେଖାଦେଇଛି ଭୋଟର ଅନ୍ଧାରି ବିଜେ କରୁଥିବା କୁଜି ସାଆନ୍ତଙ୍କୁ ସାଦରେ ସ୍ବାଗତ କରୁଛନ୍ତି କିନ୍ତୁ ଭୋଟ ନିଜ ଇଚ୍ଛା ଅନୁସାରେ ଦେଉଛନ୍ତି । କୁଜି ସାଆନ୍ତଙ୍କୁ ଠକିଲେ କୁଆଡ଼େ ପାପ ହୁଏନା ବୋଲି ସେମାନେ କହୁଛନ୍ତି। କାରଣ ନିଜ ଇଚ୍ଛାରେ ଉଚିତ ପ୍ରାର୍ଥୀକୁ ଭୋଟ ଦେବା ହିଁ ଅସଲ ପୁଣ୍ୟ । ବାକି ରାଣ ନିୟମ ଟଙ୍କା ମଦ ମାଂସ ସବୁ ପାପ।

{"id":108504}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.