ଏହା ଥିଲା ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ପରେଡ୍‌ର ମୁଖ୍ୟ ଆକର୍ଷଣ

Published By : Prameya-News7 Bureau | January 26, 2020 IST

ଭୁବନେଶ୍ୱର ୨୬।୦୧ - ଭୁବନେଶ୍ବରରେ ମଧ୍ୟ ମହାସମାରୋହରେ ପାଳିତ ହୋଇଛି ୭୧ତମ ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପତାକା ଉତ୍ତୋଳନ କରିବା ସହ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଏଥର ପରେଡରେ ଆକର୍ଷଣ ପାଲଟିଥିଲେ ମାଲକାନାଗିରିର ବଣ୍ଡା ମହିଳା, କୁନି କୁନି ପିଲାଙ୍କ ସ୍କେଟିଂ ଏବଂ ମହର୍ଷି କଲେଜ ଛାତ୍ରଙ୍କ ବାଇକ୍ ଷ୍ଟଣ୍ଟ୍ ।…

{"id":216349,"sizeSlug":"large"}

ସାରେ ଜାହାଁ ସେ ଆଛା, ହିନ୍ଦୁସ୍ତାନ ହମାରା ଧୁନ୍ ରେ….. କମ୍ପିଥିଲା ଭୁବନେଶ୍ବର ମହାତ୍ମା ଗାନ୍ଧୀ ମାର୍ଗ । ସକାଳ ୮ଟା ୩୦ରେ ୭୧ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ପତ୍ତାକା ଉତ୍ତୋଳନ କରିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।

{"id":216351,"sizeSlug":"large"}

ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ପ୍ରଥମ ଥର ପାଇଁ ସାଧାରଣତନ୍ତ୍ର ଦିବସରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ପତାକା ଉତ୍ତୋଳନ ପରେ ପରେଡରେ ଅଂଶ ଗ୍ରହଣ କରିଥିବା ଦଳମାନଙ୍କଠାରୁ ଅଭିବାଦନ ଗ୍ରହଣ କରିଥିଲେ ରାଜ୍ୟପାଳ । ଏଥର ପ୍ରଥମ ଥର ପାଇଁ ଦିଲ୍ଲୀ ଭଳି ଫାଇଲ୍ ମାର୍ଚ୍ଚରେ ପରେଡ ହୋଇଥିଲା । ଡିସିପି ସାଗରିକା ନାଥଙ୍କ ନେତ୍ବୃତରେ ମୋଟ୍ ୪୮ ଟ୍ରୁପ୍  ଚିତ୍ତାକର୍ଷକ ପରେଡ୍ ପ୍ରଦର୍ଶନ କରିଥିଲେ ।…

{"id":216352,"sizeSlug":"large"}

ପରେଡ ପରର ଦୃଶ୍ୟ ଥିଲା ଆହୁରି ଚିତ୍ତାକର୍ଷକ । ବାଇକ୍ ଶୋ, ଗୋଟିପୁଅ ନୃତ୍ୟରେ ବିଭୋର ହୋଇଥିଲେ ଦର୍ଶକ । ୟା ଭିତରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମାଲକାନାଗିରିର ବଣ୍ଡା ମହିଳା। ପାରମ୍ପରିକ ପୋଷାକ ଏବଂ ଗହଣା ପିନ୍ଧି ସେମାନେ ଦେଖାଇଥିଲେ କଳାକୃତି । ଏଥର ପ୍ରଥମ ଥର ପାଇଁ ସାଧାରଣତନ୍ତ୍ର ଦିବସରେ ଆଦିବାସୀ ନୃତ୍ୟକୁ ସାମିଲ କରାଯାଇଥିଲା । ସେହିପରି ଦେଶାତ୍ମବୋଧକ ଗୀତରେ କୁନି କୁନି ପିଲାଙ୍କ ସ୍କେଟିଂ, ମହର୍ଷି କଲେଜ ଛାତ୍ରଛାତ୍ରୀଙ୍କ ବାଇକ୍ ଷ୍ଟଣ୍ଟ, ଗଞ୍ଜାମର ଯୋଡି ଶଂଖ, ଖୋର୍ଦ୍ଧାର ଗୋଟିପୁଅ ନୃତ୍ୟ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା ।

{"id":216353,"sizeSlug":"large"}

ଏହାପରେ ଗଡିଥିଲା ପ୍ରଜ୍ଞାପନ ମେଢ । ପୁରୀ ଜଗନ୍ନାଥ ମନ୍ଦିର ସଦୃଶ ପ୍ରଜ୍ଞାପନ ମେଢଥିଲା ମୁଖ୍ୟ ଆକର୍ଷଣ ।…  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.